ବିଜେପି ଛାଡି ଅନ୍ୟ ଦଳରେ ମିଶୁଥିବା ନେତାଙ୍କ ବିଷୟରେ ଏମିତି କହିଲେ ଗୋଲେଖ ମହାପାତ୍ର ।

ବନ୍ଧୁଗଣ ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରକ୍ରିୟା ଜାରି ରହିଛି । ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଉତ୍ତପ୍ତ ହୋଇପଡ଼ିଛି । ବିଜେପି ଓ ବିଜେଡି କିଛି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କିଛି ନେତା ଓ କର୍ମୀ ଉତ୍ସାହିତ ଥିବା ବେଳେ ଅନ୍ୟମାନେ ହତୋତ୍ସାହ ଦେଖା ଯାଇଛନ୍ତି । ଦଳୀୟ ଟିକେଟ୍‌ ପାଇ ନଥିବା ଅଥବା ସମ୍ଭାବିତ ଟିକେଟ୍‌ ତାଲିକାରେ ନଥିବା ନେତାମାନେ ଦଳ ଡେଉଁଛନ୍ତି । ଆଜ୍ଞା ହଁ ନିକଟରେ ରାଜ୍ୟ ବିଜେପିର ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଦଳ ଛାଡିବା ପ୍ରସଙ୍ଗରେ ସଫେଇ ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର ।

ସେ କହିଛନ୍ତି କି, ବିଜେପି ଯେତେବେଳେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ସେତେବେଳେ ଦଳର ନେତାମାନଙ୍କର ଆଶା ରହିବା ସ୍ୱାଭାବିକ୍ କି ସେମାନଙ୍କୁ ଦଳ ଟିକେଟ ଦେଉ । ଯେତେବେଳେ ଏହି ଆଶା ସେମାନଙ୍କ ପୁରଣ ହୋଇପାରୁନାହିଁ ସେମାନେ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଛନ୍ତି ।

ଗୋଲକ ମହାପାତ୍ର କହିଛନ୍ତି କି, ଯେଉଁମାନେ ବିଜେପି ଛାଡି ବିଜେପିରେ ଯୋଗ ଦେଉଛନ୍ତି ସେହିମାନେ କିଛିଦିନ ତଳେ ବିଜେଡି ବିରୋଧରେ ବୟାନ ଦେଉଥିଲେ । ଯେଉଁଦଳକୁ ଆମେମାନେ ଅଣ ଓଡ଼ିଆମାନେ ଶାସନ କରୁଛନ୍ତି, ଲୋକଙ୍କ ପାଖରେ ସଠିକ୍ ସେବା ପହଞ୍ଚି ପାରୁନାହିଁ ସେହି ଦଳରେ କିଭଳି ଆଜି ଯୋଗ ଦେଉଛନ୍ତି ।

ଏହାକୁ ନେଇ ଗୋଲକ କହୁଛନ୍ତି କି, ବିଜେପିରେ ଥାଇ ବିଜେଡିକୁ ଯେଉଁମାନେ ଗାଳି ଦେଉଥିଲେ ଓ ଆଜି ସୁଯୋଗ ଦେଖି ବିଜେଡିରେ ଯୋଗ ଦେଉଛନ୍ତି ସେମାନେ ସେତେବେଳେ ଠିକ୍ କହୁନଥିଲେ ବା କେବଳ ସ୍ୱାର୍ଥ କଥା ଚିନ୍ତା କରୁଥିଲେ । ସେମାନେ କେବେ ବି ଦଳ, ମାଟି ଓ ଦେଶ କଥା କେବେ ଚିନ୍ତା କରୁନଥିଲେ ବୋଲି ଗୋଲକ କହିଛନ୍ତି । ସେମାନଙ୍କ ପାଇଁ ଟିକେଟ ବଡ ହେଲେ ଆମ ପାଇଁ ଦେଶ ଓ ଓଡିଶାର ବିକାଶ ବଡ । କୌଣସି ବିଜେପି ନେତାଙ୍କର ସତ୍ତା ପ୍ରାପ୍ତିର ଲକ୍ଷ୍ୟ ନାହିଁ । ଲୋକଙ୍କୁ ସୁଶାସନ ଯୋଗାଇବା କେବଳ ବିଜେପିର ଦାୟିତ୍ୱ ।

Leave a Reply

Your email address will not be published. Required fields are marked *