କୋଟିପତି ପୁଅ ବାପାମାଆଙ୍କୁ ଖାଇବାକୁ ଦେଲାନି ପଟେ ରୁଟି, ସହିପାରିଲେନି ବାପାମାଆ ଆଉ କଲେ ଆ-ତ୍ମହ-ତ୍ୟା

ହରିୟାଣାର ଚାରଖୀ ଦାଦ୍ରିରେ ଥିବା ବାଦଡାର ଶିବ କଲୋନୀରେ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ଘ-ଟଣା। ପୁଅର 30 କୋଟି ସମ୍ପତ୍ତି ଅଛି, ନାତି ଆଇଏଏସ୍ ଅଫିସର କିନ୍ତୁ ଜେଜେବାପା-ମାଙ୍କୁ ଦେଉନଥିଲେ ଖାଇବାକୁ। ଆଉ ଖାଦ୍ୟ ନ ପାଇ ଶେଷ ଉଭୟ ବୁଢା ଦମ୍ପତି କଲେ ଆ-ତ୍ମହ-ତ୍ୟା।

କିନ୍ତୁ ଆ-ତ୍ମହ-ତ୍ୟା କରିବା ପୂର୍ବରୁ ପୋ-ଲିସ କଣ୍ଟ୍ରୋଲ ରୁମ୍ କୁ ଫୋନ୍ କରି ସବୁକଥା ଜଣାଇଥିଲେ। କିନ୍ତୁ ପୋଲିସ ପହଞ୍ଚିବା ପୂର୍ବରୁ ବୃଦ୍ଧ ଦମ୍ପତ୍ତିଙ୍କ ଅବସ୍ଥା ଗୁରୁ-ତର ହୋଇସାରିଥିଲା। ଆଉ ସେହି ସମୟରେ ପୋ-ଲିସ ହାତରେ ଏକ ଚିଠି ଧରାଇ ଦେଇ ଆରପାରିକୁ ଚାଲିଗଲେ ଦମ୍ପତି।

ତେବେ ପୋ-ଲିସର ସୂଚନା ଅନୁସାରେ ଏହି ମାମ-ଲା ମାର୍ଚ୍ଚ 29 ତାରିଖ ରାତିର ଅଟେ। ମୃ-ତକ ଦୁଇଜଣ ହେଉଛନ୍ତି ଜଗଦୀଶ ଚନ୍ଦ୍ର ଆର‌୍ୟ୍ୟ ବୟସ 78 ବର୍ଷ ଏବଂ ପତ୍ନୀ ଭଗଲି ଦେବୀ ବୟସ 76 ବର୍ଷ। ଉଭୟ ବୃଦ୍ଧ ଦମ୍ପତ୍ତି ସଲଫା ବଟିକା ଖାଇ ଆ-ତ୍ମହ-ତ୍ୟା କରିଛନ୍ତି। ମୃ-ତ ବୃଦ୍ଧ ଦମ୍ପତି ଚାର୍କି ଦାଦ୍ରିରେ ଆଇଏଏସ୍ ବିବେକ ଆର‌୍ୟ୍ୟଙ୍କ ଜେଜେବାପା ଏବଂ ଜେଜେମାଆ ଥିଲେ।

ବିବେକଙ୍କ ପିତାଙ୍କ ନାମ ବିରେନ୍ଦ୍ର। ବିବେକ 2021 ରେ ଅଧିକାରୀ ଭାବରେ ନିର୍ବାଚିତ ହୋଇଥିଲେ। ସେ ହରିୟାଣା କ୍ୟାଡର ପାଇଥିଲେ ଏବଂ ବର୍ତ୍ତମାନ ଜଣେ ଅଣ୍ଡର-ଟ୍ରେନିଂ ଅଟନ୍ତି। ତେବେ ହଠାତ ଏହି ଦମ୍ପତି ପୋ-ଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଆ-ତ୍ମହ-ତ୍ୟା କରିବେ ବୋଲି ସୂଚନା ଦେଇଥିଲେ।

ତାପରେ ଏକ ଆ-ତ୍ମହ-ତ୍ୟା ନୋଟ ଲେଖି ବି-ଷ ଖାଇଥିଲେ। ପୋ-ଲିସ ପହଞ୍ଚିବା ପୂର୍ବରୁ ଉଭୟଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ପୋ-ଲିସ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଯେଉଁଠାରେ ଚିକିତ୍ସା ସମୟରେ ଉଭୟଙ୍କର ମୃ-ତ୍ୟୁ ହୋଇଥିଲା। ଏହି ମାମ-ଲାରେ ଚାରି ଜଣଙ୍କ ବିରୋ-ଧରେ ପୋ-ଲିସ ଏଫଆଇଆର ପଞ୍ଜିକରଣ କରିଛି।

ଏହି ନୋଟରେ ସେହି ବୁଢା ଦମ୍ପତି ଲେଖିଥିଲେ ଯେ , “ଘରୁ ବାହାର କରିଦେବା ପରେ ମୁଁ ଦୁଇ ବର୍ଷ ପର୍ଯ୍ୟନ୍ତ ଏକ ବୃଦ୍ଧାଶ୍ରମରେ ରହୁଥିଲି। ମୁଁ ଫେରି ଆସିବା ପରେ ଘରକୁ ଯାଇଥିଲି କିନ୍ତୁ ସେମାନେ ଆମକୁ ଦେଖି ଘର ବନ୍ଦ କରିଦେଇଥିଲେ। ଏହି ସମୟରେ ମୋ ପତ୍ନୀ ପକ୍ଷାଘାତ ରୋଗରେ ପୀ-ଡିତ ଥିଲେ। ତାପରେ ଦ୍ୱିତୀୟ ପୁଅ ପାଖକୁ ଯାଇଥିଲୁ।

କିଛି ଦିନ ପରେ ସେ ମଧ୍ୟ ବାସି ଖାଦ୍ୟ ଖାଇବାକୁ ଦେଲା ଏବଂ ପାଖରେ ରଖିବାକୁ ମନା କଲା। ତେଣୁ ଆମେ ସଲଫାର ଟାବଲେଟ୍ ଖାଇଲୁ। ଆମ ମୃ-ତ୍ୟୁର କାରଣ ମୋର ଦୁଇ ବୋହୂ, ଗୋଟିଏ ପୁଅ ଏବଂ ଜ୍ୱାଇଁ। ସେହି ଚାରିଜଣ ଆମ ଉପରେ ଯେତିକି ଅତ୍ୟାଚାର କରିଥିଲେ, କୌଣସି ପିଲା ତାଙ୍କ ପିତାମାତାଙ୍କୁ କରିପାରିବ ନାହିଁ।

ଅନୁରୋଧ ଯେ ସରକାର ଏବଂ ସମାଜ ସେମାନଙ୍କୁ ଦ-ଣ୍ଡ ଦିଅନ୍ତୁ। ତେବେ ପୁଅ ନିଜେ ସଫେଇରେ କହିଛି ଯେ ଅସୁସ୍ଥତା କାରଣରୁ ମୋ ବାପା-ମାଆଙ୍କ ମୃ-ତ୍ୟୁ ହୋଇଛି। ଆମେ ତାଙ୍କୁ କୌଣସି ପ୍ରକାରର ଅ-ତ୍ୟାଚା-ର କରିନାହୁଁ। ତେବେ ପୋ-ଲିସ ଏହି ନୋଟ ଆଧାରରେ 4 ଜଣଙ୍କ ନାମରେ ମାମ-ଲା ରୁଜୁ କରି ତ-ଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *