କାହିଁକି ହେଲାନି ବିଜେଡ଼ି-ବିଜେପି ମେଣ୍ଟ ?ଛିଡ଼ିଲାନି କି ଆସନ ଭାଗ ବଣ୍ଟା ?କେଉଁ ଆସନକୁ ନେଇ ଅଛିଣ୍ଡା ରହିଲା ଅଙ୍କ ?
ଦୁଇଟି ଆସନକୁ ନେଇ ହେଉଛି ଚର୍ଚ୍ଚା। ଦର୍ଶକ ବନ୍ଧୁ ରାଜ୍ୟରେ ବିଜେଡ଼ି-ବିଜେପି ମଧ୍ୟରେ ମେଣ୍ଟ ହେବନି,ଏକଥା ସ୍ପଷ୍ଟ ହୋଇ ସାରିଛି । କାରଣ ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହି ସାରିଛନ୍ତି କି ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନାହିଁ।
ବରଂ କେନ୍ଦ୍ର ଓ ରାଜ୍ୟରେ ଆମେ କିପରି ସରକାର ଗଢ଼ିବୁ ସେ ନେଇ ଆଲୋଚନା ହୋଇଛି। ଆଉ ରାଜ୍ୟ ବିଜେପି ମୁଖିଆଙ୍କ ଏପରି ବୟାନ ପରେ ମେଣ୍ଟକୁ ନେଇ ହେଉଥିବା ସମସ୍ତ ପ୍ରକାର ଚର୍ଚ୍ଚା ଆଲୋଚନାରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି କହିଲେ ଭୁଲ୍ ହେବ ନାହିଁ। ହେଲେ ଦୁଇ ଦିନ ଧରି ଏପଟେ ଭୁବନେଶ୍ୱରରେ ବିଜେଡ଼ି ଓ ସେପଟେ ଦିଲ୍ଲୀରେ ବିଜେପି ଶିବିରରେ ଯେଉଁ ଘନଘନ ବୈଠକ ଚାଲିଥିଲା ସେଥିରୁ ଖୁବ୍ ଶୀଘ୍ର ମେଣ୍ଟ ଘୋଷଣା ହେବ ବୋଲି ଅନୁମାନ କରାଯାଉଥିଲା। ଯଦିଓ ଦୁଇ ଦଳ ପଷରୁ କୌଣସି ନେତା କିଛି ସ୍ପଷ୍ଟ କରୁ ନଥିଲେ ତଥାପି ଆଲୋଚନା ହେଉଥିଲା ଯେ ହୁଏତ କେବଳ ଆସନ ଭାଗ ବଣ୍ଟାକୁ ନେଇ କଥା ଅଟକିଛି।
ଯେଉଁଥିପାଇଁ ମେଣ୍ଟ ନେଇ ଔପଚାରିକ ଘୋଷଣା ହୋଇ ପାରୁନି। ଆଉ ଏବେ ଯେତେବେଳେ ମେଣ୍ଟ ହେବନି ବୋଲି ସ୍ପଷ୍ଟ ହୋଇ ସାରିଛି ସେତେବେଳେ ଆଲୋଚନା ହେଉଛି ଯେ ଦୁଇ ଦଳ ମଧ୍ୟରେ ଆସନ ଭାଗ ବଣ୍ଟା ଅଙ୍କ ଛିଡ଼ି ପାରିଲାନି ବୋଲି ମେଣ୍ଟ ସମ୍ଭବ ହେଲାନି। ତେବେ କେଉଁ ଦୁଇଟି ଆସନ ପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ ମେଣ୍ଟ ସମ୍ଭବ ହେଲାନି ବୋଲି କୁହାଯାଉଛି ଆସନ୍ତୁ ଜାଣିବା। ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁସାରେ ରାଜ୍ୟର ଦୁଇଟି ଲୋକସଭା ଆସନକୁ ନେଇ ଦୁଇ ଦଳ ମଧ୍ୟରେ ବୁଝାମଣା ହୋଇ ପାରୁ ନଥିଲା।
ଆଉ ଏହି ଦୁଇଟି ଆସନ ହେଉଛି ପୁରୀ ଓ ଭୁବନେଶ୍ଵର। ହଁ ଦର୍ଶକ ବନ୍ଧୁ ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ ଏହି ତାହାଲେ ଭୁବନେଶ୍ୱର,ପୁରୀ ଲୋକସଭା ଆସନକୁ ନେଇ ଉଭୟ ଦଳ କୁଆଡ଼େ ଅଡ଼ି ବସିଥିଲେ। ଏହି ଦୁଇ ଲୋକସଭା ଆସନରେ ବିଜେଡ଼ି ଦୁଇ ପ୍ରାର୍ଥୀ ଦେବାକୁ ଚାହୁଁଥିବା ବେଳେ ବିଜେପି କୁଆଡ଼େ ଏହି ଦୁଇ ଆସନକୁ ଛାଡ଼ିବାକୁ ବିଲକୁଲ ରାଜି ହୋଇ ନଥିଲା। କାରଣ ଉଭୟ ଦଳ ପାଇଁ ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ।
କାରଣ ୨୦୧୯ ନିର୍ବାଚନକୁ ଦେଖାଯାଏ ତାହାଲେ ପୁରୀରେ ବିଜେପି ନିଜ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା। ଯାହାଙ୍କୁ ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବିଜେଡ଼ି ପ୍ରାର୍ଥୀ ପିନାକୀ ମିଶ୍ର। ହେଲେ ସମ୍ବିତ ପାତ୍ରଙ୍କ ହାରିବାର ବ୍ୟବଧାନ ମାତ୍ର ଦଶ ହଜାର ଥିଲା। ତେଣୁ ଆଗାମୀ ନିର୍ବାଚନରେ ଏହି ଆସନରେ ବୋଧ ହୁଏ ସେହି ସମ୍ବିତ ପାତ୍ରଙ୍କୁ ପୁଣିଥରେ ବିଜେପି ପୁରୀ ଲୋକସଭା ଆସନକୁ ହାତେଇବାକୁ ଚାହିଁଥିବ । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପୁରୀରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଅନେକ ସମୟରେ ଆଲୋଚନା ହୋଇଥାଏ। ସେହି ଦୃଷ୍ଟିରୁ ଦେଖିଲେ ବିଜେପି ପୁରୀ ଲୋକସଭା ଆସନକୁ କେତେ ଗୁରୁତ୍ଵ ଦେଉଛି ସେକଥା ବୁଝା ପଡୁଛି।