ଦ୍ରୌପଦୀ ରାଷ୍ଟ୍ରପତି ହେଲା ପରେ …ତାଙ୍କ ଖାଇବା ମେନୁରେ କଣ କଣ ରହିବ ଖାଇବା ?

ଏବେ ବଦଳିବ ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକା । ମେନ୍ୟୁରେ ସାମିଲ ହେବ ଓଡ଼ିଶାର ପାରମ୍ପରିକ ଖାଦ୍ୟ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ‌ଦ୍ରୌପଦୀ ମୁର୍ମୁ ଶପଥ ନେବା ପରଠାରୁ ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକା (ମେନୁ)ରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଓ ଆଦିବାସୀ ବ୍ୟଞ୍ଜନ ସାମିଲ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

କାରଣ ପ୍ରତି ରାଷ୍ଟ୍ରପତିଙ୍କ ସମୟରେ ସୋମାନଙ୍କ ରୁଚି, ବ୍ୟକ୍ତିଗତ ପସନ୍ଦ ଓ ସେମାନଙ୍କ ରାଜ୍ୟର ବ୍ୟଞ୍ଜନ ରାଷ୍ଟ୍ରପତି ଭବନ ପାକଶାଳାରେ ସ୍ଥାନ ପାଇଥାଏ । ଯାହାର ଏକାଧିକ ନଜିର ରହିଛି । ରାଷ୍ଟ୍ରପତି ଭବନରେ ଏଭଳି ଧାରା ୧୯୯୦ ମସିହାରୁ ଆରମ୍ଭ ହୋଇଥିଲା ।

ପୂର୍ବତନ ରାଷ୍ଟ୍ରପତି ଆର୍ ଭେଙ୍କଟରମଣଙ୍କ କାର୍ଯ୍ୟକାଳରେ ଦକ୍ଷିଣ ଭାରତୀୟ ଖାଦ୍ୟ ଇଡଲି ଓ ଉପମାକୁ ରାଷ୍ଟ୍ରପତି ଭବନର ନିୟମିତ ଖାଦ୍ୟ ତାଲିକାରେ ସ୍ଥାନ ପାଇଥିଲା । ତେଣୁ ରାଷ୍ଟ୍ରପତି ଭବନର ମେନ୍ୟୁରେ ଜଳଖିଆ, ଦ୍ୱିପହର ଓ ରାତି ଖାଇବାରେ ଖାସ୍ କରି ଓଡ଼ିଶା ଖାଦ୍ୟ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେଉଛି । ରାଷ୍ଟ୍ରପତି ଭବନ ମେନୁରେ ବର୍ତ୍ତମାନ ସମୟରେ ବଙ୍ଗୀୟ ଓ ଦକ୍ଷିଣ ଭାରତର ସୁସ୍ୱାଦୁ ଖାଦ୍ୟ ରହିଥିବା ବେଳେ ନୂଆ ରାଷ୍ଟ୍ରପତିଙ୍କ ପାଇଁ ପାକଶାଳାର ମେନୁ ହୁଏତ ବଦଳିପାରେ । ଏଭଳି ସମ୍ଭାବନା କରିଛନ୍ତି ଖାଦ୍ୟ ପ୍ରେମୀ ।

ତେବେ ସୂଚନା ମୁତାବକ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନିରାମିଷାଶୀ । ପିଆଜ କିମ୍ବା ରସୁଣ ଖାଆନ୍ତି ନାହିଁ । ସେହିପରି ଶ୍ରୀମତି ମୁର୍ମୁ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହୋଇଥିବାରୁ ରାଷ୍ଟ୍ରପତି ଭବନ ଡାଇନିଂ ଟେବୁଲରେ ଆଦିବାସୀ ବ୍ୟଞ୍ଜନକୁ ମଧ୍ୟ ମର୍ଯ୍ୟାଦା ମିଳିପାରେ । ଏହାର ମଧ୍ୟ ସମ୍ଭାବନା ରହିଛି

ବର୍ତ୍ତମାନ ରାଷ୍ଟ୍ରପତି ଭବନରେ ମିରାମିଷ ଭୋଜନର ବିଶେଷ ପ୍ରଚଳନ ରହିଛି । ଯେଉଁଥିରେ ସୁଇଟକର୍ଣ୍ଣ, ଭେଜିଟେବୁଲ ସୁପ୍ , ପାଲକ ପନିର୍ , ଦାଲ୍, ଅରହର ତଡକା, ଗୋବି ଗାଜର ବିନ୍ସ, ମଲାଇ କୋଫତା, ଜିରା ପଲାଉ, ନାନ୍ , ଫ୍ରେସ ଗ୍ରୀନ ସାଲାଡ, ବୁନ୍ଦି ରାଇତା, କେଶର ରସ ମଲାଇ ତଥା ତାଜା ଫଳ ଆଦି ସାମିଲ ଅଛି ।

ରାଷ୍ଟ୍ରପତି ଭବନ ପକ୍ଷରୁ ଅତିଥିମାନଙ୍କୁ ସ୍ୱାଦିଷ୍ଟ ଜଳପାନରେ ମଧ୍ୟ ଅପ୍ୟାୟିତ କରାଯାଇଥାଏ । ଖାଦ୍ୟ ପାନୀୟ ତାଲିକାରେ ମେଦୁ ବରା, ସମୋସା, ଢୋକଲା, ଇମର୍ତ୍ତି, ସ-ନ୍ଦେଶ ସାମିଲ ରହିଥିବାବେଳେ ଏଥିରେ ଓଡିଶାର କୌଣସି ଆଇଟମ ନାହିଁ । ରାଷ୍ଟ୍ରପତି ଭବନ ମେନୁରେ ସୁଇଟସ୍ ବର୍ଗରେ ଓଡିଶାର ଛେନା ପୋଡ ସ୍ଥାନ ପାଇବା ନେଇ ମଧ୍ୟ ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *