“ମୋତେ ବହିଷ୍କାର କଲ ବହୁତ ଭଲ କଲ…ଏବେ ଲୋକମାନେ କହିଲେଣି ମୋ ପୁଅକୁ ନିଶ୍ଚିତ ଜିତେଇବେ” : ସୁର ରାଉତରାୟ ।

ବନ୍ଧୁଗଣ ବର୍ତମାନ ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ ୬ ବର୍ଷ ପାଇଁ କଂଗ୍ରେସ ବହିଷ୍କାର କରିବା ପରେ ବି ଥମୁନାହିଁ ଚର୍ଚ୍ଚା । କାରଣ, ସୁରଙ୍କୁ କଂଗ୍ରେସ ବାହାର କରିବା ପରେ ଏହା ତାଙ୍କ ପାଇଁ ଆଶୀର୍ବାଦ ହେବ ନା ଅଭିଶାପ ସେନେଇ ରାଜନୀତି ଜୋର୍‌ ଧରିଛି । ବିଜେଡି ପ୍ରାର୍ଥୀ ତଥା ସାନପୁଅ ପାଇଁ ପ୍ରଚାର କରି କଂଗ୍ରେସରୁ ବାହାରିଥିବା ସୁର, ଏବେ ସାନପୁଅ ସପକ୍ଷରେ କେତେ ଭୋଟ ଜୁଟାଇ ପାରିବେ ତାହା ଦେଖିବାକୁ ମଧ୍ୟ ଲୋକେ ଉତ୍ସୁକ । କଂଗ୍ରେସରୁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ବହିଷ୍କାର କରାଯିବା ପରେ ରାଜନୈତିକ ମହଲରେ ଏକ ଚର୍ଚ୍ଚା ଜୋର୍‌ ଧରିଛି ।

ତେବେ କଂଗ୍ରେସର ଏପରି କାର୍ଯ୍ୟାନୁଷ୍ଠାନ ପରେ ଗଣମାଧ୍ୟମ ସାମ୍ନାରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ । ଗଣମାଧ୍ୟମକୁ ସୂଚନା ଦେଇ ସୁର କହିଛନ୍ତି, ବଞ୍ଚିଥିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି। କିନ୍ତୁ କୌଣସି ପାର୍ଟି ବୈଠକକୁ ଯିବିନି । ପୁଅକୁ ଜିତାଇବା ପାଇଁ ମୋ ଲୋକଙ୍କୁ କହୁଛି । କଂଗ୍ରେସରୁ ବହିଷ୍କାର ଖବର ଶୁଣି ମୋତେ ଭଲ ପାଉଥିବା ଲୋକମାନେ ବିଭିନ୍ନ ଅଞ୍ଚଳରୁ ଆସି ମୋତେ ଦେଖା କରୁଛନ୍ତି ।

ମୋ ପ୍ରତି ଅନ୍ୟାୟ ହୋଇଛି ବୋଲି କହୁଛନ୍ତି । ଆସନ୍ତା ନିର୍ବାଚନରେ ମୋ ପୁଅକୁ ଭୋଟ ଦେଇ ଜିତାଇବେ ବୋଲି ଲୋକମାନେ ପ୍ରତିଶ୍ରୁତି ଦେଇଛନ୍ତି । ଏ କଥା ଶୁଣିବା ପରେ ମୋ ମନ ବହୁତ ଖୁସି ହୋଇଯାଇଛି । ମୋ ପୁଅ ଜିତିବା ଏକ ପ୍ରକାର ସୁଚିଶ୍ଚିତ ହୋଇଗଲାଣି । ମନ୍ମଥ ରାଉତରାୟ ଜିତି ସାରୁ । ଭବବାନଙ୍କ ଆଶୀର୍ବାଦରୁ ପୁଅ ମୋର ଭଲ ଭୋଟରେ ଜିତିବ । ସମୟକୁ ଅପେକ୍ଷା କର ବୋଲି ସୁର କହିଛନ୍ତି ।

ତେବେ ଆହୁରି ମଧ୍ୟ ଦଳରୁ ବାହାରିବା ପରେ ଖବରଦାତା ସମ୍ମିଳନୀକୁ ସାକ୍ଷାତକାର ଦେଇ କଂଗ୍ରେସ ଉପରେ ବର୍ଷିବା ସହ ସୁର କହିଛନ୍ତି, “ମୋ ସାନ ପୁଅକୁ ବିଜେଡି ଟିକଟ ଦେଲା ସେଥିରେ ମୋର ଦୋଷ କଣ ରହିଲା । ମୁଁ କୌଣସି ସ୍ଥାନରେ ପ୍ରଚାର କରିନାହିଁ । ସେମାନେ ମିଛ କହୁଛନ୍ତି । କିଛି ନଜାଣି ଅହଙ୍କାର ବଳରେ ମୋତେ ବହିଷ୍କାର କରିଛନ୍ତି । ୫୫ ବର୍ଷ ହେଲା ଦଳରରେ ରହିଛି । ମୋ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ମୋତେ ଗଭୀର ଆଘାତ ଦେଇଛି । ମୁଁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମଲିକାର୍ଜୁନ ଖଡ଼ଗେଙ୍କ ପାଖକୁ ଚିଠି ଲେଖିଛି । ମୁଁ ଅନ୍ୟ ଦଳର କୌଣସି ପ୍ରଚାରକୁ ଯାଇନାହିଁ । କାହାର ସିମ୍ବଲ ଧରିନାହିଁ” ।

Leave a Reply

Your email address will not be published. Required fields are marked *