ଚମତ୍କାର କରିଦେଲା ପ୍ରଜ୍ଞାନ, ଚନ୍ଦ୍ରରେ ମିଳିଲା ପୁଳା ପୁଳା ସୁନା..।:-

ଚମତ୍କାର କରିଦେଲା ପ୍ରଜ୍ଞାନ। ଜହ୍ନମାଟି ତଳୁ ମିଳିଲା ସୁନା। ତେବେ ଚନ୍ଦ୍ରର ସୁନା ଉପରେ ରହିଛି କାହାର ଅଧିକାର। କଣ ଏହି ସୁନା ମିଳିଲେ ବଦଳିଯିବ ଭାରତର ଭାଗ୍ୟ। ଆଜ୍ଞା ହଁ ସଫଳ ହୋଇଯାଇଛି ଭାରତର ଚନ୍ଦ୍ରଯାନ 3। ଅଗଷ୍ଟ 23 ରେ ଚନ୍ଦ୍ରରେ ପାଦ ଛାପିଛି ଭାରତ।

ଆଉ ଏହି ସଫଳତା ପାଇଁ ଅନ୍ୟ ଦେଶ ଗୁଡିକ ଭାରତକୁ କରୁଛନ୍ତି ପ୍ରଶଂସା। କାରଣ ଭାରତ ହେଉଛି ପ୍ରଥମ ଦେଶ ଯିଏ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଲ୍ୟାଣ୍ଡ କରିଛି। ସେପଟେ ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ପ୍ରଜ୍ଞାନ ରୋଭରର ପେଲୋଡ୍ ମାଧ୍ୟମରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର୍ ଥିବା ନିଶ୍ଚିତ ହୋଇଛି।

ଏହା ସହ ଇସ୍ରୋ କହିଛି ଯେ, ସଲଫର୍ ମିଳିବା ପରେ ଏବେ ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ହାଇଡ୍ରୋଜେନ (ଉଦଜାନ) ର ସନ୍ଧାନ କରୁଛି। ଏଥିସହ ଇସ୍ରୋ ଏକ୍ସରେ ପୋଷ୍ଟ କରି କହିଛି ଯେ, ପ୍ରଥମ ଥର ପାଇଁ ରୋଭରରେ ଲାଗିଥିବା ‘ଲେଜର-ଇଣ୍ଡ୍ୟୁସଡ୍ ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପ୍’ (ଏଲଆଇବିଏସ) ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର୍ ଥିବା ନିଶ୍ଚିତ କରିିଛି।

ପ୍ରାଥମିକ ଅନୁଶୀଳନ ଅନୁଯାୟୀ, ଚନ୍ଦ୍ରର ଦକ୍ଷିଣ ମେରୁରେ ଆଲୁମିନିୟମ, କ୍ୟାଲସିୟମ, ଆଇରନ୍, କ୍ରୋମିୟମ, ଟିଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅକ୍ସିଜେନ୍ ଥିବାର ଜଣାପଡ଼ିଛି। ଏସବୁ ପଦାର୍ଥ ଚିହ୍ନଟ କରିବା ପରେ ଏବେ ହାଇଡ୍ରୋଜେନର ସନ୍ଧାନ ଚଳାଇଛି ପ୍ରଜ୍ଞାନ

ସୂଚନାଅନୁସାରେ ଏହି ଏଲଆଇବିଏସ ପେଲୋଡ୍ ବେଙ୍ଗାଲୁରୁର ଏକ ଲାବୋରେଟୋରିରେ ତିଆରି ହୋଇଥିଲା। ଏହା ପୂର୍ବରୁ ପ୍ରଜ୍ଞାନ ରୋଭର ବାର୍ତ୍ତା ପଠାଇଥିଲା ଯେ, ”ନମସ୍କାର ପୃଥିବୀ! ମୁଁ ଚନ୍ଦ୍ରଯାନ-3 ର ପ୍ରଜ୍ଞାନ ରୋଭର। ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବାକୁ ଯାଉଛି। ମୁଁ ମୋର ବନ୍ଧୁ ବିକ୍ରମ ଲାଣ୍ଡର ସହ ଯୋଗାଯୋଗରେ ଅଛି।”

ତେବେ ଏତେ ସବୁ ପଦାର୍ଥର ସନ୍ଧାନ ମିଳିବା ପରେ ଇସ୍ରୋ ଆଶା କରୁଛି ଯେ ଚନ୍ଦ୍ରରେ ସୁନା ମଧ୍ୟ ମିଳିପାରେ। କାରଣ ଚନ୍ଦ୍ରରେ ଅନେକ ଉଳକା ପିଣ୍ଡ ପ୍ରାୟ ସମୟ ମାଡ଼ ହୋଇଥାଏ। ଯେଉଁଥିରୁ ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଯଦି କୌଣସି ଉଳକା ପିଣ୍ଡରେ ସୁନା ଥାଏ ତେବେ ଏହା ଚନ୍ଦ୍ରରେ ମଧ୍ୟ ଥିବ। ଅବଶ୍ୟ ଏହାର କିଛି ସନ୍ଧାନ ମିଳିନାହିଁ। କିନ୍ତୁ ବୈଜ୍ଞାନିକମାନେ ଏହାର ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *