ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛନ୍ତି ବାପା-ମା’, ସୁନ୍ଦରୀ ଭାଉଜ ପାଇଁ ଜୀବନ ଯିବା ପରେ ଖେଳି ଯାଇଛି ଶୋ-କର ଛାୟା।

୫ ଦିନ ହେଲା ବାପା-ମା’ଙ୍କ ପେଟକୁ ଦାନା ଯାଇନଥିଲା। ଭେଣ୍ଡିଆ ପୁଅଟା ହଠାତ କୁଆଡେ ଉଭାନ ହୋଇଯାଇଥିଲା ଯେ ତାର ଫେରିବା ବାଟକୁ ଚାହିଁ ଚାହିଁ ବାପା-ମା’ଙ୍କ ଆଖିରୁ ଯେମିତି ନିଦ ହଜି ଯାଇଥିଲା।ବନାଁ ଖାଉଥିଲେ ନାଁ ଶୋଉଥିଲେ। କେବଳ ଆଖି ଆଗରେ ନାଚି ଯାଉଥିଲା ତାଙ୍କର ଗେଲ୍ହା ପୁଅ ନିରଞ୍ଜନର ମୁହଁ।

ସେଦିନ ଜଙ୍ଗଲ ଭିତରୁ ପୁଅକୁ ନପାଇ ର-କ୍ତ ଭିଜା ପାଇଜାମା ଆଉ ପୁଅର ର-କ୍ତ ଜୁଡୁବୁଡୁ ଚପଲ ପାଇବା ପରେ ବାପା-ମା’ଙ୍କ ମନକୁ ପାପ ଛୁଇଁ ଥିଲା ସତ ହେଲେ ତଥାପି ବାପା-ମା’ଙ୍କ ମନରେ କୋଉଠି ନାଁ କୋଉଠି ବିଶ୍ୱାସ ଥିଲା ଯେ ଯେମିତିବି ହେଉ ତାଙ୍କ ପୁଅ ତାଙ୍କ ପାଖକୁ ଫେରି ଆସିବ। ତାକୁ ପୁଣି ଥରେ ବାପା-ବୋଉ ବୋଲି ଡାକିବ। ଏତେ ଖୋଜାଖୋଜି ପରେ ଯେତେବେଳେ ପୁଅ ମିଳିନଥିଲା ସେତେବେଳେ ସମସ୍ତେ କହିଲେ ପୁଅ ନିରଞ୍ଜନ ଆଉ ଏ ଦୁନିଆରେ ନାହିଁ। କିନ୍ତୁ ବାପା-ମା’ଙ୍କର ମନ କହୁଥିଲା ଯେ ଆମ ପୁଅ ଜୀବିତ ଅଛି। ସେ ନିଶ୍ଚିତ ଆମ ପାଖକୁ ଫେରିବ। ପୁଅ ବି ଦୀର୍ଘ ୫ ଦିନ ପରେ ବାପା-ମା’ଙ୍କ କୋଳକୁ ଫେରିଛି ସତ ହେଲେ ଜୀବିତ ଅବସ୍ଥାରେ ନୁହେଁ ମୃ-ତ ଅବସ୍ଥାରେ।

ଯେତେବେଳେ ଖବର ଆସିଲା କି ୫ ଦିନ ପରେ ପରିତ୍ୟକ୍ତ ଖାଦାନ ଭିତରୁ ନିରଞ୍ଜନଙ୍କର କ୍ଷ-ତ ବିକ୍ଷତ ମୃ-ତ ଶରୀର ମିଳିଛି ସେ ଖବର ଶୁଣିବା ପରେ ବାପା-ମା’ଙ୍କର ଛାତି ଯେମିତି ଫାଟି ପଡିଲା। ତାଙ୍କ ପୁଅ ଏ ଦୁନିଆରେ ନାହିଁ ବୋଲି ସେ ବିଶ୍ୱାସ ବି କରିପାରିଲେ ନାହିଁ। କା-ନ୍ଦି କା-ନ୍ଦି ଭୁଇଁରେ ଲୁ-ଟି ପଡୁଛି ମା’। ସେପଟେ ମୁଣ୍ଡରେ ହାତ ଦେଇ ବସିଛନ୍ତି ବାପା। ପୁଅକୁ ମନେ ପକାଇ ବାରମ୍ବାର ଚେତାଶୂନ୍ୟ ହୋଇଯାଉଛନ୍ତି। ଏପଟେ ଦାଣ୍ଡ ପିଣ୍ଡାରେ ବସି ଗୁମୁରି ଗୁମୁରି କାନ୍ଦୁଛି ମା’। ଯେତେବେଳେ ବାପା ମା’ଙ୍କ କୋଳରୁ ଭେଣ୍ଡିଆ ପୁଅଟି ଚାଲିଯାଏ ସେତେବେଳେ କେତେ ଯେ କଷ୍ଟ ହୁଏ ସେ କଥା କେବଳ ନିଜ ବାପା-ମା’ ହିଁ ଜାଣିଥିବେ। କେବଳ ବାପା ମା’ ନୁହଁନ୍ତି ଗାଁ ଗଣ୍ଡା ସାହି ପଡିସା ସମସ୍ତେ ଆଜି ଦୁଃ-ଖରେ ଭାଙ୍ଗି ପଡୁଛନ୍ତି।

