ଗିରଫ ହେଲେ ଏହି ବଡି ବିଲଡର… ୧୫ ହଜାର କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ..।

ଗିରଫ ହେଲେ ଏହି ବଡି ବିଲଡର । ଛାଡ଼ିଯିବ ଏବେ ସବୁ ରଙ୍ଗ ଜେଲ୍ ରେ ରହିବେ । ଏହି ଆପ ମାଧ୍ୟରେ ସାହିଲ ୧୫ ହଜାର କୋଟି ଟଙ୍କା ଠକେଇ କରିଛନ୍ତି ବୋଲି ତାଙ୍କ ନାମରେ ଅଭିଯୋଗ ହୋଇଛି । ଯାହାପରେ ସେ ଫେରାର ହୋଇଯାଇଥିଲେ । ୪୦ ଘଣ୍ଟା କାଳ ଲୁଚି ଲୁଚି ବୁଲୁଥିଲେ ହେଲେ ଏବେ ତାଙ୍କୁ ଗିରଫ କରିଛି ପୋଲିସ୍ । ସୋସିଆଲ ମିଡ଼ିଆରେ ଫିଟନେସକୁ ନେଇ ଭିଡ଼ିଓ କରନ୍ତି ।

ଲକ୍ଷ ଲକ୍ଷ ଫ୍ୟାନ୍ସ୍ ଅଛନ୍ତି ସୋସିଆଲ ମିଡ଼ିଆରେ ତାଙ୍କର ଯାହାର ଫାଇଦା ଉଠାଇଛନ୍ତି ବଡି ବିଲଡର ତଥା ଅଭିନେତା ସାହିଲ ଖାନ । ଆଜ୍ଞା ହଁ ବନ୍ଧୁଗଣ ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲା । ଅଭିନେତା ସାହିଲ ଖାନ୍ ଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ୍ । ଛତିଶଗଡରୁ ମୁମ୍ବାଇ ସାଇବର ସେଲ୍ ଏସଟିଏଫ୍ ଦ୍ୱାରା ଗିରଫ କରାଯାଇଛି । ବମ୍ବେ ହାଇକୋର୍ଟ ଆଗୁଆ ଜାମିନ୍ ପାଇଁ ମନା କରିବା ପରେ ମୁମ୍ବାଇ ପୁଲିସ୍ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନାନୁସାରେ, ମହାଦେବ ବେଟିଂ ଆପ୍ ସମ୍ପର୍କିତ ମାମଲାରେ ସାହିଲ ଖାନଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ତାଙ୍କୁ ୧୫ ହଜାର କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି।

ଏହି ମାମଲାରେ ପୋଲିସ ଅଭିନେତାଙ୍କୁ ପଚରାଉଚରା କରିସାରିଛି । ଏହି ମାମଲାରେ ସାହିଲ ଖାନ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ଓ ତେବେ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି । ସାହିଲ ଖାନ ‘ଦ ଲାୟନ ବୁକ୍ ଆପ୍‌’ ନାମକ ଏକ ବେଟିଂ ଆପ୍ ସହିତ ଜଡିତ ଥିଲେ । ଏହି ପ୍ରସଙ୍ଗରେ ଅନ୍ୟ ଅନେକ ଷ୍ଟାରଙ୍କ ନାମ ଆଗକୁ ଆସିଛି । କହିବାକୁ ଗଲେ ମୁମ୍ବାଇ ପୋଲିସ ସାହିଲ ଖାନଙ୍କୁ ଛତିଶଗଡରୁ ଗିରଫ କରିଛି । ତାଙ୍କୁ ମୁମ୍ବାଇ ଅଣାଯିବ, ଯେଉଁଠାରେ ତାଙ୍କୁ ଏହି ମାମଲାରେ ପଚରାଉଚରା କରାଯିବ ।

ମାଥୁଙ୍ଗା ପୋଲିସ ଏକ ଅଭିଯୋଗ ପଞ୍ଜିକରଣ କରିଛି ଯେଉଁଥିରେ ଭାରତୀୟ ଦଣ୍ଡବିଧି ସଂହିତା, ଜୁଆ ଖେଳ ଆଇନ, ଆଇଟି ଆକ୍ଟ ଏବଂ ଅଧିକ ତଦନ୍ତ ଚାଲିଛି । ଆଇପିସିର ଧାରା ୪୨୦, ୪୬୫, ୪୬୭, ୪୬୮, ୪୭୧, ୧୨୦ (ବି) ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଏଫଆଇଆରରେ ଅଭିନେତା ସାହିଲ ଖାନ ଏବଂ ଡାବର କମ୍ପାନୀର ଗୌରବ ବର୍ମନ ଏବଂ ମୋହିତ ବର୍ମନ ଏବଂ ଅନ୍ୟମାନଙ୍କ ନାମ ପୋଲିସ ଅନ୍ତର୍ଭୁକ୍ତ କରିଛି ।

Leave a Reply

Your email address will not be published. Required fields are marked *