“ରାଣୀ ଜଣେ ଭଲ ପ୍ରେମିକା ବୋଲି ଓଡିଶା ଇତିହାସରେ ସ୍ବର୍ଣଅକ୍ଷରରେ ଲେଖା ହେଇ ରହିବ” : ବୋମ୍ୟକେଶ ତ୍ରିପାଠୀ ।

ଆଡଭୋକେଟ୍ ବ୍ୟୋମକେଶ ତ୍ରିପାଠୀଙ୍କୁ ଆପଣ ସମସ୍ତେ ଭଲ ଭବାରେ ଚିହ୍ନିଥିବେ ନିଶ୍ଚୟ । ସେ ପ୍ରାୟ ସମୟରେ କୌଣସି ନା କୌଣସି ନ୍ୟୁଜ ଚ୍ୟାନେଲରେ କୌଣସି ନା କୌଣସି ବିଷୟକୁ ନେଇ ମିଡିଆକୁ ନିଜର ବୟାନ ଦେଉଥିବାର ନଜର ଆସିଥାନ୍ତି । ଯାହାକି ଦେଖୁ ଦେଖୁ ଭାଇରାଲ ମଧ୍ୟ ହୋଇଥାଏ । କହିବାକୁ ଗଲେ ତାଙ୍କର ବୟାନ ସବୁଠୁ ଭିନ୍ନ ପ୍ରକାରର । ସେ ଯେଉଁଭଳି ଭାବରେ କୌଣସି କଥା ଉପରେ ନିଜର ମନ୍ତବ୍ୟ ଦିଅନ୍ତି ତାହା ଅନ୍ୟ କୌଣସି ଓକିଲ ଦିଅନ୍ତି ନାହିଁ ।

କହିଦେଉଛୁ କି ଆଜି ପୁଣିଥରେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ମନ୍ତବ୍ୟ ଦେଇ ଆଡଭୋକେଟ୍ ବ୍ୟୋମକେଶ ତ୍ରିପାଠୀ ଚର୍ଚାରେ ଅଛନ୍ତି । ସୂଚନାଯୋଗ୍ୟ ନିକଟରେ ଖବର ମିଳିଥିଲା ଯେ, ଯାତ୍ରା ଜଗତର ତଥା ଓଲିଉଡ଼ ଜଗତର ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡା ଗତ କିଛିଦିନ ହେବ ଖୁବ ଚର୍ଚ୍ଚାରେ ରହୁଛନ୍ତି । ଯେବେଠୁ ଜଣା ପଡ଼ିଛି ତାଙ୍କର ପୁରୁଷ ବନ୍ଧୁ ବିକ୍ରମ ତାଙ୍କୁ ଧୋକା ଦେଇଛନ୍ତି ସେବେଠାରୁ ତାଙ୍କ ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି ସବୁ ଚ୍ୟାନେଲରେ ଏବେ ଏହି ଖବର । ଦୀର୍ଘ ୭ ବର୍ଷର ସମ୍ପର୍କ ପରେ ତାଙ୍କୁ ବିକ୍ରମ ବହୁ ନିର୍ଯାତନା ଦେଇଥିବାରୁ ଏନେଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ରାଣୀ ।

ତେବେ ରାଣୀ ପଣ୍ଡାଙ୍କୁ ନେଇ ଆଡ଼ଭୋକେଟ୍ ବ୍ୟୋମକେଶ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ, ଯଦି ଆଇନ୍ ହିସାବରେ ଆଡ଼ଭୋକେଟ୍ ହିସାବରେ ପଚରା ଯିବ ତାହେଲେ ଏଇଠି କାହାର ଭୁଲ୍ ନାହିଁ । ନା ସେ ପୁଅର ଭୁଲ୍ ନା ରାଣୀ ପଣ୍ଡାର ଭୁଲ୍ । ଅନରେବଲ୍ ଆପେକ୍ସ୍ କୋର୍ଟ ଯଦି ଜଜ୍ମେଣ୍ଟ କଥା କହିବେ ଯଦି ଆପଣ ଜଣେ ପ୍ରାପ୍ତ ବୟସ୍କ ଏବଂ ୱେଲ ଏଜୁକେଟେଡ୍ ଆପଣ କାହା ସାଙ୍ଗରେ ଆପଣଙ୍କ ଶରୀରକୁ ସେୟାର କରିବେ ସୁସ୍ଥ ମସ୍ତିଷ୍କରେ ସେଇଟା ଆପଣଙ୍କ ଉପରେ ନିର୍ଭର କରେ ।

୨୦୧୨ ରେ ମଧ୍ୟ କହିଲେ ଯେ ଲିଭ୍ ଇନ୍ ରେ ମଧ୍ୟ ରହିପାରିବ ଆଉ ସେଇଟା କାନୁନ୍ ହିସାବରେ ଅପରାଧ ନୁହେଁ । ରାଣୀ ପଣ୍ଡାଙ୍କ କଥାରେ ସେ ଦୁଃଖିତ । ତାଙ୍କ ଭଳିଆ ଜଣେ ୱେଲ୍ ଏଜୁକେଟେଡ୍ ଆଉ ଓଡ଼ିଶା ଲୋକଙ୍କ ହୃଦୟର ରାଣୀ ସେ ତାଙ୍କ ଠାରୁ ଏହା ଏକ୍ସପେକ୍ଟ କରୁନଥିଲେ । ଏହି ସମାଜରେ କେହି କାହାକୁ ଦିଅନ୍ତି ନାହିଁ ଏହି ସମାଜରେ କେବଳ ନିଅନ୍ତି । ରାଣୀ ପଣ୍ଡା ଯେଉଁ ଷ୍ଟେପ ନେଲେ ସେଥିରେ ତାଙ୍କ ବୟଫ୍ରେଣ୍ଡର କିଛି ହେବନି । କାରଣ ରାଣୀ ମଝିରେ ସ୍ଵୟଂବର ଘୋଷଣା କରିଥିଲେ । ବେଲ୍ ପାଇଁ ଯାଇ ରାଣୀଙ୍କ ବୟଫ୍ରେଣ୍ଡ୍ ସେହି କାରଣ ଦର୍ଶାଇପାରେ । ଲ’ ଜାଣିଥିବା ଲୋକ ହିସାବରେ ସେ କହିଛନ୍ତି ରାଣୀ ପଣ୍ଡା ବିକ୍ରମର କିଛି କରି ପାରିବେନି ହେଲେ ରାଣୀ ଜଣେ ଭଲ ପ୍ରେମିକା ବୋଲି ଓଡିଶା ଇତିହାସରେ ସ୍ବର୍ଣଅକ୍ଷରରେ ଲେଖା ହେଇ ରହିବ ବୋଲି କହିଛନ୍ତି ବ୍ୟୋମକେଶ ତ୍ରିପାଠୀ ।

Leave a Reply

Your email address will not be published. Required fields are marked *