ସୁନାର କଳସ ଶନିଦେବଙ୍କୁ ଙ୍କୁ ଦାନ କଲେ ହୁଏ କି ରିଷ୍ଟ ଖଣ୍ଡନ ?

ମୃ-ତ୍ୟୁ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୁବର୍ଣ୍ଣ କଳସ ଦାନ କରିବାକୁ ନେଇ ଯେଉଁ ଚର୍ଚ୍ଚାରେ ଆସିଥିଲେ ସେ ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ। ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ସୁନା କଳସ ଦାନ କରିବାକୁ ନେଇ ମନ୍ତ୍ରୀ ନବ ଦାସ ସେତେବେଳେ ଖୁବ୍‌ ଚର୍ଚ୍ଚାରେ ରହିଥିଲେ।

ମନ୍ତ୍ରୀ ନବ ଦାସ ଦାନ କରିଥିବା ସୁନା କଳସରେ 700 ଗ୍ରାମ ସୁନା ବ୍ୟବହାର କରାଯାଇଥିବା ବେଳେ 5 କେଜି ରୂପା ମଧ୍ୟ ଏଥିରେ ବ୍ୟବହାର ହୋଇଛି। ଏହି ସୁବର୍ଣ୍ଣ କଳସର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ ଗତ 21 ତାରିଖ ଦିନ ଶନି ଅମାବାସ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଥିଲେ। ଶନି ଅଭିଷେକ କରିବାବେଳର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା।

ଭାଇରାଲ ହେଉଥିବା ଭିଡିଓରେ ନବଦାସ ନିଜ ପରିବାର ସହ ଶନି ଶିଙ୍ଗନାପୁର ମନ୍ଦିରରେ ପୂଜାର୍ଚ୍ଚନା କରୁଥିବାର ନଜର ଆସିଥିଲେ। କୁହାଯାଉଥିଲା ଯେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଗ୍ରହ ରିଷ୍ଟ ଖ-ଣ୍ଡନ ନିମନ୍ତେ ଏହି ପୂଜାର୍ଚ୍ଚନା କରିଛନ୍ତି। 20 ବର୍ଷ ପରେ ଶନି ଅମାବାସ୍ୟା ପଡ଼ିଥିବାକୁ ଏହି ଦାନ କରାଯାଇଥିବା ସୂଚନା ରହିଛି।

ତେବେ ଏହି ଦାନକୁ ନେଇ ଜଣେ ପୂଜାରୀ କହିଛନ୍ତି ଯେ ଶନି ଦେବ ହେଉଛନ୍ତି ସ୍ୱୟଂ ଧର୍ମର ସ୍ୱାମୀ। ସୁବର୍ଣ୍ଣ କଳସ ଶନିଦେବଙ୍କୁ ଦାନ କରିବା ଅତ୍ୟନ୍ତ ଶୁଭ ଅଟେ। ଶନି ଦେବଙ୍କୁ ପ୍ରସନ୍ନ କରିବା ଦ୍ୱାରା ଆପଣଙ୍କର ସବୁ ପାପ ଏବଂ ଦୋ-ଷ ଖଣ୍ଡନ ହୋଇଥାଏ। ଜୀବନରେ ଶାନ୍ତି ଆସିଥାଏ।

ତେବେ ନିଜର ଏବଂ ନିଜ ପରିବାରର ଶୁଭ କାମନା ପାଇଁ ଏହି ଦାନ ନବ ଦାସ କରିଥିବା ବେଳେ ଦାନ କରିବାର 9 ଦିନ ପରେ ତାଙ୍କର ଏପରି ମୃ-ତ୍ୟୁ ହୋଇଛି ଯାହାକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଲୋକମାନେ କହୁଛନ୍ତି ଯେ ଯେତେ ପୂଜାର୍ଚ୍ଚନା କଲେ ମଧ୍ୟ ଯଦି କାଳ ମୁଣ୍ଡ ଉପରେ ଘୁରି ବୁଲୁଥିବ ତାକୁ କେହି ଟାଳି ପାରିବେ ନାହିଁ।

Leave a Reply

Your email address will not be published. Required fields are marked *