ଚୂନ ଲଗାଇଦେଲା ଭଣ୍ଡ ତାନ୍ତ୍ରିକ…ଦମ୍ଫତ୍ତିଙ୍କୁ ଜାଲରେ ଫସାଇ ସୁନା ରୁପା ବଦଳରେ ଦେଇଗଲା ପୁଳା ପୁଳା ସାପ।

ଭଣ୍ଡ ତାନ୍ତ୍ରିକ ମାୟା ଜାଲରେ ଫସିଗଲେ ଦମ୍ଫତ୍ତି। ବାସ୍ତୁ ପ୍ରତିକ୍ରିୟା ବାହାନାରେ ଦିନ ଦ୍ୱୀପ୍ରହରେ ଚୂନ ମାରିଦେଲା। ଏ ହାତରେ ସୁନା ରୂପା ନେଲା ସେ ହାତରେ ସାପ ଧରେଇ ଛୁ ମାରିଲା। ଗ୍ରହ ତ ଶାନ୍ତି ହେଲାନାହିଁ ଓଲଟି ସାପ ଅଶାନ୍ତି ହୋଇ ମାରିବାକୁ ଗୋଡାଉଛି।ସଁ ସଁ ଗର୍ଜନ କରି ମାଡି ଆସୁଛି ସାପ ଆଉ ଯାହାକୁ ସାମ୍ନାରେ ପାଉଛି ତାକୁ ମାରିବାକୁ ଗୋଡାଉଛି। ତେବେ ଆସନ୍ତୁ ଜାଣିବା ସାପ କୋଉଠୁ ଆସିଲା।

ବାସ୍ତୁ ପ୍ରତିକ୍ରିୟା କରିବାକୁ ଯାଇ ଏ ସାପକୁ କିଣିଛନ୍ତି ଏଇ ସ୍ୱାମୀ ସ୍ତ୍ରୀ ଦୁଇଜଣ। ହଁ ଆଜ୍ଞା ବାସ୍ତୁ ଶାନ୍ତି କରିବାକୁ ଯାଇ ଏଇ ସ୍ୱାମୀ ସ୍ତ୍ରୀ ଦୁଇଜଣ ଏମିତି ଠକାମୀରେ ପଡିଛନ୍ତି ଯେ କାହାକୁ କହିବେ କେମିତି କହିବେ ସେ କଥା ବି ବୁଝି ପାରୁନାହାନ୍ତି। ନିରିହ ଲୋକଙ୍କୁ ଠକି ସେମାନଙ୍କ ଠାରୁ ସୁନା ରୂପା ଠକି ବେବାର ଭିନ୍ନ ଭିନ୍ନ ଉପାୟ ବାଛି ଲୁଟ କରୁଛନ୍ତି ଲୁଟେରା। ଠିକ ଯେମିତି ଏମାନଙ୍କ ସହିତ ଘଟିଛି। ନିଜକୁ ତାନ୍ତ୍ରିକ କହି ଘରର ଦୋଷ ବାହାର କରିଦେବାର କହି ଲୁଟି ନେଉଛନ୍ତି ଲୁଟେରା ସୁନା ରୂପା ଗହଣା ଏବଂ ପ୍ରତିବଦଳରେ ଦେଇଯାଇଛନ୍ତି ବିରାଟକାୟ ସାପ।

ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମର କୋର୍ଟରେ। ସୂଚନା ମୁତାବକ ଉମର କୋର୍ଟ ସହରର ଡିଏଙ୍କା ଠାରେ ରୁହନ୍ତି ପ୍ରଭାକର ମଲ୍ଲିକଙ୍କ ପରିବାର। ଗତ ରବିବାର ଦିନ ତାଙ୍କ ଘରକୁ ଜଣେ ବ୍ୟକ୍ତି ଆସି ନିଜକୁ ତାନ୍ତ୍ରିକ ବା ବାସ୍ତୁଶାସ୍ତ୍ର ବିଷୟରେ ଜାଣିଛନ୍ତି ବୋଲି କହିଥିଲେ। ପ୍ରଭାକର ଯେତିକି ଟଙ୍କା ରୋଜଗାର କରୁଛନ୍ତି ତାଙ୍କୁ ନିଅଣ୍ଟ ହେଉଛି। ଯାହାକୁ ନେଇ ପରିବାର ଚିନ୍ତାରେ ଥିବା ବେଳେ ସେସବୁ ଚିନ୍ତା ଆଉ ଦୁଃଖକୁ ଦୂର କରିଦେବେ ବୋଲି ପ୍ରଭାକରଙ୍କୁ ପ୍ରତିଶୃତି ଦେଇଥିଲେ ଏବଂ ଏହା ମଧ୍ୟ କହିଥିଲେ ଯେ ତାଙ୍କ ସ୍ତ୍ରୀ ଆଶା ମଲ୍ଲିକଙ୍କ ବୟସ ଏବଂ ତାଙ୍କ ବୟସକୁ ମିଶାଇ ୭୩ ଗ୍ରାମର ତମ୍ବା ୭୩ ଗ୍ରାମର ରୁପା ୭୩ ଗ୍ରାମର ସୁନା ଦାନ କରିବା ପାଇଁ କହିଥିଲେ।

ସେହିପରି ତାଙ୍କ ପୁଅ ଝିଅଙ୍କର ବୟସ ଅନୁପାତରେ ତମ୍ବା ରୂପା ସୁନା ମାଗିଥିଲେ ସେହି ସୁନା ରୂପା ଓ ତମ୍ବାକୁ ଗୋଟେ ଷ୍ଟିଲ ହାଣ୍ଡି ଭିତରେ ରଖି ସେଥିରେ ପାଣି ଭର୍ତି କରିଥିଲେ ଏବଂ ସେହି ପାଣିରେ ଗାଧୋଇଲେ ସବୁ ଦୋଷ କଟିଯିବ ବୋଲି କହିଥିଲା ସେହି ଭଣ୍ଡ ତାନ୍ତ୍ରିକ। ଆଉ ତାନ୍ତ୍ରିକର କଥାକୁ ମଧ୍ୟ ମାନି ନେଇଥିଲେ ପ୍ରଭାକର ଏବଂ ତାଙ୍କ ସ୍ତ୍ରୀ ଆଶା। ଭଣ୍ଡ ତାନ୍ତ୍ରିକର କଥା ମାନି ୩ ରୁ ୪ ଦିନ ଧରି ସେହି ପାଣିରେ ଗାଧୋଇଥିଲେ ସ୍ୱାମୀ ସ୍ତ୍ରୀ। ଏହା ପରେ ଗୁରୁବାର ଦିନ ଏକ ପୂଜା କରିବା ପାଇଁ କହିଥିଲା ସେହି ଭଣ୍ଡ ତାନ୍ତ୍ରିକ ଏବଂ ପୂଜା କରି ସାରିବା ପରେ ସେହି ହାଣ୍ଡିକୁ ୨୭ ଟି ଗଣ୍ଠି ପକେଇ ଦେଇଥିଲା ଏବଂ ତାକୁ ଶନିବାର ଦିନ ପର୍ଯ୍ୟନ୍ତ କେହି ନଖୋଲିବାକୁ ବାରଣ ମଧ୍ୟ କରିଥିଲା ଭଣ୍ଡ ତାନ୍ତ୍ରିକ।

ଏହା ପରେ ଗୁରୁବାର ରାତିରେ ପୂଜା ସରିବା ପରେ ତାକୁ ବସଷ୍ଟାଣ୍ଡରେ ନେଇ ଛାଡ଼ିଦେବାକୁ କହିଥିଲା ଆଉ ତାନ୍ତ୍ରିକର ଏଭଳି କଥା ଶୁଣି ପ୍ରଭାକର ମଧ୍ୟ ତାକୁ ବାଇକରେ ନେଇ ବସ ଷ୍ଟାଣ୍ଡରେ ଛାଡି ଦେବା ପାଇଁ ଯାଇଥିଲେ। ତାନ୍ତ୍ରିକକୁ ବସ ଷ୍ଟାଣ୍ଡରେ ଛାଡିବା ମାତ୍ରେ ସେ କୁଆଡେ ହଠାତ ଉଭାନ ହୋଇଯାଇଥିଲା। ଯାହାକୁ ନେଇ ପ୍ରଭାକରଙ୍କର ସନ୍ଦେହ ବଢିଥିଲା ଆଉ ସଙ୍ଗେ ସଙ୍ଗେ ତାଙ୍କ ସ୍ତ୍ରୀକୁ ଫୋନ କରିଥିଲେ।

ଆଉ ପଚାରିଥିଲେ ଯେ ସେ ହାଣ୍ଡିରେ ସୁନା ରୂପା ଅଛି କି ନାହିଁ ଦେଖିବାକୁ କହିଥିଲେ ଆଉ ତାଙ୍କ ସ୍ତ୍ରୀ ମଧ୍ୟ ସେ ହାଣ୍ଡି ଉପରେ ଏକ ନାଲି କପଡ଼ାରେ ପଡିଥିବା ୨୭ ଗଣ୍ଠିକୁ ପାଟିରେ ଫିଟାଇ ଦେଇଥିଲେ ଏବଂ ସେହି ହାଣ୍ଡି ଭିତରେ ହାତ ପୁରାଇ ଦେଖିଲା ବେଳକୁ ସେଥିରେ କିଛି ଗୋଡି ୪୫ ଟି କଏନ ୩ ଟି ଧଳା ଚୁଡ଼ି ସହ ଏକ ଜୀବିତ ସାପ ବାହାରିଥିଲା ଯାହାକୁ ଦେଖି ଭୟଭୀତ ହୋଇଯାଇଥିଲେ ଆଶା। ମାତ୍ର ସୌଭାଗ୍ୟ ବଶତଃ ସାପଟି ତାଙ୍କର କୌଣସି କ୍ଷତି କରିନଥିଲା। ଆଉ କିଭଳି ସ୍ୱାମୀ ସ୍ତ୍ରୀ ଲୁଟ ସହିତ ଏତେ ବଡ଼ ଠକାମୀର ଶିକାର ହୋଇଛନ୍ତି ଗୋଟି ଗୋଟି କରି ସବୁ କଥା ସାମ୍ନାକୁ ଆସିଛି।ତେବେ ଏନେଇ ପ୍ରଭାକର ଉମର କୋର୍ଟରେ ଏତଲା ଦେଇଛନ୍ତି। ପୋଲିସ ଖବର ପାଇ ଘଟଣାକୁ ସ୍ଥଳକୁ ଆସି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *