ପାଣିପାଗକୁ ନେଇ ଆସିଲା ତାଜା ଅବଡେଟ, ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ହେବ ବର୍ଷା! କଟିଯିବ କରେଣ୍ଟ…।

ପାଣିପାଗକୁ ନେଇ ଆସିଲା ବଡ଼ ଖବର। ଆସନ୍ତା ୨୪ ଘଣ୍ଟାରେ ରୂପ ଦେଖାଇବ କାଳବୈଶାଖୀ। ତୁହାକୁ ତୁହା ହେବ ବର୍ଷା। କଟିଯିବ କରେଣ୍ଟ। ଖଳାରେ ଥିବା ଧାନ ସବୁ ଧୋଇ ହୋଇଯିବ। ସନ୍ଧ୍ୟା ବେଳକୁ ମାଡି ଆସିବ କାଳବୈଶାଖୀ। ଆଉ ବଦଳିଯିବ ପାଗର ମିଜାଜ। ମାଡ଼ିଆସିବ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ମାତ୍ର ୨୪ ଘଣ୍ଟା ପାଇଁ ରୁହନ୍ତୁ ସାବଧାନ। ୪୦ ରୁ ୫୦ କିଲୋମିଟର ବେଗରେ ବହିପାରେ ପବନ। ହଁ ଆଜ୍ଞା ଖରାରୁ ମିଳିବ ଆସ୍ୱସ୍ତି। କାଳବୈଶାଖୀ ପ୍ରଭାବରୁ ଗରମରୁ ମିଳିବ ରକ୍ଷା।

ତେବେ କାଳବୈଶାଖୀକୁ ନେଇ କିଛି ଜିଲ୍ଲାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ତେବେ ବର୍ଷାରେ ରାଜ୍ୟ ଭିଜିବ। କମିବ ଦିନର ତାତି। ଆଗାମୀ ୨୪ ଘଣ୍ଟାରେ ଉପକୂଳ ସମେତ କିଛି ପାର୍ଶ୍ଵବର୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ତେବେ ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଏପଟେ ବିଜୁଳି ଘଡଘଡିରୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି। ଆଉ ଯେଉଁମାନେ ପାଚିଲା ଧାନ ଖଳାରେ ରଖିଛନ୍ତି ଘରକୁ ନେଇଯିବା ପାଇଁ ଅନୁରୋଧ ନହେଲେ ବର୍ଷାରେ ସବୁ ଧୋଇ ହୋଇଯିବ।

Leave a Comment

Your email address will not be published. Required fields are marked *

Scroll to Top