ମାଓନେତାଙ୍କ ନିହତ ପରେ ରାଗିଗଲେ ମାଓବାଦୀ, କହିଲେ ଯେମିତିବି ହେଉ ପ୍ରତିଶୋଧ ନେବୁ।

ମାଓ ନେତାଙ୍କ ମୃତ୍ୟୁ ପରେ କାନ୍ଦି ପକାଇଲେ କମାଣ୍ଡର। କହିଲେ ତୁମେ ମରିଛ ଆମେ ପ୍ରତିଶୋଧ ନେବୁ। ଇଟାର ଜବାବ ପଥରରେ ଦେବୁ। କାନ୍ଦି କାନ୍ଦି ପୋଷ୍ଟର ମାରିଲେ ମାଓ କମାଣ୍ଡର। ମାଓବାଦୀଙ୍କ ପୋଷ୍ଟରକୁ ଦେଖି ଚିନ୍ତାରେ ସମସ୍ତେ।

କୁଖ୍ୟାତ ମାଓବାଦୀ ଦଶରୁ KKBN ମାଓ ସଙ୍ଗଠନର ଡିଭିସିୟନ କମାଣ୍ଡର। ଛତିଶଗଡ଼ ଜଙ୍ଗଲର ରାଜା ଥିଲା ଦଶରୁ। ଅନେକ ତାଣ୍ଡବ ଅନେକ ପରିବାରକୁ ମାଟିରେ ମିଶାଇବା ପଛରେ ବଡ଼ ହାତ ଥିଲା ଏଇ ମୋସ୍ଟ ୱାଣ୍ଟେଣ୍ଡ ଦଶରୁର। ହେଲେ ତାକୁ ମାରିବା ତ ଦୂରର କଥା ତାକୁ ଖୋଜି ପାଉନଥିଲା ପୋଲିସ। ସମସ୍ତଙ୍କର ଯେମିତି ସେ ନିଦ ହଜାଇ ଦେଇଥିଲା। ତେଣୁ ତା’ର ମୁଣ୍ଡ ପାଇଁ ଘୋଷଣା କରାଯାଇଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି। ହେଲେ ପୋଲିସ ହାତରୁ ବେସି ଦିନ ଲୁଚି ପାରିରହିନଥିଲା ଏହି ମୋସ୍ଟ ୱାଣ୍ଟେଣ୍ଡ ଦଶରୁ।

ସମୟ ଫେବୃଆରୀ ୩ ତାରିଖ ସ୍ଥାନ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣ ପୁର ଜିଲ୍ଲା ଆର୍ଚ୍ଛା ଥାନା ଅନ୍ତର୍ଗତ କୁମାଗଲ ଜଙ୍ଗଲ। ଏହି ଜଙ୍ଗଲରେ ମାଓବାଦୀ ମାନେ ଠୁଳ ହୋଇଥିବାର ଗୁଇନ୍ଦା ସୂଚନା ମିଳିବା ପରେ ଡ଼ିଆଇଜି ଓ ସିଆରପିଏଫ ଯବାନ ମାନେ ମିଳିତ ଭାବେ କୁପିଂ ଅପରେସନରେ ବାହାରି ପଡ଼ିଥିଲେ। ତେବେ ଯବାନଙ୍କର ଆସିବା ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ ଏହା ପରେ ଯବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ।

ସେହି ୨ ଘଣ୍ଟା ଧରି ଗୁଳି ବିନିମୟ ହେବା ପରେ ଘଞ୍ଚ ଜଙ୍ଗଲର ସହାୟତା ନେଇ ମାଓବାଦୀ ମାନେ ସେଠାରେ ଛତ୍ର ଭଙ୍ଗ ଦେଇଥିଲେ। ମାଓବାଦୀ ମାନେ ସେଠାରୁ ଦୌଡ଼ି ପଳାଇ ଗଲା ପରେ ସମ୍ପୃକ ଅଞ୍ଚଳକୁ ତଲାସୀ କରିବାରୁ ଘଟଣା ସ୍ଥଳରେ ଦୁଇ ମାଓନେତାଙ୍କର ମୃତ ଦେହ ଠାବ ହୋଇଥିଲା। ସେହି ମୃତ ମାଓନେତାଙ୍କ ମଧ୍ୟରେ ଥିଲା ଦୁର୍ଦାନ୍ତ ମାଓବାଦୀ ଦଶରୁ। ତା’ ମୃତ ଖବର ପାଇବା ପରେ ପୁରା ସଙ୍ଗଠନ ଯେମିତି ଦୁଃଖରେ ଭାଙ୍ଗି ପଡିଛି। ଦଶରୁର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ ମାନେ।

ଯେମିତିବି ହେଉ ମୃତ୍ୟୁର ପ୍ରତିଶୋଧନେବା ସହ ଦଶରୁ ମୃତ୍ୟୁର ଦୁଃଖ ପ୍ରକାଶ କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି।

ଆଜ୍ଞା ହଁ ବନ୍ଧୁଗଣ କନ୍ଧମାଳ ଜିଲ୍ଲା ଗୋଛପଡା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ଦିନ ସକାଳୁ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ନିହତ ହୋଇଥିବା ମାଓନେତା ଦଶରୁଙ୍କୁ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛି ମାଓ ସଙ୍ଗଠନ।

KKBN ଡିଭିସିୟନ କମିଟି ପକ୍ଷରୁ ଚାରି ପ୍ରେସପେକ୍ଷିରେ ଦଶରୁଙ୍କୁ ସହିଦର ଆଖ୍ୟା ଦିଆଯାଇଥିବା ବେଳେ ତା’ର ବଳିଦାନ କେବେ ବ୍ୟର୍ଥ ଜୀବନି ବୋଲି କହିଛନ୍ତି ମାଓ କମାଣ୍ଡର।

୨୦୧୪ ରୁ ପାର୍ଟିରେ ସାମିଲ ହୋଇ ସେ ଦଳିତ ଆଦିବାସୀ ମାନଙ୍କ ପାଇଁ କାମ କରୁଥିଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଲଢେଇରେ ସହଯୋଗ ପାଇଁ ଲୋକଙ୍କୁ ଆହ୍ୱାନ ଦେଇଛି ଲାଲ ବାହିନୀ। ଯାହାକୁ ଦେଖିବା ପରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *