ଆଖିରେ ନଦେଖିଲେ ବିଶ୍ୱାସ ହେବନି । ୮୦ ଟଙ୍କିଆ ୟିପି ପ୍ୟାକେଟରୁ ବାହାରୁଛି କୋଟି କୋଟି ଟଙ୍କା ।

ନୁଡୁଲ୍ସ କିଣନ୍ତୁ ଆଉ ହୀରା ପାଆନ୍ତୁ । ମାତ୍ର ଏତିକି ଟଙ୍କିଆ ପ୍ୟାକେଟରୁ ମିଳୁଛି କୋଟି କୋଟି ଟଙ୍କାର ହୀରା । ଆଖିରେ ନଦେଖିଲେ ବିଶ୍ୱାସ ହେବନି । ହଁ ବନ୍ଧୁଗଣ ସାମ୍ନାକୁ ଆସିଛି ହୀରା ଚୋରା ଚାଲାଣର ନୂଆ ଫଣ୍ଡା । ୮୦ ଟଙ୍କିଆ ୟିପି ପ୍ୟାକେଟ ଭିତରେ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା । ଖବରଟି ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ କଥାଟା ଏକଦମ ସତ । ଆଜ୍ଞା ହଁ ମୁମ୍ବାଇ ବିମାନ ବନ୍ଦରରେ ନୁଡୁଲ୍ସ ପ୍ୟାକେଟ ଭିତରେ ହୀରା ଚାଲାଣ କରୁଥିବା ଏକ ଗ୍ୟାଙ୍ଗକୁ ମୁମ୍ବାଇ କଷ୍ଟମ ବିଭାଗର ଟିମ୍‌ ଗିରଫ କରିଛି । କେବଳ ସେତିକି ନୁହେଁ ଯାତ୍ରୀଙ୍କ ଦେହ ଓ ତାଙ୍କ ବ୍ୟାଗ୍ ଭିତରୁ ବିପୁଳ ସୁନା ମଧ୍ୟ ମିଳିଛି ।

ଛତ୍ରପତି ଶିବାଜୀ ଟର୍ମିନାଲରେ ମୁମ୍ବାଇରୁ ବ୍ୟାଙ୍କକ୍‌ ଯାଉଥିବା ଜଣେ ଭାରତୀୟ ଯାତ୍ରୀଙ୍କ ଠାରୁ ସୁକ୍ୟୁରିଟି ଚେକ୍‌ ବେଳେ ତାଙ୍କ ନୁଡୁଲ୍ସ ପ୍ୟାକେଟ ଭିତରୁ ପାଖାପାଖି ୨ କୋଟିରୁ ଅଧିକ ଟଙ୍କାର ହୀରା ମିଳିଛି । କେବଳ ସେତିକି ନୁହେଁ ଯାତ୍ରୀଙ୍କ ଦେହ ଓ ବ୍ୟାଗରୁ ୪.୪୪ କୋଟି ଟଙ୍କା ମୂଲ୍ୟର ୬ କେହି ୮୦୦ ଗ୍ରାମର ସୁନା ମଧ୍ୟ ଜବତ ହୋଇଛି ।

ମୋଟ ୬ କୋଟି ୪୬ ଲକ୍ଷ କୋଟି ଟଙ୍କାର ହୀରା ଓ ସୁନା ଜବତ କରିଛି କଷ୍ଟମ୍ ବିଭାଗ । ଏହି ମାମଲାରେ କଷ୍ଟମ୍ ବିଭାଗ ଉକ୍ତ ଯାତ୍ରୀଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୁମ୍ବାଇ କଷ୍ଟମ ବିଭାଗର ସୁଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ମୁମ୍ବାଇରୁ ବ୍ୟାଙ୍କକ ଯାତ୍ରା କରୁଥିବା ଜଣେ ଭାରତୀୟ ନାଗରିକଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ତାଙ୍କ ଟ୍ରଲି ବ୍ୟାଗକୁ ସର୍ଚ୍ଚ କରାଯାଇଥିଲା ।

ଏହି ସମୟରେ ତାଙ୍କ ବ୍ୟାଗ୍‌ ଭିତରେ ଥିବା ନୁଡୁଲ୍ସ ପ୍ୟାକେଟରେ ହୀରା ମିଳଥିଲା । ପରେ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି । ସେହିପରି କଲମ୍ବୋରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଜଣେ ବିଦେଶୀ ନାଗରିକଙ୍କ ଠାରୁ ମଧ୍ୟ ସୁନା ଖଣ୍ଡ ଜବତ ହୋଇଛି । ଉକ୍ତ ଯାତ୍ରୀ ନିଜ ଅନ୍ତବସ୍ତ୍ର ଭିତରେ ୩୨୧ ଗ୍ରାମର ସୁନା ବାର୍‌ ଲୁଚାଇ ରଖିଥିଲେ ବୋଲି ଅଧିକାରୀମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *