“ମୁଁ ଡାଇରେକ୍ଟ କହିଲି ଦିନକୁ ୩୦,୦୦୦ ଟଙ୍କା ନେବି ଆଉ ପ୍ରଚାର କରିବି । କାରଣ ମୋ ଜିପକୁ ପୁରା କଲର କରିଛି” : ମିଟୁ ମିଥୁନ ।

ତେବେ ବନ୍ଧୁଗଣ ସାଧାରଣ ନିର୍ବାଚନ-୨୦୨୪ ପାଖେଇ ଆସୁଥିବା ବେଳେ ଓଡ଼ିଶା ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇ ପଡ଼ିଛି ଆଉ ସେଥିପାଇଁ ପ୍ରକ୍ରିୟା ମଧ୍ୟ ଜୋର୍ ସୋର୍ ଜାରି ରହିଛି । ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଉତ୍ତପ୍ତ ହୋଇପଡ଼ିଛି । ତେବେ ଦଳ ଏବେ ଷ୍ଟାର୍ ମାନଙ୍କୁ ନେଇ ପ୍ରଚାର ପ୍ରସାର କରୁଛି ।

ଇତି ମଧ୍ୟରେ କହି ରଖିବୁ ଯେ ଓଲିଉଡ ଜଗତର କଳାକାରମାନଙ୍କ ମଧ୍ୟରୁ ହାସ୍ୟ ଅଭିନେତା ମିଟୁ ମିଥୁନଙ୍କୁ ଆପଣମାନେ ଜାଣିଥିବେ ନିଶ୍ଚୟ । ଏହି ଅଭିନେତା ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଲୋକଙ୍କୁ ହସାଇ ଥାଆନ୍ତି । ଏହି ଅଭିନେତା ଜଣଙ୍କୁ ନେଇ ଏବେ କିଛି ଖବର ଆସିଛି । ହାସ୍ୟ ଅଭିନେତା ମିଟୁ ମିଥୁନ କେଉଁ ଦଳରୁ ପ୍ରଚାର କରିବେ ତାକୁ ନେଇ ଉତ୍କଣ୍ଠା । ଏସବୁ ମଧ୍ୟରେ ନିର୍ବାଚନକୁ ନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ପ୍ରତିକ୍ରିୟା ଦେଇଛନ୍ତି ମିଟୁ ମିଥୁନ । ସେ କହିଛନ୍ତି ଯେ ସେ ୮ ମାସ ହେଲା ବାଇଟ ଦେଉନଥିଲେ କାରଣ ସେ ଗୋଟେ ନିର୍ଦ୍ଦିଷ୍ଟ ଦଳର ପ୍ରଚାର ଏବେ କରିବେ ଇଲେକ୍ସନରେ । ତେବେ କେଉଁ ଦଳ ସେ କହିବେ ନାହିଁ ଯେଉଁ ଦିନ ପ୍ରଚାର କରିବେ ସେହିଦିନ ଲୋକେ ଦେଖିବେ।

ବିଜୁ ଜନତା ଦଳରେ ସେ ଆରମ୍ଭରୁ ଅଛନ୍ତି ଆଉ ସେହି ଦଳ ଲୋକେ ତାଙ୍କୁ ସ୍ବୀକାର କରିଛନ୍ତି । ଏବଂ ଏଥି ସହିତ ସେ ପ୍ରଚାରରେ ଯିବେ ୮/୧୦ଟି ଜିଲ୍ଲାରେ ପ୍ରଚାର କରିବେ । ସେ ବିଜେଡ଼ି ତରଫରୁ ପ୍ରଚାର କରିବେ କିନ୍ତୁ ତାଙ୍କୁ ନବୀନ ବାବୁ ଆଉ ପାଣ୍ଡିୟାନଙ୍କ ସହ ଫୋଟ ଉଠାଇବାର ନାହିଁ ବୋଲି କହିଥିଲେ ମିଟୁ ମିଥୁନ । କାହିଁକି ନା ସେ ହେଉଛନ୍ତି ପୋଷ୍ଟମ୍ୟାନ ବିଜେଡ଼ି ପ୍ରି-ପେଡ୍ ବିଜେଡ଼ି ନୁହେଁ ଯେ ମାସେ ପ୍ରି-ପେଡରେ ୨୪୯ ଟଙ୍କା ରେଚାର୍ଜ କରିଦେଲେ ତାପରେ ଆପଣ ଚାଲିଲେ । ସେ ବିଜୁ ବାବୁଙ୍କ ଠାରୁ ମାଡ଼ ଖାଇ ଜଗତସିଂପୁର ମାଟିରେ ଏଇ ନବୀନ ବାବୁଙ୍କୁ ନେଇକି ବୁଲୁଥିଲେ ଆରମ୍ଭରେ ।

ତେଣୁ ତାଙ୍କୁ ତ ଅନ୍ୟମାନେ ତାଙ୍କୁ ଡାକିବେନି ତେଣୁ ସେ ଏତିକି କହିବେ ଯେ ଇଲେକ୍ସନ୍ ଯେଉଁ ହେଉଛି ଏଥର ଇଲେକ୍ସନଟା ଟିକେ ଅଲଗା ହେବ କାରଣ ଲୋକ ମାପି ଦେଲେଣି ନେତାଙ୍କୁ । ସେ ଆହୁରି କହିଛନ୍ତି ବିଜେଡ଼ି ର ପ୍ରଚାର କରିବାକୁ ସେ ସବୁଆଡୁକୁ ଯିବେ ହେଲେ ସେ ଡାଇରେକ୍ଟ କହିଥିଲେ ଦିନକୁ ୩୦,୦୦୦ ଟଙ୍କା ସେ ନେବେ ଆଉ ପ୍ରଚାର କରିବେ । କାରଣ ସେ ତାଙ୍କ ଜିପସିକୁ ପୁରା କଲର କରିଦେଲେ ନିଳିଆ ଆଉ ହେ ନବୀନ ବାବୁ ଆମ ତୁମ ଫ୍ୟାନ ବୋଲି ଭି କରିଦେଲେ ବୋଲି କହିଛନ୍ତି ମିଟୁ ମିଥୁନ ।

Leave a Reply

Your email address will not be published. Required fields are marked *