ଏଥର ଜନ୍ମରୁ ୧୦ ବର୍ଷ ଯାଏଁ ମିଳିବ ୨୫୦୦ ଟଙ୍କା

ଜନ୍ମରୁ ଦଶ ବର୍ଷ ପର୍ଯ୍ୟନ୍ତ ମିଳିବ ୨୫୦୦ ଟଙ୍କା। ପ୍ରତି ମାସକୁ ମାସ ଆସିବ ଆକାଉଣ୍ଟକୁ ଟଙ୍କା। ପିଲାମାନଙ୍କ ପାଇଁ ସରକାର ଆଣିଲେ ଏଭଳି ଏକ ଯୋଜନା। ଜଲଦି ଆବେଦନ କରନ୍ତୁ। ଏପ୍ରିଲ୍ ୩୦ ଯାଏଁ ରହିଛି ଶେଷ ତାରିଖ। କେନ୍ଦ୍ର ସରକାରଙ୍କ ବାଳ ବିକାଶ ସେବା ଯୋଜନା ମାଧ୍ୟମରେ ଶିଶୁ ଓ ସେମାନଙ୍କ ମାଆକୁ ଅନେକ ପ୍ରକାର ସୁବିଧା ଯୋଗାଇ ଦିଆ ଯାଉଛି।

ଏହି ଯୋଜନାର ସୁଫଳ ଯେମିତି ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରିବ ତାହାକୁ ଧ୍ୟାନରେ ରଖିଛନ୍ତି ସରକାର। ଏଥିପାଇଁ ବିଶେଷ ଭାବରେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ସହାୟିକା ନିଯୁକ୍ତି କରା ଯାଇଛି। ଆଜିର ଛାତ୍ରଛାତ୍ରୀ କାଲି ଦେଶର ଭବିଷ୍ୟତ। ଆଉ ଏ ଦେଶର ଭବିଷ୍ୟତ ମାନଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି।

ଗରିବ ଶ୍ରେଣୀ ପରିବାରର ପିଲାମାନେ ବେଳେ ବେଳେ ଓଳିଏ ଖାଇବାକୁ ପାଇବା ମୁସ୍କିଲ୍ ହୋଇ ପଡ଼ୁଛି। ଏଭଳି ସ୍ଥିତିରେ ସରକାରଙ୍କର ଏଭଳି ଯୋଜନା ସେମାନଙ୍କୁ ଲାଭ ଦେଇ ପାରେ। ଏହି ଯୋଜନା ଗର୍ଭବତୀ, ସ୍ତନପାନ କରାଉଥିବା ମହିଳା ବା ପ୍ରସୂତୀଙ୍କ ପାଇଁ ଉଦ୍ଦିଷ୍ଟ। ମୂଳତଃ ଏହି ଯୋଜନାରେ ଏକ ମାସରୁ ଦଶ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଅନେକ ସୁବିଧା ଯୋଗାଇ ଦିଆ ଯାଉଛି। ଏଥିପାଇଁ ସରକାର ଆଇ.ସି.ଡି.ଏସ୍. ନାମକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ପିଲା ମାନଙ୍କ ପାଇଁ ପ୍ରତି ମାସରେ ବ୍ୟାଙ୍କ ଖାତାରେ ୨୫୦୦ ଟଙ୍କା ଜମା କରୁଛନ୍ତି ସରକାର। ଏହି ଟଙ୍କାରେ ମାଆ ନିଜ ପିଲାଙ୍କୁ ପୁଷ୍ଟିକର ଆହାର ଦେଇ ପାରିବେ। ତେଣୁ ଏହି ଯୋଜନାରେ ସଂପୂର୍ଣ୍ଣ ଭାବରେ ମହିଳା ଓ ଶିଶୁମାନଙ୍କୁ ପାଇଁ ସମର୍ପିତ।

ଦୁଇ ବର୍ଷ ପୂର୍ବେ କରୋନା କାଳରେ ଗର୍ଭବତୀ ଓ ପ୍ରସୂତୀଙ୍କୁ ରନ୍ଧାଖାଦ୍ୟ ପାଇଁ ଡିବିଟି ମାଧ୍ୟମରେ ସିଧା ତାଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରା ଯାଉଥିଲା। ଏହି ଯୋଜନାର ନାମ ହେଉଛି ଅଙ୍ଗନୱାଡ଼ି ଲଭର୍ତୀ ଯୋଜନା ୨୦୨୪ର ଉଦ୍ଦେଶ୍ୟ ହେଉଛି ପ୍ରସୂତୀ ଓ ସେମାନଙ୍କ ପିଲାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା। ଏହି ଯୋଜନାର ଲାଭ ଉଠାଇ ବାକୁ ହେଲେ ମହିଳାଙ୍କୁ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ନାମ ପଞ୍ଜିକରଣ କରାଇବାକୁ ହେବ। ପିଲାଟିଏ ଜନ୍ମରୁ ଛଅ ବର୍ଷ ଯାଏଁ ପ୍ରତି ମାସରେ ୧୫୦୦ ଟଙ୍କା ଯୋଗାଇ ଦେବେ ସରକାର।

ଗରିବ ସୀମାରେଖା ତଳେ ଥିବା ମହିଳା ମାନଙ୍କ ପାଇଁ ଏହି ଯୋଜନା ବିଶେଷ ଭାବରେ କାର୍ଯ୍ୟକାରୀ କରା ଯାଉଛି। ଏଭଳି ସହାୟତା ମାଧ୍ୟମରେ ପିଲାଙ୍କ ଶାରିରୀକ ତଥା ମାନସିକ ସ୍ବାସ୍ଥ୍ୟରେ ପରିବର୍ତ୍ତନ ହେଇ ପାରିବ। ଏହି ଯୋଜନାରେ ସାମିଲ୍ ହେବାକୁ ହେଲେ ଆପଣ ଅନଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ। ନଚେତ୍ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ର, ପଞ୍ଚାୟତ ଅଫିସ୍ , ନିକଟସ୍ଥ ସରକାରୀ ଅଫିସରେ ସମସ୍ତ ସୂଚନା ପାଇଲା ପରେ ଏହି ଯୋଜନାର ଲାଭ ଉଠାଇ ପାରିବେ।

Leave a Reply

Your email address will not be published. Required fields are marked *