ଓଡିଶା ନିର୍ବାଚନରେ ଏଥର କିଏ ଜିତିବ ଓ ସରକାର ଗଢ଼ିବ ଖୋଲି କହିଲେ କେ ରବି ।
ବନ୍ଧୁଗଣ ଓଡିଶାରେ ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସରଗରମ ରାଜ୍ୟ ରାଜନୀତି ଓ ପ୍ରଚାର ମଇଦାନ । ଗାଁଠୁ ସହର ସବୁଠି ଜୋରଦାର ପ୍ରଚାର । ଆଉ ଭୋଟ ହାତେଇବାକୁ ଜନତାଙ୍କ ନିକଟତର ହେଉଛନ୍ତି ନେତା । ତେବେ ବନ୍ଧୁଗଣ ଦିନକୁ ଦିନ ବଢୁଛି ବିଜେଡ଼ି ବିଜେପି କଳି । ଆଉ ଏହାରି ମଧ୍ୟରେ ନିକଟରେ ଏକ ସାକ୍ଷାତକାର ସମୟରେ ଜଣେ ବିଶିଷ୍ଟ ରାଜନୀତି ସମୀକ୍ଷକ କେ ରବି ଓଡିଶା ନିର୍ବାଚନରେ ଏଥର କିଏ ଜିତିବ ଓ ସରକାର ଗଢ଼ିବ ବିଜେପି ନା ବିଜେଡ଼ି ସେ ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ରାଜନୀତିରେ କିଛି କହି ହୁଏ ନାହିଁ ।
ଯେତେ ଆକଳନ ସବୁ ହୁଏ, ଅନେକ ସର୍ଭେ ଏଜେନ୍ସି କରନ୍ତି ସେ ଭି ଭୁଲ୍ ହେଇଯାଏ । ସେମିତି ସାଧାରଣ ନିର୍ବାଚନ ରେ ଆଗୁଆ କିଛି କହି ହେବ ନାହିଁ । ଆଉ ସବୁ ୨୦୧୯ ନିର୍ବାଚନ ହେଉ ୨୦୧୪ ନିର୍ବାଚନ ହେଉ ସେଥିରେ ବିଜୁ ଜନତା ଦଳ ଶାସକ ଦଳ ଭାବରେ ଅଛି ଏବଂ ଲୋକସଭାରେ ମଧ୍ୟ ଅଧିକାଂଶ ସିଟ ୧୨/୧୪ ଟା ସିଟ୍ ଜିତିବା ଭଳିଆ ପରିସ୍ଥିତିରେ ଥାଏ ।
ସବୁ ନିର୍ବାଚନରେ ସେଇଭଳି କେନ୍ଦ୍ରରୁ ତାଙ୍କର ଅନ୍ୟ ଯେଉଁ ଦଳ ଭାରତୀୟ ଜନତା ପାର୍ଟି ହେଉ କିମ୍ଵା କଂଗ୍ରେସ ପାର୍ଟି ହେଉ ଏମାନଙ୍କ ନେତା ଆସି ଏଠି ପ୍ରଚାର୍ ପ୍ରସାର କରନ୍ତି । ସବୁ ଏଇଭଳି ମାହୋଲ ସୃଷ୍ଟି ହୁଏ । ତୋ ତାକୁ ଦେଖିକି କହିଦେବା ବା ଆଗୁଆ ଅନୁମାନ କରିବା ଯେ କଣ ହେବ ସେଇଟା ଭାରି କଷ୍ଟ । ଭୁବନେଶ୍ବର କଥା କୁହାଯିବ ଯଦି ଗତ ନିର୍ବାଚନରେ ଅପରାଜିତା ଷଡ଼ଙ୍ଗୀ ମାଡାମ ଜିତିଥିଲେ କିନ୍ତୁ ଆସେମ୍ବଲିରେ ଗୋଟେ ହେଲେ ସିଟ ବିଜେପି ଜିତି ନଥିଲା । ସବୁଯାକ ବିଜୁ ଜନତା ଦଳ ଆଉ କଂଗ୍ରେସ ଗୋଟାଏ ସିଟ ଜିତିଥିଲା । ତ ସେ ଗୋଟାଏ ଅଲଗା ପ୍ରକାର ଇଲେକ୍ସନ୍ ।
ସେମିତି ବରଗଡ଼ରେ ଯେ ସୁରେଶ ପୂଜାରୀ ବିଜେପି ଏମପି ହେଲେ କିନ୍ତୁ ତାଙ୍କର ୭ଟା ଯାକ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଜିତିଲା । ତ ସେବେ ଗୋଟେ ପରିଷ୍କାର ଦେଖାଗଲା ଯେ ରାଜ୍ୟରେ ସରକାର ଗଡ଼ିବା ପାଇଁ ନବୀନ ବାବୁଙ୍କ ସପକ୍ଷରେ ଲୋକ ମତ ଦେଲେ କେନ୍ଦ୍ରରେ ବିଜେପି ସରକାର ଗଢ଼ିବା ପାଇଁ ବା ମୋଦୀଙ୍କ ସପକ୍ଷରେ ଲୋକେ ଭୋଟ ଦେଲେ । ଅପରାଜିତା ତାଙ୍କର ଜିତିଲେ ସୁରେଶ ପୂଜାରୀ ମଧ୍ୟ ଜିତିଲେ । ତେବେ ଗତଥର ଗୋଟାଏ ସ୍ପିଲ୍ଟ ଭୋଟିଂ ହେଲା ଭଳିଆ ଲାଗିଲା । ଆମେ ଲୋକସଭାରେ ଦେବୁ ଭାରତୀୟ ଜନତା ପାର୍ଟିକୁ ଆଉ ଆସେମ୍ୱଲିରେ ଦେବୁ ବିଜେଡ଼ିକୁ ଦେବୁ ।