ନନ୍ଦିନୀ ଜେଜେମାଙ୍କ କ୍ରିୟାକର୍ମ ପାଇଁ ରାଣୀପଣ୍ଡା ସାହାର୍ଯ୍ୟ କରିଥିଲେ…ସେହି ଟଙ୍କାରେ ଗାଁ ଲୋକଙ୍କୁ ଭୋଜି ଦେଇଛନ୍ତି।

ଆଜି ନନ୍ଦିନୀ ଜେଜେମାର କ୍ରିୟାକର୍ମ ସରିଛି। ଦାଣ୍ଡ ଦୁଆରେ ବ୍ରାହ୍ମଣ ଠାରୁ ଆରମ୍ଭ କରି ଗାଁ ଲୋକେ ପଙ୍ଗତ ପକାଇଛନ୍ତି। ଯେଉଁଥିରେ ନନ୍ଦିନୀ ଜେଜେମାର ଆତ୍ମା ଶାନ୍ତି ହୋଇଥିବ।

ହଁ ଆଜ୍ଞା ଗଜପତି ଜିଲ୍ଲା ମହନାର ନନ୍ଦିନୀ କଥା ଜଣାଉଛୁ। ଯିଏ ଜୀବନରେ ସମସ୍ତଙ୍କୁ ହରାଇବା ପରେ ଶେଷରେ ଜେଜେମାଙ୍କୁ ବି ହରାଇ ଦେଲା। ତା କାନ୍ଦ ଦେଖି ସହି ପାରିଲେନି ରାଣୀ ପଣ୍ଡା। ରାଣୀ ପଣ୍ଡା ସଙ୍ଗେ ସଙ୍ଗେ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା କରିଥିଲେ। ଆଉ ସେ ୩୦ ହଜାର ଟଙ୍କାରେ ଆଜି ନନ୍ଦିନୀ ତା’ ଜେଜେମାର କ୍ରିୟାକର୍ମ ଶେଷ କରିଛି।

ହିନ୍ଦୁ ରୀତିନୀତି ଅନୁସାରେ ଗୋଟେ ଲୋକ ମରିଯିବା ପରେ ତାର କ୍ରିୟାକର୍ମ କରାଯାଏ। କାରଣ ତା’ ଆତ୍ମାକୁ ଶାନ୍ତି ଦେବା ପାଇଁ। ସେଥିପାଇଁ ତ ନନ୍ଦିନୀ ହାତରେ ବ୍ୟାଗ ଧରି ଗାଁ ଗାଁ ବୁଲୁଥିଲା। କହୁଥିଲା ବଡ଼ ମା’ଲୋ ବଡ଼ ବାପା ଲୋ ଦିଟା ସାହାର୍ଯ୍ୟ କର ମୋର ଜେଜେମା’ ର ମୁଁ କ୍ରିୟାକର୍ମ ଶୁଦ୍ଧିକ୍ରିୟା କରିବି।

ଆଉ ଏଠାରେ ଜଣେଇ ଦେବା ପାଇଁ ଚାହିଁବୁ ରାଣୀ ପଣ୍ଡାଙ୍କ ସାହାର୍ଯ୍ୟ ପରେ ନନ୍ଦିନୀଙ୍କୁ ସାହାର୍ଯ୍ୟ କରିବା ପାଇଁ ଲମ୍ବା ହାତ ମିଳିଛି। କିନ୍ତୁ ରାଣୀ ରାଣୀ। ରାଣୀ ପ୍ରଥମେ ଆରମ୍ଭ କରିବାରୁ ତା’ପରେ ଯାଇ ଶହ ଶହ ସାହାର୍ଯ୍ୟ ମିଳିଛି ନନ୍ଦିନୀଙ୍କୁ।

ଆଉ ଏବେ ନନ୍ଦିନୀଙ୍କୁ ତା’ ଜେଜେମା କହୁଥିବ ସ୍ୱପ୍ବରେ ନନ୍ଦିନୀ ଲୋ ରାଣୀଙ୍କୁ ଭୁଲିବୁ ନାହିଁ। ସମସ୍ତେ ଚାଲିଗଲେ କିନ୍ତୁ ରାଣୀ ପଣ୍ଡା ତୋର ନିଜର। ଯିଏ ତୋର ଅସୁବିଧାରେ ସାହାର୍ଯ୍ୟ ସହଯୋଗର ହାତ ବଢ଼ାଇଛି ନନ୍ଦିନୀ ଲୋ ରାଣୀଙ୍କୁ କେବେ ନିନ୍ଦିବୁ ନାହିଁ। ନନ୍ଦିନୀ ଲୋ ରାଣୀଙ୍କୁ କେବେ ଭୁଲିବୁ ନାହିଁ। କାରଣ ରାଣୀ ପାଇଁ ତୋ ବୁଢ଼ୀ ମା’ର ଆତ୍ମା ଆଜି ଶାନ୍ତି ପାଇଛି। କାରଣ ରାଣୀ ପାଇଁ ତୋ ଦୁଆରେ ଆଜି ବ୍ରାହ୍ମଣ ଠାରୁ ଗାଁ ଲୋକେ ବସି ପଙ୍ଗତ ପକାଇଛନ୍ତି। ଯେଉଁଥିପାଇଁ ତୋ ବୁଢ଼ୀ ମା’ର ଆତ୍ମା ଆଜି ମୁକ୍ତି ପାଇଛି।

Leave a Reply

Your email address will not be published. Required fields are marked *