ଚାଷ ଜମିରେ ପାଣି ମଡ଼ାଇ ନଦୀକୁ ଧୋଇ ହେବାକୁ ଯାଇଥିଲେ ସ୍ୱାମୀ ସ୍ତ୍ରୀ ହେଲେ ଏତିକିବେଳେ କୁମ୍ଭୀର ଆସି…।

ଦୀର୍ଘ ଦିନର ନୀରବତା ପରେ ପୁଣି ମାତିଛି ମଣିଷ ଖିଆ କୁମ୍ଭୀର। ଆଜି ସକାଳୁ ସକାଳୁ ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଟାଣିନେଲା ମଣିଷ ଖିଆ କୁମ୍ଭୀର। ସ୍ୱାମୀ ସ୍ତ୍ରୀ ଉଭୟ ମିଶି ଚାଷ ଜମିରେ ଚାଷ କାର୍ଯ୍ୟ କରୁଥିଲେ। ଆଉ ଜାଗର ପାଇଁ ଚାଷ କାର୍ଯ୍ୟ ସାରି ବ୍ରାହ୍ମଣୀ ନଦୀକୁ ଗାଧୋବା ପାଇଁ ଯାଇଥିଲେ। କିନ୍ତୁ କିଏ ବା ଜାଣିଥିଲା ନଦୀରେ ଶୌଚ କରୁଥିବା ସମୟରେ ତାଙ୍କ ସହ ଏଭଳି ଅଘଟଣ ଘଟିବ ବୋଲି। ନଦୀରେ ମଣିଷ ଖିଆ କୁମ୍ଭୀରଟି ଛକି ବସିଥିଲା ମଣିଷର ମାଂ-ସ ଖାଇବା ପାଇଁ। ଆଉ ସ୍ୱାମୀ ଜଣକ ଶୌଚ କରୁଥିବା ସମୟରେ ହଠାତ ନଦୀରୁ ଉଠି ଆସିଲା ଏହି ମଣିଷ ଖିଆ କୁମ୍ଭୀର।

ଆଉ ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଝାମ୍ପି ନେଇଗଲା। ଏତେ ଦିନ ପରେ ମଣିଷଖିଆ କୁମ୍ଭୀର ପାଟିରେ ଲାଗିଛି ମଣିଷର ମାଂ-ସ କୁମ୍ଭୀର ପାଟିରୁ ସ୍ୱାମୀଙ୍କୁ ବଞ୍ଚାଇବାକୁ ସ୍ତ୍ରୀ କରିଥିଲେ ଉଦ୍ୟମ। ଶେଷରେ ସ୍ତ୍ରୀ ସାମ୍ନାରେ ହିଁ ସ୍ୱାମୀକୁ ଟାଣି ନେଇଗଲା କୁମ୍ଭୀର।ଆଉ ଏହାକୁ ଦେଖି ନଦୀ କୂଳରେ ଛାତି ଫଟେଇ କା-ନ୍ଦୁଛି ସ୍ତ୍ରୀ। ସମସ୍ତଙ୍କ ଆଖିରେ ଲୁହ। ଏହି ବ୍ରାହ୍ମଣୀ ନଦୀ କୂଳରେ କିଏ ପୁଅକୁ ଖୋଜୁଛି ତ କିଏ ଭାଇକୁ ତ ଆଉ କୁନି କୁନି ଛୁଆମାନେ ତାଙ୍କ ବାପାଙ୍କୁ ଖୋଜୁଛନ୍ତି। କା-ନ୍ଦ ବୋବାଳିରେ ନଦୀ କୂଳଟି ଫାଟି ପଡୁଛି।

ହଁ ଆଜ୍ଞା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ରାହ୍ମଣୀ ନଦୀରେ ପୁଣି କୁମ୍ଭୀରର ଆ-ତଙ୍କ ଦେଖିବାକୁ ମିଳିଛି। ଜାଗର ଓଷା କରିଥିଲେ ସେଥିପାଇଁ ତରବରିଆ ଭାବେ ସ୍ୱାମୀ ସ୍ତ୍ରୀ ଚାଷ କାମ ସାରିବା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ। ଆଉ ସ୍ତ୍ରୀ ଆଖି ସାମ୍ନାରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର।

ହଁ ଆଜ୍ଞା ଏଭଳି ଅଘ-ଟଣ ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥା-ନା ଅନ୍ତର୍ଗତ ଦକ୍ଷିଣ ବେଡା ଗାଁରେ। ଏହି ଗାଁର ବାସିନ୍ଦା ନିମାଇଁ ମୌଳିକଙ୍କୁ ଝାମ୍ପି ନେଲା କୁମ୍ଭୀର। ସ୍ତ୍ରୀ ଏହାକୁ ଦେଖି ଭ-ୟଭୀ-ତ ହେବା ସହ କୁମ୍ଭୀର ପାଟିରୁ ସ୍ୱାମୀକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଶେଷରେ ହାରିଯାଇଥିଲେ। ଆଖି ପିଛୁଳାକେ ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଝାମ୍ପି ନେଲା କୁମ୍ଭୀର।

ନଦୀକୂଳରେ ହଠାତ ମହିଳାଙ୍କ ଆର୍ତ୍ତ ଚି-ତ୍କାର ଶୁଣି ଦୌଡ଼ି ଆସିଥିଲେ ଗାଁ ଲୋକେ ନିମାଇଁଙ୍କୁ କୁମ୍ଭୀର ଟାଣି ନେଇଥିବା ଜାଣିବାକୁ ପାଇଥିଲେ ଏହା ପରେ ତାକୁ ନଦୀକୂଳରେ ଖୋଜି ବୁଲୁଛନ୍ତି। ପୁଅକୁ କୁମ୍ଭୀର ଟାଣିନେଇଥିବା କଥା ଶୁଣି ପରିବାର ଲୋକେ ନଦୀ କୂଳକୁ ଦୌଡ଼ି ଆସିଥିଲେ ଆଉ କାନ୍ଦି କାନ୍ଦି ପୁଅକୁ ଖୋଜୁଛନ୍ତି। ଗ୍ରାମବାସୀ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଚି ଘ-ଟଣା ସ୍ଥଳରେ ନିମାଇଁଙ୍କୁ ଖୋଜାଖୋଜି କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର ପତା ମିଳୁନାହିଁ।

Leave a Reply

Your email address will not be published. Required fields are marked *