ଭାରତକୁ ମିଳିଲା କୁଟନୈତିକ ବିଜୟ। ଭାରତକୁ ମିଳିଲା କୁଟନୈତିକ ବିଜୟ। ଏବେ ପୁଣି ନିଜ ଆଡୁ ଦେଲା ଅନୁମତି। ସେପଟେ ଦାନ୍ତ ରଗୁଡୁଛି ଚୀନ।

ଆଜ୍ଞା ହଁ ବନ୍ଧୁଗଣ ଗତ କିଛି ମାସ ଧରି ମାଳଦ୍ୱୀପ ସହ ଲାଗିରହିଥିବା ବିବାଦ ମଧ୍ୟରେ ଭାରତକୁ ମିଳିଛି ବଡ଼ କୁଟନୈତିକ ବିଜୟ। ବିଶେଷ କରି ମାଳଦ୍ୱୀପରେ ମୁଇଜ୍ଜୁ ସରକାର କ୍ଷମତାକୁ ଆସିବା ପରେ ଭାରତ ସହ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଖ୍ୟାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପ ମନ୍ତ୍ରୀ ମାନଙ୍କ ଆପତ୍ତି ଜନକ ଟିପ୍ପଣୀ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତ ହୋଇଥିବା କଥା ସାମ୍ନାକୁ ଆସିଥିଲା।।

ହେଲେ ପ୍ରକୃତରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଏହା ପୂର୍ବରୁ ହିଁ ଆରମ୍ଭ ହୋଇସାରିଥିଲା। କାରଣ ଚୀନର ସମର୍ଥକ ଭାବେ ଜଣାଶୁଣା ମହମ୍ମଦ ମୁଇଜ୍ଜୁ ମାଳଦ୍ୱୀପର ରାଷ୍ଟ୍ରପତି ହେବା ପରେ ଭାରତର ସୈନିକ ମାନଙ୍କୁ ଦେଶ ଛାଡିବା ପାଇଁ କହିଥିଲେ। ଯାହା ଭାରତ ପାଇଁ ସବୁଠାରୁ ଚିନ୍ତା ଜନକ ଥିଲା ଏବଂ ଏହିଠାରୁ ହିଁ ଉଭୟ ଦେଶ ମଧ୍ୟରେ ରାଜନୈତିକ ଏବଂ କୁଟନୈତିକ ବିବାଦ ଦେଖା ଦେଇଥିଲା।

ତେବେ ଏହି କୁଟନୈତିକ ବିବାଦରେ ଏବେ ଭାରତର ବିଜୟ ହୋଇଛି। କାରଣ ଭାରତର ପାଇଲଟ ମାନଙ୍କୁ ମାଳଦୀପର ହେଲିକେପ୍ଟର ଅପରେଟ କରିବା ପାଇଁ ଅନୁମତି ଦେଇଛି ମୁଇଜ୍ଜୁ ସରକାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୀନର ବିଷ ଦୃଷ୍ଟିରୁ ବଞ୍ଚିବା ପାଇଁ ମାଳଦ୍ୱୀପ ସରକାର ଭାରତୀୟ ପାଇଲଟ ମାନଙ୍କୁ ଭାରତୀୟ ନାଗରିକ ବୋଲି କହିଛନ୍ତି।

ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି କି ସ୍ୱାସ୍ଥ୍ୟ ସୁବିଧାରେ ସହଯୋଗ ଉଦେଶ୍ୟରେ ଭାରତ ଦ୍ୱାରା ମାଳଦ୍ୱୀପକୁ ଦିଆଯାଇଥିବା ହେଲିକ୍ୟାପ୍ଟରକୁ ଅପରେଟ କରିବା ପାଇଁ ଭାରତୀୟ ନାଗରିକଙ୍କ ଏକ ଦଳ ମାଳଦ୍ୱୀପ ଆସୁଛନ୍ତି। ମାଳଦ୍ୱୀପ ସରକାରଙ୍କ ଏଭଳି ବୟାନ ଭାରତର ଏକ ବଡ଼ କୁଟନୈତିକ ବିଜୟ ବୋଲି କୁହାଯାଉଛି।

ପ୍ରକୃତରେ ମାଳଦ୍ୱୀପରେ ଭାରତୀୟ ସୈନିକ କିମ୍ବା ପାଇଲଟଙ୍କର ଉପସ୍ଥିତି ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ହିଲଦ ମହାସାଗରରେ ସ୍ଥିତ ମାଳଦ୍ୱୀପ ରଣନୈତିକ ଦୃଷ୍ଟିରୁ ଭାରତ ପାଇଁ ବେସ ମହତ୍ୱପୂର୍ଣ୍ଣ। କୁଟନୈତିକ ଏବଂ ରାଜନୈତିକ ଶବ୍ଦାବଳୀରେ ହିଲଦ ମହାସାଗରକୁ ଭାରତର ପଛପଟ ଅଗଣା ବୋଲି କୁହାଯାଏ।

