ବାପାଙ୍କ ବିୟୋଗ ପୂର୍ବରୁ ସଂସଦରେ ରାମମନ୍ଦିର ବିଷୟରେ ଏମିତି କହି ହୃଦୟ ଜିତିଥିଲେ ଅନୁଭବ ।
ବନ୍ଧୁଗଣ କହି ରଖିବୁ ଯେ ନିକଟରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି । ତେବେ ବାପାଙ୍କ ଦେହାନ୍ତ ପୂର୍ବରୁ ସଂସଦରେ ଅନୁଭବ ମହାନ୍ତି ଗତ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହୋଇଥିବା ରାମ ମନ୍ଦିର ଏବଂ ଆମ ଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ଓ ଓଡ଼ିଶାର ଅନ୍ୟାନ୍ୟ ଦିଗ ବିଷୟରେ ମତ ଉପସ୍ଥାପନ କରିଥିଲେ ।
ଯାହାର ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏବଂ ଅନୁଭବ ମହାନ୍ତିଙ୍କ ଏହି ଭାଷଣ ସମସ୍ତଙ୍କ ହୃଦୟ ମଧ୍ୟ ଜିତୁଛି । ତେବେ ସଂସଦରେ ଅନୁଭବ ମହାନ୍ତି ନିଜ ବକ୍ତବ୍ୟ ରଖିବା ପୂର୍ବରୁ ପ୍ରଥମେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହିଥିଲେ । ଏହାପରେ ଅନୁଭବ କହିଥିଲେ ଶ୍ରୀରାମ ଆମ ପାଇଁ ଆସ୍ଥାର ପ୍ରତୀକ । ଆହୁରି କହିଥିଲେ ମନୁଷ୍ୟ ଯେତେବେଳେ କିଛି ଭୁଲ୍ କରିଥାଏ ସେହି ଭୁଲ୍ କୁ ସୁଧାରିବା ମଧ୍ୟ ମନୁଷ୍ୟର କର୍ତ୍ତବ୍ୟ ହୋଇଥାଏ । ଆମ ଦେଶରେ ଆମେ କହୁଛୁ ଅତିଥି ଦେବ ଭବ । ଯୁଗ ଯୁଗରୁ ଆମେ ହିନ୍ଦୁସ୍ତାନୀ ଆମ ଅତିଥିଙ୍କ ହୃଦୟ ଖୋଲିକି ସ୍ଵାଗତ କରିଛୁ ।
ଆଗକୁ ମଧ୍ୟ କରିବୁ କିନ୍ତୁ ଏମିତି କିଛି ଅତିଥି ଅଛନ୍ତି ଯେଉଁମାନଙ୍କୁ ଆମେ ସମ୍ମାନ ଦେଲୁ କିନ୍ତୁ ସେମାନେ ଆମ ଅସ୍ଥା ସହିତ ଖେଳିଲେ ଏପରିକି ଆମ ଭଗବାନଙ୍କୁ ମଧ୍ୟ ଅପମାନିତ କଲେ । କେବଳ ଗୋଟିଏ ଥର ନୁହେଁ ହିନ୍ଦୁସ୍ଥାନର ବିଭିନ୍ନ ଜାଗାରେ ବହୁତ୍ ଥର କରିଛନ୍ତି । ହେଲେ ଏହାରି ମଧ୍ୟରେ ଆମେ ଯେତେବେଳେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ବିଷୟରେ କଥା ହେଉଛୁ ସେତେବେଳେ ଆମ ଛାତି ଗର୍ବରେ ଫୁଲି ଉଠୁଛି । ଏହା ସହିତ ଅନୁଭବ ଆହୁରି ମଧ୍ୟ କହିଥିଲେ ୪ଶ୍ରେଷ୍ଠ ଧାମ ମଧ୍ୟରୁ ଗୋଟେ ହେଉଛି ଓଡ଼ିଶାର ପୁରୀ ଜଗନ୍ନାଥ ଧାମ । ଆଉ ଜଗନ୍ନାଥ ଏବଂ ରାମ ଏକ ହିଁ ଅଟନ୍ତି ।
ଏହାପରେ ଓଡ଼ିଆରେ ଅନୁଭବ ମହାନ୍ତି କହିଥିଲେ ଯେ କିଛିଦିନ ତଳେ ୧୭ ଜାନୁଆରୀରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିରର ସୁନ୍ଦର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଥିଲେ ତାହା ଏତେ ଭବ୍ୟ ସୁନ୍ଦର୍ ହୋଇଛି ଯେ ସେ ପିଲାଟି ଦିନରୁ ପୁରୀ ଏତେ ସୁନ୍ଦର ଦେଖାଯିବ ବୋଲି କେବେ ସ୍ବପ୍ନରେ ଭାବି ନଥିଲେ ବୋଲି କହିଥିଲେ । ଏହାପରେ ଶ୍ରୀକ୍ଷେତ୍ର ଧାମ ଆସି ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ସମସ୍ତଙ୍କୁ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଥିଲେ ଅନୁଭବ । ତେବେ ରେଳ ମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ପୁରୀରୁ ଅଯୋଧ୍ୟା ପର୍ୟ୍ୟନ୍ତ ସ୍ଵତନ୍ତ୍ର ଟ୍ରେନ୍ ଲାଇନ୍ ଚାଲିବ ତାହା ଜଲଦି ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ ଅନୁଭବ ମହାନ୍ତି ।