ଅ-ଶ୍ଳୀଳ ନାଚକୁ ସହି ନପାରି ବି-ରୋଧ କଲେ ମହିଳା ଦର୍ଶକ, ଚପଲ ଫିଙ୍ଗି ବନ୍ଦ କଲେ ଯାତ୍ରା

ଅପେରା ମଞ୍ଚରେ ଏବେ ଚର୍ଚ୍ଚାରେ ଆସିଛନ୍ତି ରାନୀ ପ୍ରିୟଦର୍ଶିନୀ। ରାନୀଙ୍କ ନୃତ୍ୟ ପ୍ରଦର୍ଶନକୁ ନେଇ ଏବେ ସୃଷ୍ଟି ହେଇଛି ବି-ବାଦ। ଅଙ୍ଗ ପ୍ରଦର୍ଶନର ସୀମା ଏତେ ଟପିଯାଇଥିଲା ଯେ ନିଜ କ୍ରୋ-ଧକୁ ସମ୍ଭାଳି ନପାରି ଅଭିନେତ୍ରୀଙ୍କ ଉପରକୁ ଚପଲ ଫି-ଙ୍ଗିଥିଲେ ମନ୍ଦାକିନି ପଣ୍ଡା ନାମକ ଜଣେ ମହିଳା। ତେବେ ଘଟ-ଣାଟି ଘ-ଟିଥିଲା ଅକ୍ଟୋବର 27 ତାରିଖ ଦିନ ଭଦ୍ରକ ଜିଲ୍ଲା ଚରମ୍ପାରେ ଚାଲୁଥିବା ରାଜ ନନ୍ଦିନୀ ଅପେରାରେ।

ଯାତ୍ରା ଆରମ୍ଭ ହେବା ପୂର୍ବରୁ ହୋଇଥିଲା ଏକ ରେ-କର୍ଡ ଡ୍ୟାନ୍ସ। ମଞ୍ଚକୁ ଆସିଥିଲେ ରାନୀ ପ୍ରିୟଦର୍ଶନୀ। ତେବେ ନାଚରେ ଅ-ଶ୍ଳୀଳ ଅ-ଙ୍ଗଭ-ଙ୍ଗୀ ଦେଖି ଦର୍ଶକମାନେ ତା-ଳିମା-ରି ନାଚି ଉଠୁଥିବା ବେଳେ ପେଣ୍ଡାଲ ନିକଟରେ ଜଣେ ମହିଳା ରା-ଗି ଯାଇଥିଲେ। ଅଙ୍ଗ ପ୍ରଦର୍ଶନର ସୀମା ଏତେ ପାର୍ ହୋଇଯାଇଥିଲା ଯେ ଶେଷରେ ମହିଳା ଜଣକ ସହିନପାରି ନିଜ ପିନ୍ଧା ଚପଲ ଖୋଲି ସିଧା ମଞ୍ଚ ଉପରକୁ ଫୋ-ପାଡ଼ିଥିଲେ।

ଏହାପରେ ମଞ୍ଚ ଉପରକୁ ଯାଇ ପ୍ର-ତିବା-ଦ ମଧ୍ୟ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲେ। ତେବେ ଆୟୋଜନ କମିଟି ସଦସ୍ୟ ତାଙ୍କୁ ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ଶେଷରେ ପରିସ୍ଥିତି ଶା-ନ୍ତ ପଡ଼ିଥିଲା। ତେବେ ନୃତ୍ୟ ଆଳରେ ଅଙ୍ଗ ପ୍ରଦର୍ଶନକୁ ନେଇ ଏବେ ନୂଆ ବି-ବାଦ ମୁଣ୍ଡ ଟେକିଛି। କିନ୍ତୁ ଅପେରାର ମ୍ୟାନେଜର କହିଛନ୍ତି ଯେ ଏଠାରେ କେବେ ଅଶ୍ଳୀ-ଳତାକୁ ପ୍ରଶ୍ରୟ ଦିଆଯାଇନି କି ଦିଆଯିବନି। ତେବେ ସେ ଯାହା ହେଉ ପଛେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଆଇଟମ୍‌ ନୃତ୍ୟ ତଥା ଅଙ୍ଗ ପ୍ରଦର୍ଶନ ଏବେ ଏକ ନୂଆ ଟ୍ରେଣ୍ଡ ପାଲଟିଗଲାଣି।

Leave a Reply

Your email address will not be published. Required fields are marked *