ତେବେ ମାଳଦ୍ୱୀପ ପ୍ରତିରକ୍ଷାମନ୍ତ୍ରାଳୟର ବୟାନରେ ଏ କଥା ବି କୁହାଯାଇଛି କି ମାଳଦ୍ୱୀପରେ ହେଲିକେପ୍ଟର ଅପରେଟ ପାଇଁ ଭାରତୀୟ ନାଗରିକ ଅଦୃ ସହରକୁ ଆସୁଛନ୍ତି। ଜି ଏ ଏନ ବିମାନ ବନ୍ଦରରେ ଗୋଟିଏ ହେଲିକ୍ୟାପ୍ଟର ରହିଛି। ରିପୋର୍ଟ ଅନୁସାରେ ଆଜି ରାତି ସୁଧା ଭାରତୀୟ ନାଗରିକ ଜି ଏ ଏନ ବିମାନ ବନ୍ଦରରେ ପହଂଚିବେ। ଏହା ପରେ ହେଲିକ୍ୟାପ୍ଟର ଅପରେଟିଂର ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ।

ଏହି ଭାରତୀୟ ନାଗରିକମାନେ ମାଳଦ୍ୱୀପରେ ମୁତୟନ ଥିବା ସୈନିକଙ୍କ ଠାରୁ ଦାୟିତ୍ବ ଆରମ୍ଭ କରିବେ ଏବଂ ଭାରତ ସରକାରଙ୍କ ଦ୍ଵାରା ଦିଆଯାଇଥିବା ହେଲିକ୍ୟାପ୍ଟରକୁ ଅପରେଟ କରିବେ। ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରାଳୟ ଏ କଥା ବି ଘୋଷଣା କରିଛି କି ବର୍ତ୍ତମାନ ଲାମୁଗଣ ବିମାନ କତ୍ତୃ ବିମାନ ବନ୍ଦରରେ ମୁତୟନ ହୋଇଥିବା ହେଲିକ୍ୟାପ୍ଟରକୁ ମେଣ୍ଟେନାନ୍ସ ପାଇଁ ପଠାଯିବ। ଏହା ବଦଳରେ ଅନ୍ୟ ଏକ ହେଲିକ୍ୟାପ୍ଟର ଆସନ୍ତା କାଲି ମାଳଦ୍ୱୀପରେ ପହଂଚିବ।

ଆଜ୍ଞା ହଁ ବନ୍ଧୁଗଣ ମାଳଦ୍ୱୀପ ସରକାର ଯଦିଓ ଭାରତୀୟ ସୈନିକଙ୍କୁ ଦେଶ ଛାଡିବା ପାଇଁ କହିଛି ତେବେ ଭାରତୀୟ ପାଇଲଟ ମାନଙ୍କୁ ହେଲିକ୍ୟାପ୍ଟର ଅପରେଟ କରିବା ପାଇଁ ନିଜ ଦେଶରେ ରହିବାକୁ ଅନୁମତି ଦେବା ଫଳରେ ଏଥିରେ ଭାରତରେ କୁଟନୈତିକ ବିଜୟ ହୋଇଛି। ହେଲେ ମାଳଦ୍ୱୀପ ସରକାରଙ୍କ ଏହି ପଦକ୍ଷେପ ଚୀନ ପାଇଁ ନିଶ୍ଚୟ ଗାତ୍ରଦାହ ସଦୃଶ ହେବ ବୋଲି ଅନୁମାନ କରାଯାଉଛି।

କାରଣ ଭାରତ ସହ ମାଳଦ୍ୱୀପର ସମ୍ପର୍କରେ ତିକ୍ତତା ଦେଖା ଦେବା ପରେ ଏହାର ଫାଇଦା ନେବା ପାଇଁ ଚୀନ ଆଗେଇ ଆସିଥିଲା। ଆଉ ଉଭୟ ଦେଶ ମଧ୍ୟରେ ଅନେକ ଦୁଇପାକ୍ଷିକ ଯୁକ୍ତି ମଧ୍ୟ ହୋଇଥିଲା। ତେବେ ବର୍ତ୍ତମାନ ଚିନର ବିଷୟ ଦୃଷ୍ଟିରୁ ବର୍ତ୍ତିବା ପାଇଁ ଭାରତୀୟ ପାଇଲଟକୁ ଭାରତର ନାଗରିକ ବୋଲି କହି ନିଜ ଦେଶରେ ହେଲିକ୍ୟାପ୍ଟର ଅପରେଟିଂ ପାଇଁ ମୁତୟନ ହେବା ପାଇଁ ଅନୁମତି ଦେଇଛି।

Leave a Reply

Your email address will not be published. Required fields are marked *