ଦୌଡ଼ିଲେ ଡାକ୍ତର, ଝିଅର ଭୁଲ ରିପୋର୍ଟ କାହିଁକି ଦେଲୁ ବୋଲି କହି ଏମିତି କଲେ ମହିଳା।

ନିଧୁମ ମାଡ଼ ଡାକ୍ତରଙ୍କୁ ଛେଞ୍ଚି ପକାଇଲେ ମହିଳା। ତୁହାକୁ ତୁହା ଚାପୁଡ଼ା ସାଙ୍ଗକୁ ଚପଲ କାଢି ପିଟିଲେ। ହଁ ଆଜ୍ଞା ମେଡିକାଲକୁ ଆସିଲେ ଡାକ୍ତରଙ୍କ ପାଖରେ ଛିଡା ହେଲେ ଆଉ କଣ ହେଲା କେଜାଣି ଚପଲ ଉଠାଇ ନାଦି ଚାଲିଲେ। ଆଉ ଡାକ୍ତର ଜଣଙ୍କ କହୁଛନ୍ତି ମୋତେ ବଞ୍ଚାଅ ବଞ୍ଚାଅ ହେଲେ କେହି ପାଖକୁ ଆସୁନାହାନ୍ତି।

ହଁ ଆଜ୍ଞା ବହୁତ ସମୟ ଧରି ଏଭଳି ଗୋଡେଇ ଗୋଡେଇ ମହିଳା ଡାକ୍ତରଙ୍କୁ ପି-ଟି ଚାଲିଲେ। ହେଲେ କାହିଁକି ଏଭଳି ମହିଳା ଜଣଙ୍କ ଡାକ୍ତରଙ୍କୁ ଆଜି ପି-ଟିଲେ ଆସନ୍ତୁ ଜାଣିବା।ମହିଳାଙ୍କର ଝିଅର ଜୀବନ ଯାଇଛି। ଆଉ ତ-ଦନ୍ତ ଚାଲିଛି ଝିଅର ଜୀବନ କେମିତି ଗଲା। ହେଲେ ପୋଷ୍ଟମଟମ ରିପୋ-ର୍ଟରେ ଅଛି ଯେ ଝିଅ ଜୀବନ ହାରିଛି। କିନ୍ତୁ ଏପଟେ ମହିଳା କହୁଛନ୍ତି ମୋ ଝିଅର ଦେହରେ ବହୁତ ଦାଗ ଥିଲା। ଆଉ ମୋ ଝିଅ କଣ ଦେହକୁ ଦାଗ କରି କରି ଜୀବନ ହାରିଲା। ନାଁ ତାକୁ ମ-ଡର କରାଯାଇଛି। କାହିଁକି ଠିକ ରି-ପୋର୍ଟ ଦିଆଯାଇନି ବୋଲି ଡାକ୍ତରଙ୍କୁ ଆଜି ଛେଞ୍ଚି ପକାଇଲେ।

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି କିଛି ଘ-ଟଣା। ଯେଉଁଥିରେ କି ଡାକ୍ତର ରଶ୍ମିରଞ୍ଜନ ମିଶ୍ରଙ୍କୁ ମା-ଡ଼ ମା-ରିଛନ୍ତି ମହିଳା। ପ୍ରଥମେ ହାତ ପରେ ଚପଲ। ତେବେ ଏ ହେଉଛନ୍ତି ମୃ-ତ ଛାତ୍ରୀଙ୍କ ମା’ ସୁଜ୍ଞାନୀ ଗମାଙ୍ଗ।

୨୦୨୩ ଫେବୃଆରୀ ମାସରେ ସୁଜ୍ଞାନୀ ଗମାଙ୍ଗଙ୍କ ଝିଅ ସୌଦାମିନୀ ମୃ-ତ୍ୟୁବ-ରଣ କରିଥିଲେ। ତେବେ ସୌଦାମିନୀ ଜେବି ପାରଳାଖେମୁଣ୍ଡିରେ ପାଠ ପଢୁଥିଲେ। ସୌଦାମିନୀଙ୍କର ମୃ-ତ୍ୟୁର ତ-ଦନ୍ତ ପ୍ରଥମେ ପାରଳାଖେମୁଣ୍ଡି ପୋ-ଲିସ ପରେ କ୍ରାଇମବ୍ରାଞ୍ଚ ହାତକୁ ନିଆଯାଇଥିଲା। ତେବେ ବର୍ତ୍ତମାନ ମଧ୍ୟ ଏହି ଘଟ-ଣାର ତ-ଦନ୍ତ ଜାରି ରହିଛି। କିନ୍ତୁ ଆଜି ସୌଦାମୀନିଙ୍କ ମା’ ସୁଜ୍ଞାନୀ ଜଣେ ରୋଗୀ ଭାବେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇଥିଲେ। ଆଉ ସେମିତି ସାଧାରଣ ଲୋକ ପରି ଧାଡିରେ ଛିଡା ହେଲେ।

ପରେ ଡ୍ୟୁଟିରେ ଥିବା କର୍ଣ ନାସା ଗଳା ବିଶେଷଜ୍ଞ ଡାକ୍ତର ରଶ୍ମିରଞ୍ଜନଙ୍କୁ ନିଜ ଝିଅର ଶ-ବ ବ୍ୟବଚ୍ଛେଦ ରି-ପୋର୍ଟ ଦେଖାଇ ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ। ଆଉ ହଠାତ ନିଜେ ପିନ୍ଧିଥିବା ଚପଲ ବାହାର କରି ମା-ଡ଼ ମା-ରି ଚାଲିଥିଲେ। ଆଉ ଶେଷରେ ଅନ୍ୟ କିଛି ଡାକ୍ତର ଏବଂ ସିକ୍ୟୁରୀଟି ଗାର୍ଡ ଆସି ସେଠାରୁ ଡ଼ାକ୍ତରଙ୍କୁ ଉ-ଦ୍ଧାର କରିଥିଲେ।

ତେବେ ସେପଟେ ଡାକ୍ତର ଏବଂ ହସ୍ପିଟାଲ କତ୍ତୃପକ୍ଷ ସୌଦାମୀନିଙ୍କ ମା’ ନିଜେ କିଛି ସାଥୀଙ୍କୁ ଆଣି ମା-ଡ଼ ମା-ରିଥିବା ଅଭି-ଯୋଗ କରିଛନ୍ତି। ହେଲେ ସୌଦାମିନିଙ୍କର ଶ-ବ ବ୍ୟବଚ୍ଛେଦ ସଠିକ ରିପୋର୍ଟ ହୋଇନାହିଁ ବୋଲି ପୁଣି ଥରେ ଶ-ବ ବ୍ୟବଚ୍ଛେଦ କରାଯାଉ ବୋଲି ସୁଜ୍ଞାନୀ ସୌଦାମିନୀଙ୍କ ମା’ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *