“ମୁଁ ନିଜ ଗୋଡ଼ରେ ଠିଆ ହେଇ ସାରିଛି । ବିନା ମା’ରେ ମୁଁ ବଡ଼ ହୋଇଛି” : ଜୁଲି କର ।

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଜଣେ ବିକଳାଙ୍ଗ ଝିଅ ତାର ଜୀବନରେ କିପରି ଅନେକ ସଂଘର୍ଷ କରୁଛି । ଉକ୍ତ ଝିଅ ଜଣକ ଗଣମାଧ୍ୟମରେ ନିଜ ବିଷୟରେ ସବୁ କଥା କହିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଯୁବତୀ ଜଣକ ଅନେକ କିଛି ଖୁଲାସା କରିଛନ୍ତି । ତେବେ ଏହି ଯୁବତୀ ଜଣକ ହେଉଛନ୍ତି ଜଣେ ୟୁଟ୍ୟୁବର ତଥା ଡ୍ୟନ୍ସର ଜୁଲି କର । ତେବେ ଜୁଲି ଜନ୍ମରୁ ହିଁ ଦିବ୍ୟାଙ୍ଗ ଅଟନ୍ତି ।

କିନ୍ତୁ ସେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜେ ସକ୍ଷମ ଅଟନ୍ତି । ଜନ୍ମରୁ ଗୋଡ଼ ନାହିଁ । କିନ୍ତୁ ଜୀବନର କଷଟି ପଥରରେ କେମିତି ଏକା ଚାଲି ହୁଏ ସେ କଥା ଅନ୍ୟମାନଙ୍କୁ ଶିଖାଉଛନ୍ତି । ଆତ୍ମ ବିଶ୍ବାସ ଓ ନିଷ୍ଠା ଆଗରେ ଯେ ଅକ୍ଷମତା ଅନ୍ତରାୟ ହୋଇପାରେନା, ତା’ର ଉଦାହରଣ ହେଉଛନ୍ତି ଜୁଲି କର । ରାଉରକେଲାର ଏହି ଦିବ୍ୟାଙ୍ଗ ଝିଅ ଜୁଲି ନିଜକୁ ସ୍ବାବଲମ୍ବୀ ଓ ଶ୍ରେଷ୍ଠରୁ ଶ୍ରେଷ୍ଠତମ କରିବା ପାଇଁ କରି ଚାଲିଛନ୍ତି ହାଡ଼ଭଙ୍ଗା ପରିଶ୍ରମ।

ନିଜର ଅକ୍ଷମତାକୁ କାହିଁ କେତେ ଦୂର ପଛରେ ଛାଡ଼ି ଦେଇ ନୃତ୍ୟ ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଜୁଲି । ଜୁଲିଙ୍କ ଜୀବନ ଯେତେ ସଂଘର୍ଷପୂର୍ଣ୍ଣ, ଶୈଶବ ତା’ଠାରୁ ଅଧିକ ବିଷାଦଗ୍ରସ୍ତ ଥିଲା । ଜୁଲି ସାକ୍ଷାତକାରରେ କହିଛନ୍ତି ଯେ ଯେତେବେଳେ ଗୋଟେ ଛୁଆ ଜନ୍ମ ହୁଏ ସେତେବେଳେ ସେ ତା ମାକୁ ଠିକ୍ ସେ ଦେଖି ପାରେନି, ମା କୋଳରେ ରହିନି । ସେ ମାଆ କଣ ଜାଣି ନାହାଁନ୍ତି ମା ସହିତ ମିଶି ନାହାଁନ୍ତି । ଛୁଆ ଯେତେବେଳେ ସେ ଥିଲେ ମାଆ କ୍ଷୀର ମଧ୍ୟ ଖାଇ ନାହାଁନ୍ତି । ଭଲ ଖରାପ୍ ଟାଇମ୍ ରେ ତାଙ୍କ ମା’ ତାଙ୍କ ପାଖରେ ନାହାଁନ୍ତି ।

ସେ ତାଙ୍କ ଫ୍ରେଣ୍ଡ୍ ସାର୍କଲ୍ ରେ ଦେଖନ୍ତି ସମସ୍ତଙ୍କର ବାପା ମା ସମସ୍ତେ ଅଛନ୍ତି ଆଉ ସେ ଏକଲା ସେତେବେଳେ ତାଙ୍କୁ ବହୁତ୍ ଖରାପ୍ ଲାଗେ । ଆଉ ସେ ଦୁଃଖଟା ସେ ଯେତେ ଆଗକୁ ଯାଆନ୍ତୁ ତାଙ୍କ ଜୀବନରେ ରହିଲା । ଆଉ କାହାକୁ ଭଲ ପାଇଛନ୍ତି କି ବୋଲି ପ୍ରଶ୍ନରେ ଜୁଲି କହିଛନ୍ତି ଯେ ଲୋକଙ୍କ ଠାରୁ ଏତେ ଭଲ ପାଇବା ମିଳୁଛି ସେତିକି ବହୁତ୍। ଆଉ ରିଲେସନସିପ୍ କଥା ଯିଏ ଥିବ ସେ ଆଗକୁ ଜୀବନରେ ଆସିବ ସେ ଖୋଜି ନାହାଁନ୍ତି । ଆଉ ସେ ଛୋଟ ବେଳେ ବହୁତ୍ ଭଲ ପଢ଼ୁଥଲେ ତୋ ଘର ଲୋକେ ଭାବୁଥିଲେ ସେ ଆଇଏଏସ, ଓଏଏସ ହେବେ । ତାଙ୍କୁ ଲ’ କରିବାର ମଧ୍ଯ ବହୁତ୍ ଇଚ୍ଛା ଥିଲା । ଆଉ ସେ ନିଜ ପେସନ୍ ଫଲୋ କରିବା ସହିତ ସେଇଟା ହେବେ ।

Leave a Reply

Your email address will not be published. Required fields are marked *