ରାତି ଅଧରେ ଭଙ୍ଗା ହାତ ସହ ଝିଅକୁ ଧରି ଘରୁ ପଳେଇ ଆସିଲେ ବଚ୍ଚନ ପରିବାରର ବୋହୂ । ଏୟାରପୋର୍ଟରେ ସାମ୍ନାକୁ ଆସି କହିଲେ… ।
ପୁଣି ଚର୍ଚ୍ଚାରେ ବି-ଟାଉନ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ । ରୟାଲ ପରିବାରରେ ହେବ କି ଛାଡ଼ପତ୍ର । କିଛି ଦିନ ହେଲା ସ୍ଵାମୀ-ସ୍ତ୍ରୀଙ୍କ ଭିତରେ ଭଲ ଚାଲିଥିଲା । ହେଲେ ଏବେ ସମସ୍ତଙ୍କ ସାମ୍ନାରେ ଭଙ୍ଗା ହାତକୁ ଧରି ଆଗକୁ ଆସିଲେ ଐଶ୍ୱର୍ଯ୍ୟା । ଆଜ୍ଞା ହଁ ଦର୍ଶକବନ୍ଧୁ ଏଇ ରୟାଲ ଫେମିଲି ଭିତରେ କଣ ଘଟୁଛି କେହି କିଛି ବୁଝି ପାରୁନାହାଁନ୍ତି । ଏବେ ହଠାତ୍ ଐଶ୍ୱର୍ଯ୍ୟା ରାୟଙ୍କ ହାତ ଭାଙ୍ଗି ଯାଇଛି ।
ସେ ତାଙ୍କ ଝିଅକୁ ନେଇ ଯାଉଥିବା ଦେଖିବାକୁ ମିଳିଛି । କାରରୁ ଓହ୍ଲାଇବା ପାଇଁ ସେ ତାଙ୍କ ଝିଅର ସାହାରା ନେଇଥିଲେ । ଭଙ୍ଗା ହାତକୁ ଧରି ସେ କାରରୁ ଓଲ୍ହାଇଥିଲେ । ଯାହାର ଫୋଟ ଆଉ ଭିଡିଓ ଭାଇରାଲ୍ ହେଉଛି । ତାଙ୍କର ଏଭଳି ଅବସ୍ଥା ଦେଖି ସମସ୍ତେ ଆଶ୍ଚର୍ୟ୍ଯ ହୋଇ ଯାଇଛନ୍ତି । କିଛି ମାସ ପରେ ତଳେ ତାଙ୍କ ପର୍ଶନାଲ ଲାଇଫରେ କିଛି ଭଲ ଚାଲୁ ନଥିବା ଚର୍ଚ୍ଚା ହୋଇଥିଲା । ଏମିତି କି ତାଙ୍କୁ ଛାଡପତ୍ର ହେବ ବୋଲି ସୋସିଆଲ ମିଡ଼ିଆରେ ଖବର ସାମ୍ନାକୁ ଆସିଲା । ହେଲେ ଏମିତି ଖବରକୁ ନେଇ ସେ କେବେ ମୁହଁ ଖୋଲି ନଥିଲେ ।
ହେଲେ ଏବେ ତାଙ୍କ ଅବସ୍ଥା ଦେଖି ସମସ୍ତେ କାବା ହୋଇ ଯାଇଛନ୍ତି । ଯାହା ଖବର ମିଳିଛି ଏଇ ସୁନ୍ଦରୀ ବଲିଉଡ୍ ଅଭିନେତ୍ରୀ ୭୭ ତମ କାନସ୍ ଫିଲ୍ମ୍ ଫେଷ୍ଟିଭାଲରେ ନିଜର ଯାଦୁ ଦେଖେଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ହାତ ଭାଙ୍ଗିଥିଲେ ମଧ୍ୟ ପ୍ରତ୍ୟେକ ଥର ପରି ଏଥର ମଧ୍ୟ ବଲିଉଡ୍ ର ଏହି ଅଭିନେତ୍ରୀ ତଥା ବଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ରେଡ୍ କାର୍ପେଟ୍ ରେ ଚମକିବାକୁ ପ୍ରସ୍ତୁତ ଅଛନ୍ତି । ସେଥିପାଇଁ ଐଶ୍ୱର୍ଯ୍ୟା ମୁମ୍ବାଇ ବିମାନ ବନ୍ଦରରେ ଝିଅ ଆରାଧ୍ୟାଙ୍କ ସହ ନଜର ଆସିଥିଲେ ।
ତାଙ୍କ ଡ଼ାହାଣ ହାତରେ ପ୍ଲାଷ୍ଟର ହୋଇଥିଲା । ତାଙ୍କ ହାତ ଭାଙ୍ଗି ଯାଇଥିବା ଦେଖି ଚିନ୍ତାରେ ପଡ଼ି ଯାଇଥିଲେ ତାଙ୍କ ପ୍ରଶଂସକ । ଏମିତି କେମିତି ହେଲା । ସବୁ ଠିକ୍ ଠାକ୍ ଚାଲୁଛି କି ନାହିଁ ପ୍ରଶ୍ନ ପଚାରିଥିଲେ ତାଙ୍କ ଫ୍ୟାନ୍ସ । ହେଲେ ଆଘାତ ପରେ ମଧ୍ୟ ଐଶ୍ୱର୍ଯ୍ୟା ରାୟଙ୍କ ମୁହଁରେ ହଁସ ଦେଖିବାକୁ ମିଳିଥିଲା । ସେ ନୀଳ ରଙ୍ଗର ଲଙ୍ଗ କୋଟ ଏବଂ କଳା ରଙ୍ଗର ପ୍ୟାଣ୍ଟ୍ ପିନ୍ଧିଥିଲେ । କିଛି ଉତ୍ତର ନଦେଇ ହଁସି ହଁସି ସେଠାରୁ ଚାଲି ଯାଇଥିଲେ । ତେବେ ଏଇ ଖବର ସାମ୍ନାକୁ ଆସିବା ପରେ ଶୀଘ୍ର ଐଶ୍ୱର୍ଯ୍ୟା ଭଲ ହେଇ ଯାଆନ୍ତୁ ବୋଲି ତାଙ୍କ ଫ୍ୟାନ୍ସ ପ୍ରାର୍ଥନା କରିଛନ୍ତି ।