ନିଜ ଶଶୂରଙ୍କୁ କାହିଁକି ଘୃଣା କରୁଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ, ଜାଣନ୍ତୁ ସେହିଦିନର କଥା।

ଜାଡେଜାଙ୍କ ସ୍ତ୍ରୀ ସହ କଣ କରିଥିଲେ ଶଶୂର? ନିଜ ଶଶୂରଙ୍କୁ କାହିଁକି ଘୃଣା କରୁଛନ୍ତି ରିଭାବା? କେଉଁ ଦିନ ଠାରୁ ଶଶୂରଙ୍କ ମୁହଁ ଚାହିଁଲେନି ଜାଡେଜାଙ୍କ ପତ୍ନୀ?ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପାରିବାରିକ ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ରବୀନ୍ଦ୍ରଙ୍କ ବାପା ଅନୁରୁଧ ସିଂ ଜାଡେଜାଙ୍କ କହିବା ଅନୁସାରେ ନିଜ ପୁଅ ତାଙ୍କ ସହ କୌଣସି ସମ୍ପର୍କ ରଖି ନାହାଁନ୍ତି। ପତ୍ନୀ ରିଭାବାଙ୍କୁ ନେଇ ରବୀନ୍ଦ୍ର ଜାଡେଜା ଏକ ବଙ୍ଗଳାରେ ଅଲଗା ରୁହୁଛନ୍ତି। ଗୋଟିଏ ସହରରେ ରହୁଥିଲେ ମଧ୍ୟ ବାପ ପୁଅଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ କିମ୍ବା ଦେଖା ସାକ୍ଷତ ମଧ୍ୟ ହେଉନାହିଁ। ଏମିତିକି ନିଜ ନାତୁଣୀ ଅର୍ଥାତ ରବୀନ୍ଦ୍ର ଜାଡେଜାଙ୍କ ଝିଅକୁ ମଧ୍ୟ ଟିକେ ଦେଖି ପାରୁନାହାନ୍ତି ବୋଲି ଏକ ସାକ୍ଷତକାରରେ ଅଭିଯୋଗ ଆଣିଥିଲେ ଅନିରୂଧ। ଆଉ ଏସବୁ ପାଇଁ ନିଜ ବୋହୂ ରିଭାବାଙ୍କୁ ଦାୟି କରିଛନ୍ତି ଅନିରୁଧ ଜାଡେଜା।

ଶଶୂର ଅନିରୂଧଙ୍କ କହିବା କଥା ହେଲା ରିଭାବା ହିଁ ତାଙ୍କ ଠାରୁ ତାଙ୍କ ପୁଅ ରବିନ୍ଦ୍ରଙ୍କୁ ଛଡାଇ ନେଇଛନ୍ତି। ଶାଶୂ ଶଶୂର ନଣନ୍ଦ ତଥା ପରିବାରର ସମସ୍ତ ସଦସ୍ୟଙ୍କ ଠାରୁ ତାଙ୍କ ପୁଅ ରବୀନ୍ଦ୍ରଙ୍କୁ ନେଇଯାଇଛନ୍ତି। ଆଉ ଏହା ପଛରେ ରବିନ୍ଦ୍ରଙ୍କ ପତ୍ନୀ ରିଭାବାଙ୍କ ହାତ ରହିଛି ବୋଲି କହିଥିଲେ ଅନିରୂଧ। ତେବେ ନିଜ ବାପାଙ୍କ ଏଭଳି କଥାକୁ ମିଛ ଆଉ ମନଗଢା କାହାଣୀ ବୋଲି କହି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ନିଜେ ରବୀନ୍ଦ୍ର ଜାଡେଜା। ଆଉ ତାଙ୍କ ବାପା ଦେଇଥିବା ସାକ୍ଷତକାରକକୁ ସ୍କ୍ରିକେଟ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି ସେ। ଯେଉଁଥିରୁ ଗୋଟିଏ କଥା ତ ସ୍ପଷ୍ଟ ହୋଇଯାଇଛି ସେ ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ନେଇ ବାପା-ମା’ ଆଉ ପୁରା ପରିବାର ଠାରୁ ଅଲଗା ରହୁଛନ୍ତି। ଆଉ ସେମାନଙ୍କ ସହ କୌଣସି ସମ୍ପର୍କ ମଧ୍ୟ ରଖି ନାହାଁନ୍ତି।

କିନ୍ତୁ ଅନେକ ହୁଏତ ଜାଣି ନଥିବେ ଯେ ରବୀନ୍ଦ୍ର ଜାଡେଜାଙ୍କ ବାପା ନିଜ ବୋହୂଙ୍କ ବିଷୟରେ କାହିଁକି ଏଭଳି କଥା କହୁଛନ୍ତି ଏବଂ ରିଭାବା କାହିଁକି ମଧ୍ୟ ନିଜ ଶଶୂରଙ୍କ ସହ ଗୋଟିଏ ଘରେ ରହିବାକୁ ଚାହୁଁନାହାନ୍ତି। ଏହି ଶଶୂର ବୋହୂଙ୍କ ମଧ୍ୟରେ ପରସ୍ପର ପ୍ରତି ଏତେ ଘୃଣା କାହିଁକି ଭରି ରହିଛି? ଏହା ପଛରେ ରହିଥିବା ଅସଲ କାରଣଟି କ’ଣ? ଏମିତିକି ନିଜ ବାପାଙ୍କ ଅଭିଯୋଗ ପରେ ରବୀନ୍ଦ୍ର ଜାଡେଜା ମଧ୍ୟ ଏ କଥା କହିଥିଲେ ମୁଁ ବି ବହୁତ କିଛି କହି ପାରିବି। କିନ୍ତୁ ଏବେ ମୁହଁ ଖୋଲିବାଲୁ ଚାହୁଁନି।

ତେବେ ନିଜ ବାପାଙ୍କ ବିଷୟରେ କେଉଁ କଥାକୁ ନେଇ ଏଭଳି କଥା ସୋସିଆଲ ମିଡିଆରେ କହିଛନ୍ତି ରବୀନ୍ଦ୍ର ଜାଡେଜା। ପତ୍ନୀ ରିଭାବାଙ୍କ ସହ ତାଙ୍କ ବାପାଙ୍କ ସମ୍ପର୍କକୁ ନେଇ କ’ଣ କହିବାକୁ ଚାହୁଁଛନ୍ତି ଜାଡେଜା। ତେବେ ଏସବୁ କଥାର ଜବାବ ହେଉଛି ଯେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଏବଂ ତାଙ୍କ ଶଶୂର ଅନିରୂଧ ସିଂ ଜାଡେଜା ମଧ୍ୟରେ ଶତ୍ରୁତା ଆଜିର ନୁହେଁ ବରଂ ଅନେକ ଦିନ ତଳର।

୨୦୨୨ରେ ଗୁଜୁରାଟ ଜାମନଗର ଉତ୍ତରବିଧାନସଭା ଆସନର ପ୍ରାର୍ଥୀ ହୋଇଥିଲେ ରିଭାବା। ହେଲେ ଏକଥା ଚାହୁଁନଥିଲେ ରିଭାବାଙ୍କ ଶଶୂର ତଥା ରବୀନ୍ଦ୍ର ଜାଡେଜାଙ୍କ ବାପା ଅନିରୁଧ। କାରଣ ସେ କଂଗ୍ରେସ ଦଳର ସଦସ୍ୟ ଥିବା ବେଳେ ବୋହୂ ରିଭାବା bjp ଟିକେଟରେ ନିର୍ବାଚନ ଲଢୁଥିଲେ। ଆଉ ଅନିରୁଧ ନିଜ ବୋହୂଙ୍କ ବୁଜାଇବା ସ୍ୱତେ ତାଙ୍କ କଥା ମାନିନଥିଲେ ରିଭାବା। ତେଣୁ ରିଭାବାଙ୍କୁ ହରାଇବା ପାଇଁ ସମାନ ଟିକେଟରୁ କଂଗ୍ରେସ ଦଳର ପ୍ରାର୍ଥୀ ଥିଲେ ତାଙ୍କ ନଣନ୍ଦ ଅର୍ଥାତ ରବୀନ୍ଦ୍ର ଜାଡେଜାଙ୍କ ଭଉଣୀ ନୟନୟନାବାଗ।

ଆଉ ନଣନ୍ଦ ନୟନୟନାବାଗ ଆଉ ଭାଉଜ ରିଭାବା ପରସ୍ପର ବିରୋଧରେ ପ୍ରଚାର କରିଥିଲେ। ଶଶୂର ଅନିରୁଧ ଝିଅ ନୟନୟନାବାଗଙ୍କୁ ଜିତାଇବା ପାଇଁ ପ୍ରଚାର କରିଥିଲେ। ହେଲେ ଏହି ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ରିଭାବା। ଫଳରେ ତାଙ୍କ ଶଶୂର ଓ ନଣନ୍ଦଙ୍କୁ ଲାଗିଥିଲା ଜୋରଦାର ଝଟକା। ରିଭାବାଙ୍କୁ ୮୮ ହଜାର ୮୩୫ ଭୋଟ ମିଳିଥିବା ବେଳେ ନଣନ୍ଦ ନୟନୟନାବାଗଙ୍କୁ ମାତ୍ର ୨୩ ହଜାର ୨୭୪ ଭୋଟ ପାଇ ହାରି ଯାଇଥିଲେ। ଖାଲି ହାରି ନଥିଲେ ବରଂ ସେ ତୃତୀୟ ସ୍ଥାନରେ ରହିଥିଲେ। ତେଣୁ ରବୀନ୍ଦ୍ର ଜାଡେଜାଙ୍କ ବାପା ଓ ତାଙ୍କ ପତ୍ନୀ ତଥା ଶଶୂର ବୋହୂଙ୍କ ମଧ୍ୟରେ ଶତ୍ରୁତା କେତେ ପୁରୁଣା ଏଥିରୁ ସହଜରେ ଅନୁମାନ ଲଗାଯାଇପାରେ।

Leave a Reply

Your email address will not be published. Required fields are marked *