ହଁ ବନ୍ଧୁଗଣ ଏ ଯୁବକ ଦୁଇଜଣ ହେଉଛନ୍ତି ଭବାନୀ ରାଉତ ଆଉ ଇଏ ତାଙ୍କର ସାଙ୍ଗ ନିରଞ୍ଜନ ମହାପାତ୍ର। ପିଲା ବେଳୁ ବହୁତ ଅନ୍ନ୍ତରଙ୍ଗ ବନ୍ଧୁଥିଲେ। ସବୁକିଛି ସାଙ୍ଗ ହୋଇ କରୁଥିଲେ। ଆଉ ଆଜି ସାଙ୍ଗ ହୋଇ ମଧ୍ୟ ଆରପାରିକୁ ଚାଲି ଯାଇଛନ୍ତି ଭବାନୀ ଆଉ ନିରଞ୍ଜନ। ଗୋଟିଏ ମଶାଣିରେ ଏକା ସାଙ୍ଗରେ ଜଳୁଛି ଦୁଇ ସାଙ୍ଗଙ୍କର ଜୁଇ। ସାଙ୍ଗ ଭବାନୀ ପାଇଁ ଆଜି ଅକାରଣରେ ଚାଲି ଯାଇଛି ନିରଞ୍ଜନଙ୍କ ଜୀବନ। ତାଙ୍କ ପାରିବାରିକ କୋଳହରେ ନିଜକୁ ହରାଇ ଦେଇଛନ୍ତି ନିରଞ୍ଜନ। କିଛି ଦୋ-ଷ ନକରିବି ଆଜି ନିରଞ୍ଜନ ପାଇଛି ବଡ଼ ଶାସ୍ତି।

ନିରଞ୍ଜନଙ୍କର କେବଳ ଏତିକି ଭୁଲ ଥିଲା ଯେତେବେଳେ ଭବାନୀଙ୍କ ବଡ଼ ଭାଇ ବିଜୟ ରାଉତ ଓ ତାଙ୍କ ଭାଉଜ ଜସ୍ନାରାଣୀ ରାଉତ ଭବାନୀଙ୍କୁ ସୁପାରୀ କିଲର ଜରିଆରେ ହ-ତ୍ୟା କରୁଥିବା ବେଳେ ସେ ଦୃ-ଶ୍ୟ ଦେଖି ନେଇଥିଲେ ନିରଞ୍ଜନ। ଆଉ ଏ ଦୃଶ୍ୟ ଦେଖିବା ପରେ ନିରଞ୍ଜନ ନିଜକୁ ସମ୍ଭାଳି ପାରିନଥିଲେ। ମୋ ସାଙ୍ଗକୁ ମାରନି ବୋଲି ପ୍ରତିବାଦ କରିବାରୁ ଭବାନୀର ଭାଇ ଭାଉଜ ପ୍ରଥମେ ଭବାନୀକୁ ତେଲେଙ୍ଗା କଟୁରିରେ ଅତି ବିଭତ୍ସ ଭାବରେ ହ-ତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ନିରଞ୍ଜନଙ୍କର ତ-ଣ୍ଟି ଚି-ପି ହ-ତ୍ୟା କରିଛନ୍ତି।ଏଭଳି ଅଭାବନୀୟ ଘ-ଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ରେ। ଆଉ ଏ ଘ-ଟଣା ପୁରା ରାଜ୍ୟକୁ ଦହଲାଇ ଦେଇଛି।

Leave a Reply

Your email address will not be published. Required fields are marked *