ସ୍ୱାମୀର ଚାଲିଥିଲା ଦ୍ୱିତୀୟ ବିବାହ, ହଠାତ ପହଞ୍ଚିଗଲା ପ୍ରଥମ ସ୍ତ୍ରୀ। ଆଉ ବେଦୀରେ ସ୍ୱାମୀକୁ କହିଲା ଏଇଠୁ ଉଠ।
ବେଦୀ ଉପରୁ ଉଠେ। ମୁଁ ଥାଉ ଥାଉ ତୁ କେମିତି ଦ୍ୱିତୀୟ ବିବାହ କରୁଛୁ। ତୁ ମୋତେ କେମିତି ଧକା ଦେଇପାରୁଛୁ କହି ସ୍ତ୍ରୀ ଏଭଳି ବାହାଘର ମଣ୍ଡପରେ ପହଞ୍ଚିଛି। ହଁ ଆଜ୍ଞା ସ୍ତ୍ରୀ ପୋଲିସ ମାନଙ୍କୁ ବହୁତ ଗୁହାରି କରିଲା ସମସ୍ତଙ୍କୁ ବହୁତ ନେହୁରା ହେଲା କି ମୋ ସ୍ୱାମୀ ଦ୍ୱିତୀୟ ବିବାହ କରିବାକୁ ଯାଉଛି ମୁଁ ପ୍ରଥମ ସ୍ତ୍ରୀ ତାର। ତଥାପି କେହି ଶୁଣିନଥିଲେ ଶେଷରେ ଦୌଡ଼ି ଆସି ପହଞ୍ଚି ଯାଇଛି ସ୍ତ୍ରୀ। ଯେଉଁଠି ସ୍ୱାମୀ ଦ୍ୱିତୀୟ ବିବାହ ହେଉଥିଲା।
ହଁ ଆଜ୍ଞା ନିଜ ସ୍ତ୍ରୀକୁ ଛାଡ଼ ପତ୍ର ନଦେଇ ତାକୁ ଛାଡି ଦ୍ୱିତୀୟ ବିବାହ କରୁଥିଲା ସ୍ୱାମୀ ଆଉ ପହଞ୍ଚି ଗଲା ପ୍ରଥମ ସ୍ତ୍ରୀ। ଆଉ ତା’ପରେ ଏ ଦୃଶ୍ୟକୁ ଆପଣ ମାନେ ଦେଖିପାରୁଥିବେ।୭ ବର୍ଷର ବୈବାହିକ ସମ୍ପର୍କକୁ ଖାତିର କରିନି ସ୍ୱାମୀ। ଏପଟେ ଲୁଚି ଯାଇ ଦ୍ୱିତୀୟ ବିବାହ କରୁଥିଲା ଆଉ ପ୍ରଥମ ସ୍ତ୍ରୀ ଦୌଡ଼ି ଆସିଛି ଧକାବାଜ ସ୍ୱାମୀ ପାଖକୁ ଯେଉଁଠି ବାହାଘର ହେଉଥିଲା, ଯେଉଁଠି ହାତ ଗଣ୍ଠି ପଡୁଥିଲା ସେଇଠି ପହଞ୍ଚି ଯାଇଛି ଏଇ ପ୍ରଥମ ସ୍ତ୍ରୀ।
ସୂଚନା ଅନୁସାରେ ବୁଲ୍ଲା ବସନ୍ତ ଅଞ୍ଚଳର ପ୍ରିୟମମ୍ବଦା ବାଗ ୨୦୧୫ ମସିହାରେ ରାଉରକେଲା ନିବାସୀ ଓମ ପ୍ରକାଶ ହରିପାଲଙ୍କୁ ବିବାହ କରିଥିଲେ। ୭ବର୍ଷ ବିତି ଗଲାଣି ବହାଘରକୁ। ହେଲେ ବିବାହର ଗୋଟିଏ ବର୍ଷ ପରେ ଯୌତୁକ ନିର୍ଯ୍ୟାତନା ଦେବାରୁ ବିବାହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଆଉ ତାପରେ ସ୍ୱାମୀ ସ୍ତ୍ରୀ ଅଲଗା ରହୁଥିଲେ। ଆଉ ଏ ଘଟଣାକୁ ନେଇ ମହିଳା ଥାନା ବୁଲା ଥାନା ଫେମେଲି କୋର୍ଟରେ ଦ୍ୱାରସ୍ତ ହୋଇଥିଲେ ଏହି ମହିଳା ଜଣକ।
ଆଉ ଏହି ମହିଳା ଜଣକ ଯେତେବେଳେ ଜାଣିବାକୁ ପାଇଥିଲେ କି ତାଙ୍କ ସ୍ବାମୀ କୁଆଡେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ସେ ବାରମ୍ବାର ଥାନାକୁ ଦୌଡୁଥିଲେ ଏମିତିକି ଏସ୍ପିଙ୍କ ଅଫିସକୁ ବି ଦୌଡୁଥିଲେ କିନ୍ତୁ ତାଙ୍କ କଥା କେହି ଶୁଣିନଥିଲେ। ଆଉ ଶେଷରେ ଯେଉଁଠି ସ୍ୱାମୀ ଲୁଚି ଲୁଚି ଦ୍ୱିତୀୟ ବିବାହ କରୁଥିଲା ସେଇଠିକି ଏବେ ପହଞ୍ଚି ଯାଇଛି ପ୍ରଥମ ସ୍ତ୍ରୀ। ଆଉ ଏଭଳି ଗଣ୍ଡଗୋଳ ଦେଖିବାକୁ ମିଳିଛି।
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ର ସାଲେପାରିରେ ହେଉଥିବା ଦ୍ଵିତୀୟ ବିବାହରେ ପହଞ୍ଚି ଯାଇଥିଲା ପ୍ରଥମ ସ୍ତ୍ରୀ। ହାତ ଗଣ୍ଠି ପଡୁଥିଲା ହୋମ ନିଆଁ ଜଳୁଥିଲା ଆଉ ମନ୍ତ୍ର ବି ପଢ଼ା ହେଉଥିଲା। ସେହି ସମୟରେ ପହଞ୍ଚିଗଲା ଏହି ପ୍ରଥମ ସ୍ତ୍ରୀ। ଆଉ ତାପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।