ମୁହଁ ଖୋଲିଲେ ଦୈତାରୀ ପଣ୍ଡା । ରାଣୀ ପଣ୍ଡା କହିଲେ ମୋତେ ଡ଼ରି ରାଜନୀତିରେ ପଶିଗଲା ଦୈତାରୀ…।

ବନ୍ଧୁଗଣ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଆଉ ଠିକ୍ ଏତିକି ବେଳେ ରାଜନୀତିରେ ସାମିଲ ହୋଇଛନ୍ତି ଯାତ୍ରା କଳାକାର ଏବଂ ତାଙ୍କ ଟିମ୍ । ଏସବୁ ପରେ ଲୋକମାନେ କହୁଛନ୍ତି ରାଣୀ ପଣ୍ଡାକୁ ଡରିଗଲେ କି ବାପି ଆଉ ଦୈତାରି ପଣ୍ଡା । ରାଣୀ ପଣ୍ଡାକୁ ହତ୍ୟା ଧମକ ଦେଇଥିଲେ ଆଉ ରାଣୀ ପଣ୍ଡା ସୋସିଆଲ ମିଡିଆରେ ଏହି ସବୁକଥା କହି ଦେଇଥିଲେ । ଆଉ ତା’ପରେ ରାଣୀ ପଣ୍ଡାକୁ ସୋସିଆଲ ମିଡିଆରୁ ମିଳିଥିଲା ସଫଳତା । ସୋସିଆଲ ମିଡିଆରେ ସମସ୍ତେ ରାଣୀ ପଣ୍ଡାଙ୍କୁ ସପୋର୍ଟ କରିବେ ବୋଲି କହିଥିଲେ । ଯେତେବେଳେ ଦୈତାରୀ ପଣ୍ଡା ଆଉ ବାପି ପଣ୍ଡା ନୂଆ କରି ମିଶିଛନ୍ତି ରାଜନୀତିରେ ଠିକ୍ ସେତିକି ବେଳେ ସମସ୍ତେ କହୁଛନ୍ତି ରାଣୀଙ୍କୁ ଡରି ରାଜନୀତିରେ ମିଶିଗଲେ ବୋଲି ।

ଆହୁରି କେହି କେହି କହୁଛନ୍ତି ରାଣୀ ପଣ୍ଡା ଆଗରୁ ରାଜନୀତିରେ ସାମିଲ ଅଛନ୍ତି ବୋଲି । ଆଉ ଆଜି ଯେତେବେଳେ ବାପି ପଣ୍ଡା ଏବଂ ଦୈତାରୀ ପଣ୍ଡା ସହିତ ରାଣୀ ପଣ୍ଡାଙ୍କ ଟିମ୍ ରାଜନୀତିରେ ପାଦ ଦେଇଛି ସେତେବେଳେ ସଧାରଣ ଲୋକେ କହୁଛନ୍ତି ସରଣ ପୋଷିଲେ ବାପି ଏବଂ ଦୈତାରୀ ।

ତେବେ ନିକଟରେ ଏହି ବିଷୟରେ ମୁହଁ ଖୋଲିଛନ୍ତି ଦୈତାରି ପଣ୍ଡା । ସେ କହିଛନ୍ତି ରାଜନୀତିରେ ମିଶିଛନ୍ତି ଦଳ ପାଇଁ କ୍ୟାମ୍ପେନିଂ କରୁଛନ୍ତି କେବଳ ଅସହାୟ କଳାକାର ଭାଇ ଭଉଣୀ ମାନଙ୍କୁ ସାହାର୍ଯ୍ୟ କରିବାକୁ ଆଉ କଳାକାର ଭାଇ ମାନଙ୍କ ମଙ୍ଗଳ କରିବାକୁ । ଆହୁରି ପୁଣି କହୁଛନ୍ତି ତାଙ୍କୁ ଯେଉଁ ଦଳ ପଇସା ଦେବ ସେ ସେହି ଦଳକୁ ଯିବେ ଆଉ ତାହା ପାଇଁ କ୍ୟାମ୍ପେନିଂ କରିବେ । କିନ୍ତୁ ରାଣୀ ପଣ୍ଡା କହୁଛନ୍ତି ତାଙ୍କୁ ଡରି ରାଜନୀତିରେ ପଶିଗଲା ଦୈତାରି ପଣ୍ଡା । ହଁ ଆଜ୍ଞା ଯାତ୍ରା ଜଗତର ଦୁଇ ଆଗ ଧାଡ଼ିର କଳାକାର ରାଣୀ ପଣ୍ଡା ଏବଂ ଦୈତାରି ପଣ୍ଡାଙ୍କ ମଧ୍ୟରେ ଚାଲିଛି ଏହିପରି କଥା କଟାକଟି । ଯାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ।

ରାଣିପଣ୍ଡା ରୋକ୍ ଠୋକ୍ କିଛିଦିନ ତଳେ କହିଥିଲେ ଯାତ୍ରା କର୍ମଚାରୀଙ୍କ ଜୀବନ ଚାଲିଗଲା ହେଲେ ଦୈତାରି ପଣ୍ଡା ପହଞ୍ଚିଲା ନାହିଁ । ହେଲେ ସେ ସାହାର୍ଯ୍ୟ କରିଥିଲେ । ଯେତେବେଳେ ରାଣୀ ପଣ୍ଡା ଟାର୍ଗେଟ କରିଥିଲେ ଦୈତାରି ପଣ୍ଡାଙ୍କୁ ସେତେବେଳେ ସେ ଆସି ମିଶିଛନ୍ତି ରାଜନୀତିରେ । ଆଉ ସେଇଥି ପାଇଁ ଏବେ ରାଣୀ ପଣ୍ଡାଙ୍କ ସମେତ ଲୋକମାନେ ମଧ୍ୟ କହୁଛନ୍ତି ତାଙ୍କୁ ଡରି ଦୈତାରି ରାଜନୀତିରେ ମିଶିଗଲା ।

Leave a Reply

Your email address will not be published. Required fields are marked *