ମହିଳାଙ୍କୁ ଗର୍ଭବତୀ କଲେ ମିଳୁଛି ୧୩ ଲକ୍ଷ ଟଙ୍କା । ଜାଣନ୍ତୁ କଣ ରହିଛି ପୁରା କାହାଣୀ.. ।

ସାବଧାନ ପୁରୁଷ ମାନେ, ମାତିଛନ୍ତି ଗର୍ଭବତୀ କରାଉଥିବା ଗ୍ୟାଙ୍ଗ । ମହିଳାଙ୍କୁ ଗର୍ଭବତୀ କଲେ ପୁରୁଷଙ୍କୁ ମିଳୁଛି ୧୩ ଲକ୍ଷ ଟଙ୍କା । ଗର୍ଭବତୀ କରି ନପାରିଲେ ମିଳିବ ସାନ୍ତ୍ୱନା ମୂଳକ ୫ଲକ୍ଷ ଟଙ୍କା । ଜାଣନ୍ତୁ ସମ୍ପୂର୍ଣ ଘଟଣା, ଯେତିକି ଆଶ୍ଚର୍ୟ୍ଯ ସେତିକି ରହସ୍ୟ । ମହିଳାଙ୍କୁ ଗର୍ଭବତୀ କରିଦେଲେ ପୁରୁଷ ମାନଙ୍କୁ ୧୩ ଲକ୍ଷ ଟଙ୍କା ମିଳିବ । କେବଳ ଏତିକି ନୁହେଁ ଆଉ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପରେ ବି, ଯଦି ମହିଳା ଗର୍ଭବତୀ ନହୁଅନ୍ତି ତେବେ ମନଦୁଃଖ କରିବାର ନାହିଁ । ଗର୍ଭବତୀ ନହେଲେ ବି ପୁରୁଷଙ୍କୁ ତାଙ୍କ କର୍ତ୍ତବ୍ୟ ପାଳନ ପାଇଁ ୫ଲକ୍ଷ ଟଙ୍କା ମିଳିବ ।

ଆଜ୍ଞା ହଁ  ଦର୍ଶକବନ୍ଧୁ, ଟଙ୍କା ରୋଜଗାର କରିବା ପାଇଁ ଆଜିକାଲିର ଲୋକମାନେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଆଜିର ଯୁବପିଢିରେ ଅନେକ ଯୁବକ ଖରାପ ରାସ୍ତାରେ ଯାଇ ଅନ୍ୟାୟ ଉପାୟରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି । ଠିକ୍ ସେମିତି ଅସତ୍ ଉପାୟରେ ଟଙ୍କା ରୋଜଗାର କରୁଥିବା ଏକ ଗର୍ଭବତୀ ଗ୍ୟାଙ୍ଗ ଏବେ ସାମ୍ନାକୁ ଆସିଛି । ଯାହାକୁ ଶୁଣିଲା ପରେ ପୁରୁଷ ମାନେ ବି ଆଶ୍ଚର୍ଯ୍ୟ ହୋଇ ପଡ଼ିବେ । ମହିଳାଙ୍କୁ ଗର୍ଭବତୀ କରିବା ପାଇଁ ପୁରୁଷମାନଙ୍କୁ ୧୩ ଲକ୍ଷ ଟଙ୍କାର ଅଫର ଦେଉଥିଲେ, ଆଉ ସେହି ଅଭିଯୋଗରେ ବିହାରରେ ୮ ଜଣଙ୍କୁ ଗିରଫ କରାଯାଇଛି ।

ସେମାନେ ‘ଅଲ୍ ଇଣ୍ଡିଆ ପ୍ରେଗ୍‌ନାଣ୍ଟ ଜବ୍ ସର୍ଭିସ୍’ ନାମରେ ଏକ ରାକେଟ୍ ଚଳାଉଥିଲେ ବୋଲି ପୁଲିସ କହିଛି । ବିହାରର ନଓ୍ୱାଡାରେ ଏହି ଗିରଫଦାରୀ କରାଯାଇଛି । ପୁଲିସ କହିଛି ଯେ ଅଭିଯୁକ୍ତମାନେ ହ୍ୱାଟ୍ସଆପ୍ ଓ ସୋସିଆଲ ମିଡିଆ ମାଧ୍ୟମରେ ପୁରୁଷମାନଙ୍କ ସହ ଯୋଗାଯୋଗ କରୁଥିଲେ ଏବଂ ସେମାନଙ୍କୁ ସେମାନଙ୍କ ସେବା ବଦଳରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ସୁଯୋଗ ଦେଉଥିଲେ । ମହିଳା ମାନଙ୍କୁ ଗର୍ଭବତୀ କରିବା ପାଇଁ ଇଚ୍ଛୁକ ଥିବା ଲୋକ ମାନଙ୍କୁ ୭୯୯ ଟଙ୍କା ପଞ୍ଜୀକରଣ ଶୁଳ୍କ ଦେବାକୁ କୁହାଯାଉଥିଲା ।

ଆଉ ପଞ୍ଜୀକରଣ ପରେ ଗ୍ୟାଙ୍ଗ୍ ସେମାନଙ୍କୁ କିଛି ଫଟୋ ଦେଇ ନିଜ ପସନ୍ଦର ଜଣେ ମହିଳାଙ୍କୁ ବାଛିବାକୁ କହୁଥିଲା, ଯାହାକୁ ସେମାନେ ଗର୍ଭବତୀ କରିବାକୁ ଚାହୁଥିଲେ । ଏହାପରେ ମହିଳା ଜଣକ କେତେ ସୁନ୍ଦର ସେହି ଅନୁସାରେ ସେମାନଙ୍କୁ ୫ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସିକ୍ୟୁରିଟି ରାଶି ଜମା କରିବାକୁ କୁହାଯାଉଥିଲା । ଆଉ ମହିଳା ଗର୍ଭବତୀ ହେଲେ ସେମାନଙ୍କୁ ୧୩ ଲକ୍ଷ ଟଙ୍କା ଦିଆଯିବ ବୋଲି କୁହାଯାଉଥିଲା । ତେବେ ଗର୍ଭବତୀ କରିବାରେ ବିଫଳ ହେଲେ ମଧ୍ୟ ସେମାନଙ୍କୁ ୫ ଲକ୍ଷ ଟଙ୍କା ସାନ୍ତ୍ୱନା ମୂଳକ ମୂଲ୍ୟ ଦେବାକୁ ପ୍ରତିଶ୍ରୁତି ଦିଆଯାଉଥିଲା ବୋଲି କହିଛନ୍ତି ପୁଲିସ ଅଧୀକ୍ଷକ । ବିହାର ପୁଲିସର ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ନଓ୍ୱାଡାରେ ଚଢ଼ଉ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *