ଟିକ ଟକ କରି ବାପା ମା ଙ୍କୁ ହା-ଣି ଦେଲା ପୁଅ
ଭେଣ୍ଡିଆ ପୁଅର ନାରକୀୟ କା-ଣ୍ଡ। ବୁଢ଼ା ବାପା ମାଆଙ୍କୁ ଟିକିଟିକି କରି ହା-ଣି ଦେଲା । ପୁଅର ଆକ୍ର-ମଣରେ ର-କ୍ତ ଜୁଡ଼ୁବୁଡୁ ଅବସ୍ଥାରେ ସେଇଠି ବାପାଙ୍କର ମୃ-ତ୍ୟୁ ହୋଇଥିବା ବେଳେ ମେଡ଼ିକାଲରେ ଗୁରୁ-ତର ଅବସ୍ଥାରେ ମାଆଙ୍କର ମୃ-ତ୍ୟ ହୋଇଛି। ଯେଉଁ ଖବର ପାଇବା ପରେ ଏବେ ମୁଣ୍ଡରେ ହାତ ଦେଇ କାନ୍ଦୁଛି ହ-ତ୍ୟାକା-ରୀ ପୁଅ। କେତେ ବଡ଼ ଭୁଲ କରି ଦେଲା ବୋଲି ଭାବୁଛି। ହେଲେ କଣ ହେବ ଚାହୁଁ ଚାହୁଁ ତ ବୁଢ଼ା ବାପା ମାଆଙ୍କର ଜୀବନ ନେଇ ଗଲା। ଟିକେ ଆଗପଛ ବି ଚିନ୍ତା କଲାନି। ଏବେ ଭାବିଲେ କଣ ବା ହବ। ହଁ ଆଜ୍ଞା ହୋଲି ଆଗରୁ ବାପା ମାଆଙ୍କ ର-କ୍ତରେ ପୁଅ ଖେଳିଲା ହୋଲି। ରାତି ପାହିଲେ ହୋଇଥାନ୍ତା ହୋଲି।
ସେଥିପାଇଁ ସମସ୍ତେ ବେଶ୍ ଖୁସି ଥିବା ବେଳେ ଘରେ ଥିଲା ଖୁସିର ମାହୋଲ୍। କିନ୍ତୁ ଆଜି ସକାଳୁ ସକାଳୁ ପୁଅ ଘଟାଇଛି ଏଭଳି ଏକ ଅମାନୁଷିକ କା-ଣ୍ଡ। ଯେଉଁ ଘ-ଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଅଞ୍ଚଳ। ଏହି ଘଟ-ଣାକୁ କେହି ହେଲେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏକା ସାଙ୍ଗରୁ ଗୋଟେ ଘରୁ ଦୁଇ ଦୁଇଟି କୋକେଇ ଉଠିବା ବେଳେ କେହି ନିଜକୁ ସମ୍ଭାଳି ପାରୁ ନାହାଁନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ବସୀରା ଗ୍ରାମରେ ଏଭଳି ଏକ ଅଭା-ବନୀୟ ଘ-ଟଣା ଘଟିଛି।
ଆଜି ସକାଳ ସାତଟା ସମୟରେ ବସୀରା ଗ୍ରାମର ଗୁରୁଚରଣ ମୁଣ୍ଡାଙ୍କ ପୁଅ ଧ୍ୟାନ ମୁଣ୍ଡା ଟାଙ୍ଗିଆ ଦ୍ୱାରା ଆକ୍ର-ମଣ କରିବାରୁ ଟାଙ୍ଗିଆ ଚୋ-ଟରେ ବାପା ଗୁରୁଚରଣ ଓ ମାଆ ପାଲା ମୁଣ୍ଡାଙ୍କର ମୃ-ତ୍ୟୁ ଘଟିଛି। ସକାଳେ ଧ୍ୟାନ ଘର ଅଗଣାରେ କାଠ କାଟୁଥିବା ସମୟରେ ବାପା ବାରଣ କରିବାରୁ ପ୍ରଥମେ ବାପାଙ୍କୁ ଟାଙ୍ଗିଆରେ ଆକ୍ର-ମଣ କରିଥିଲା ପୁଅ। ଏହାକୁ ଦେଖି ମାଆ ଦୌଡ଼ି ଆସି ଛଡ଼େଇ ବାକୁ ଚେଷ୍ଟା କରିଥିବା ବେଳେ ଉଭୟଙ୍କ ମଥାରେ ଅନେକ ସମୟ ଧରି ଧସ୍ତା ଧସ୍ତି ହୋଇଥିଲା। ଆଉ ଏହା ପରେ ପୁଅର ଆକ୍ର-ମଣର ମାଆ ଶି-କାର ହୋଇଥିଲା।
ଘଟ-ଣାସ୍ଥଳରେ ବାପା ଗୁରୁଚରଣଙ୍କର ମୃ-ତ୍ୟୁ ଘଟିଥିବା ବେଳେ ଗୁରୁ-ତର ଅବସ୍ଥାରେ ମାଆ ପାଲା ମୁଣ୍ଡାଙ୍କୁ ଘର ପାଖ ଲୋକେ ଚମ୍ପୁଆ ଡାକ୍ତଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ହେଇଥିବାର ସୂଚନା ମିଳିଛି। ତେବେ ଏ ନେଇ ଖବର ପାଇ ଚମ୍ପୁଆ ଥା-ନା ଅଧିକାରୀ ଦେବକୀ ନାୟକ ଓ ଏସ୍.ଡି.ପି.ଓ. ବିଜୟ ମଲ୍ଲିକ ଘଟ-ଣାସ୍ଥଳରେ ପହଞ୍ଚି ଶ-ବକୁ ଜ-ବତ କରିବା ସହିତ ଘଟ-ଣାର ତ-ଦନ୍ତ ଆରମ୍ଭ କରିଛି। ତେବେ ମିଳିଥିବା ସୂଚନା ଅନୁସାରେ ଗତ କିଛି ବର୍ଷ ହେବ ହ-ତ୍ୟାକା-ରୀ ପୁଅ ଥା-ନରେ ସ୍ତ୍ରୀ ସାଂସଦ ଘର ଛାଡ଼ି ଅନ୍ୟତ୍ର ରହୁଥିବା ବେଳେ ଘରେ ଧ୍ୟାନ ତାର ବାପା ମାଆ ଦୁଇ ପୁଅଙ୍କ ସହ ରହି ଆସୁଥିଲେ। ତେବେ ସ୍ତ୍ରୀ ପାଖରେ ରହୁ ନଥିବା ବେଳେ ଗତ କିଛି ଦିନ ହେବ ଧ୍ୟାନର ମାନସିକ ସ୍ଥିତି ଭଲ ନଥିବା ବେଳେ ସେ ଘରେ ବହୁ ସମୟ ହେବ ଏକୁଟିଆ ରହି ଆସୁଥିଲା। ଆଉ ସେହି ଦୁଶ୍ଚିନ୍ତା ଅବସ୍ଥାରେ ବାପା ମାଆଙ୍କୁ ହ-ତ୍ୟା କରିଥାଇ ପାରେ ବୋଲି କୁହା ଯାଉଛି।