ଯୌତୁକ ପାଇଁ ମୋ ଭଉଣୀ ମରିଲା
ତାର ଯେଉଁ ନଣନ୍ଦ ମୋ ଭଉଣୀକୁ ବହୁତ୍ ଟର୍ଚ୍ଚର୍ କରେ। ମୋତେ କାଲି ରାତିରେ କହିଲା ଭାଈ ମୋତେ ଆଜି ବହୁତ୍ ବାଡ଼େଇଛନ୍ତି, ସୋଧିଛି ମୁଁ କଣ କରିବି। ମୁଁ କହିଲି ଦେଖ ତୋ ନଣନ୍ଦ କଣ କରିବି କାଲି ସିଏ ବାହା ହେଇ ପଳେଇ ଯିବନି। ସେଇ କଥା ବୁଝିକି କାଲି ସିଏ ଶୋଇଲା । କିନ୍ତୁ ମୋତେ ସକାଳୁ ଫୋନ୍ ଆସୁଛି ଯେ ତୁମ ଭଉଣୀ ଆଉ ଉଠୁନି। ସେ କେମିତି ମରିଛି ଆମେ ଜାଣିନୁ। ତାଙ୍କ ବାପା ସବୁବେଳେ କୁହେ ଯୌତୁକ,ପଇସା ନଦେଲେ ତୁମ ଭଉଣୀକୁ ଶେଷ କରିଦେବି। ମୋ ଭଉଣୀକୁ ଏମିତି ରଖିଛନ୍ତି। କାହିଁକି ନା ସବୁ ଭଉଣୀର ବିଶ୍ୱାସ ତା ଭାଈ ଉପରୁ ଉଠିଯିବ।
ମୋତେ ମୋ ଭଉଣୀ ଡରିକି କିଛି କହି ବି ପାରେନି। କାଳେ ମୋ ଭାଈ କେଉଁଠି କାମରେ ଥିବ କଣ କରୁଥିବ। ଅଭିଯୋଗ ସାର୍ ଏଇୟା ଯେ ମୋ ଭଉଣୀକୁ ମୁଁ ତିନି ବର୍ଷ ହେଲାଣି ବାହାଘର କରିଛି। ସିଏ କହିଥିଲେ କିଛି ବି ଡିମାଣ୍ଡ୍ ଦରକାର ନାହିଁ ବୋଲି। ମୁଁ କିନ୍ତୁ ସାର୍ ତାଙ୍କୁ ସବୁକିଛି ଦେଇଛି।ଡିମାଣ୍ଡ୍ ଠାରୁ ବଳିକି ଦେଇଛି। କିନ୍ତୁ ସାର୍ ସିଏ କଣ ପାଇଁ ମୋ ଭଉଣୀ ସହିତ ଝଗଡ଼ା କରନ୍ତି ସେଇଟା ମୁଁ ଜାଣେନି। ମୁଁ କିନ୍ତୁ ଗୋଟେ ଥର ଯାଇଥିଲି। ମୋତେ କିନ୍ତୁ ତା ଶଶୁର କହିଲା ତମେ ଆସିକି ଆମ ଘର ଭାଙ୍ଗୁଛ।ସେହଦିନଠାରୁ ମୁଁ ଡରିକି ତାଙ୍କ ଘରକୁ ଯାଏନି। କେବଳ ମୋ ଭଉଣୀ ସାଥିରେ କଥା ହୁଏ। କାଲି ରାତିରେ ଭଉଣୀ ମୋ ସହିତ କଥା ହେଲା ଆଉ କହିଲା ଆମ ଗାଁରେ ଯାତ୍ରା ହେଉଛି ମୁଁ ଯିବିନି। ଭଲରେ କଥା ହେଲା ଆଉ ଶୋଇଲା।
କିନ୍ତୁ ମୋତେ ସକାଳୁ ଫୋନ୍ ଆସୁଛି ଯେ ତୁମ ଭଉଣୀ ଆଉ ଉଠୁନି । ଏବେ ମୁଁ କଣ କରିବି କହିଲେ। ଯୌତୁକ ତ ସବୁବେଳେ ମାଗନ୍ତି। ମୁଁ କହିଲି ଯୌତୁକ ଦରକାର ତ ମୋତେ ମାଗ ମୋ ଭଉଣୀକୁ କାହିଁକି କଣ କହୁଛ। ତ ଠିକ୍ ଅଛି ମୁଁ ଯଦି ଯୌତୁକ ନଦେଇ ପାରୁଛି ତାହାଲେ ମୋ ଭଉଣୀକୁ ମୋ ଘରକୁ ପଠେଇ ଦିଅ। ମୁଁ ପଇସା ଦେଲା ପରେ ଆପଣ ନେଇ ଯିବେ। ମୁଁ ସବୁବେଳେ ତାଙ୍କୁ ଭଲରେ ସମ୍ମାନର ସହିତ କୁହେ। କିନ୍ତୁ ଶେଷକୁ ତାଙ୍କ ମନରେ ଏଇୟା ଥିଲା ।
ସଦାବେଳେ କହିବେ ମାରି ଦେବି,କାଟି ଦେବି ତାଙ୍କର ଡାଇଲଗ୍ ସବୁ ଅଲଗା ପ୍ରକାର। ମୁଁ କିନ୍ତୁ ତାଙ୍କୁ କିଛି ବି କୁହେନି। ଆଉ ଗୋଟେ କଥା ଆମ ପାଖରେ ତାଙ୍କର ଏମିତି ଗୋଟେ ଭିଜୁଆଲ୍ ରହିଛି ।ଆମେ ଯାଇଥିଲୁ ଆମକୁ ଧମକ କରିଛନ୍ତି। ତଡ଼ା ଉଠେଇକି ମୋ ଭଉଣୀକୁ ମାରିଛନ୍ତି। ସବୁ ପ୍ରୁଫ୍ ଅଛି ଆମ ପାଖରେ। ସେଇଟା ସବୁ ସହିକି ଥିଲୁ ଯେହେତୁ ଆମେ ଆମ ଝିଅକୁ ଦେଇଛୁ, ମୋ ଭଉଣୀକୁ ଦେଇଛୁ ତାଙ୍କ ଘରେ। ବାହାଘରର ଛଅ ମାସ ଯାଏଁ ସବୁ ଭଲ ଥିଲା। ଯେ ଭାଈ ମୁଁ ଭଲ ଅଛି, ମୋ ନଣନ୍ଦ ଭଲ ସବୁ ଭଲ। ତା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ। ଏମାନଙ୍କୁ ଶାସ୍ତି ଦରକାର।