ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ଆକାଉଣ୍ଟକୁ ଆସିବ ଏତେ ଲକ୍ଷ ଟଙ୍କା।

ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭେଟି ଦେଲେ ବଡ଼ ଉପହାର। ଆକାଉଣ୍ଟ ଚେକ କରନ୍ତୁ ଆସିବ ମୋଟା ଅଙ୍କର ଟଙ୍କା। ମହିଳାମାନଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ଆଉ କାହା ଆଗରେ ହାତ ପତେଇବେନି ମହିଳା। ସ୍ୱାଭିମାନର ସହ ବଞ୍ଚିବେ ନିଜ ଗୋଡ଼ରେ ନିଜେ ଛିଡା ହେବେ।

ମହିଳାମାନଙ୍କର ସ୍ୱାଭିମାନ ଆତ୍ମସମ୍ମାନ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ଯାହା ଫଳରେ ମହିଳାମାନେ ବି ନିଜ ଗୋଡ଼ରେ ନିଜେ ଛିଡା ହୋଇପାରିବେ। ଆଉ କାହା ଆଗରେ ଗୋଡ଼ ଭାଙ୍ଗି ଛିଡା ହେବେନି କି ହାତ ପତେଇବାକୁ ପଡିବନି। ମହିଳାଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ମୋଟା ଅଙ୍କର ଟଙ୍କା। ସେ ପୁଣି ୧ହଜାର କି ୨ହଜାର ଟଙ୍କା ନୁହେଁ କି ୧ଲକ୍ଷ କି ୨ ଲକ୍ଷ ନୁହେଁ ଏକାଥରେ ଆସିବ ୧୦ ଲକ୍ଷ ଟଙ୍କା। ଯାହା ଫଳରେ ଘରର ଗୃହିଣୀ ହୋଇପାରିବେ ଧନବାନ।

ହଁ ଆଜ୍ଞା ମହିଳାମାନଙ୍କ ସୁବିଧା ପାଇଁ ସରକାର କରିଛନ୍ତି ଏଭଳି ଏକ ବଡ଼ ଘୋଷଣା। ଯାହାକି ଦୈନନ୍ଦିନ ଜୀବନରେ ଏହା ଆପଣଙ୍କର ସହାୟତା ହୋଇପାରିବ। ଏବେ ଆଉ ଅର୍ଥ ଅଭାବ ରହିବ ନାହିଁ କି ଦର ଦାମ ବୃଦ୍ଧିର ଚିନ୍ତାବି ରହିବ ନାହିଁ। ଦୂର ହେବ ଦାରିଦ୍ର୍ୟ ହସି ଉଠିବ ଆମ ରାଜ୍ୟ ଓଡିଶା। ଏକଥା ଆମେ କହୁନୁ ଆଜ୍ଞା ଏମିତି କିଛି ଯୋଜନାର ଶୁଭାରମ୍ଭ କରିଛନ୍ତି ଆମ ରାଜ୍ୟର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ବିକାଶ ପାଇଁ ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସଶକ୍ତିକରଣ କରିବାର ଏ ହେଉଛି ଆଉ ଏକ ନୂଆ ପ୍ରୟାସ।

ଆଜ୍ଞା ହଁ ଆଜି ମିଶନଶକ୍ତି ବଜାରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନଶକ୍ତିର ମା’ମାନଙ୍କୁ ବଡ଼ ଉପହାର ଭେଟି ଦେଇଛନ୍ତି। ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ। ଯେଉଁମାନେ ପୂର୍ବରୁ ଋଣ ବାବଦକୁ ସୁଧ ଭରିଥିବେ ସେମାନଙ୍କୁ ସୁଧ ଟଙ୍କା ମଧ୍ୟ ଫେରସ୍ତ ହେବ। ଏ ବାବଦରେ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ହେବ।

ସେହିଭଳି ୟୁନିଫର୍ମ ଏବଂ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଏବଂ ଦେଢ଼ ଲକ୍ଷ ମିଶନଶକ୍ତିର ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଏହାର ଶୁଭାରମ୍ଭ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଇଛି। ୟୁନିଫୋର୍ମ ପାଇଁ ମିଶନଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତି ମହିଳା ସଦସ୍ୟଙ୍କୁ ୧ହଜାର ଟଙ୍କା ଲେଖାଏଁ ମିଳିବ। ଆଉ ଏହି ଯୋଜନାରେ ରାଜ୍ୟରେ ୭୦ ଲକ୍ଷ ମହିଳା ଉପକୃତ ହେବେ।

ସେହିଭଳି SHG ମହାସଙ୍ଘର କାର୍ଯ୍ୟ ନିର୍ବାହୀ କମିଟି ଓ ପରିଚାଳନା କମିଟିର ସଦସ୍ୟଙ୍କୁ ବ୍ଲେଜର ପାଇଁ ୨ ହଜାର ଟଙ୍କା ଲେଖାଏଁ ଦିଆଯିବ। ଏଭଳି ଭାବେ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟା ଓ ପରିଚାଳନା କମିଟିର ସଦସ୍ୟାଙ୍କୁ ମିଳିବ ୨ ହଜାର ଟଙ୍କା ଲେଖାଏଁ। ମିଶନଶକ୍ତି ମା’ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୩ ଟି ବଡ଼ ଉପହାର ଦେଇଛନ୍ତି। ମିଶନଶକ୍ତି ସଦସ୍ୟା ମା’ ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏଥି ସହିତ ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ବଜାର ଖୋଲାଯିବ। ଏହି ଅବଧି ମଧ୍ୟରେ ୭୫ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ। ଏକ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବାବଦରେ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *