କଲେଜ ଯାଇନଥିଲା ଲିପା ହେଲେ ଅଜଣା ନମ୍ବରରୁ ଆସିଲା କଲ କହିଲା ଲିପା ଆଉ ନାହିଁ, ଏପଟେ ମାମୁଁ କହୁଛନ୍ତି ମୋ ଭାଣିଜୀଙ୍କୁ…।

ବସିଛି ପ୍ରଥମେ କଲ ଆସିଲା ଜଣା ଅଜଣା ପୁଅ କଲ କଲା ତମ ଝିଅ ଚଟାଣରେ ପଡିଛି। ତାର ଚେତା ନାହିଁ। ଆଉ ପହଞ୍ଚିଲା ବେଳକୁ ଝିଅ ଚେତା ବୁଡି ପଡିଥିଲା। ତାକୁ ଧରି ଦୌଡ଼ିଲେ ମେଡିକାଲକୁ। ଆଉ ମେଡିକାଲ ଯାଇ ସେହି ନମ୍ବରକୁ ପୁଣି କଲ କରାଯାଇଥିଲା ହେଲେ ଆଉ କଲ ଲାଗିନଥିଲା। କିଏ ସେଇ ବ୍ୟକ୍ତି ଝିଅଟିର ଜୀବନ ଯିବା ପଛରେ କାହାର ରହିଛି ହାତ।

ହଁ ଆଜ୍ଞା ଘରୁ ମିଳିଛି +3 ଛାତ୍ରୀଙ୍କର ମୃତ ଦେହ। ଛାତ୍ରୀ ଜଣକ ଭୁବନ ଥାନା ଅନ୍ତର୍ଗତ ଗଡ଼ନୃସିଂହ ପ୍ରସାଦ ଗ୍ରାମର ବ୍ରହ୍ମାନନ୍ଦ ନାୟକଙ୍କ ଝିଅ ପଦ୍ମିନୀ ଯାହାକୁ ସମସ୍ତେ ଡାକନ୍ତି ଲିପା। ଲିପା ନାୟକ ଭଲ ପାଠ ପଢୁଥିଲେ ଆଉ +3ରେ ପଢୁଥିଲେ। ସେ ବି ମଧ୍ୟ ଜାଣିନଥିବେ ତାଙ୍କର ଏଭଳି ଜୀବନ ଯିବ।

ତେବେ ଲିପାଙ୍କର ଜୀବନ କେମିତି ଗଲା ତାହା ଜଣା ପଡ଼ିନାହିଁ। କିନ୍ତୁ ଜଣେ ଅଜଣା ପୁଅ ଫୋନ କରିଥିଲେ। ଲିପା ଚେତାଶୂନ୍ୟ ହୋଇ ମାଟିରେ ପଡିଛି। ଆଉ ଘରକୁ ଯାଇ ଦେଖିଲା ବେଳକୁ ଚେତାଶୂନ୍ୟ ହୋଇ ପଡ଼ିଥିଲା ଲିପା। ମେଡିକାଲକୁ ନେଲେ ଆଉ ସେଇ ଅଜଣା ପୁଅକୁ କଲ କରାଗଲା ହେଲେ ତା ନମ୍ବର ସୁଇଜଅଫ।

ଲିପାର କେମିତି ଜୀବନ ଗଲା। ଲିପାର ବେକରେ ଏବେ ଗୋଟିଏ ଦାଗ ରହିଛି। କେମିତି ମରିଲା ଲିପା।

ତେବେ ଯାହା ଜଣାପଡିଛି ଲିପା ପିଲାଟି ଦିନରୁ ଭୁବନ ବ୍ଲକ କୁନିଦା ଗ୍ରାମରେ ମାମୁଁ ଘରେ ରହି ପାଠ ପଢୁଥିଲେ। ଏବେ ଲିପାଙ୍କର ମାମୁଁ ସୁଦାମ ବାରିକ ତାଙ୍କ ଜନ୍ମ ସ୍ଥାନକୁ ଅପରାହ୍ନ ୩.୩୦ ମିନିଟରେ ଘରେ ଛାଡ଼ି କ୍ରିକେଟ ଖେଳ ଦେଖିବାକୁ ବହାରିଯାଇଥିଲେ। କିନ୍ତୁ କେହି ଜଣେ ଅଜଣା ପୁଅ ୪.୩୦ ମିନିଟରେ ମାମୁଁ ସୁଦାମଙ୍କୁ ଫୋନ ଯୋଗେ କହିଥିଲେ ଯେ ତୁମ ଭାଣିଜୀ ଘରେ ବେହସ ହୋଇ ପଡିଛି। ତେବେ ଖବର ପାଇ ମାମୁଁ ଏବଂ କିଛି ଯୁବକ ପହଞ୍ଚି ଯାଇଥିଲେ। ଆଉ ଲିପାଙ୍କୁ ମେଡିକାଲକୁ ନେଇ ଯାଇଥିଲେ ହେଲେ ବଞ୍ଚି ପାରିନଥିଲେ ଡାକ୍ତର ଲିପାଙ୍କୁ ମୃତ ଘୋଷଣା କରିଥିଲେ।

ଆଉ ବାରମ୍ବାର ସେଇ ନମ୍ବରକୁ ମାମୁଁ କଲ କରିଥିଲେ ଯେଉଁ ଅଜଣା ନମ୍ବରରୁ କଲ ଆସିଥିଲା। ଆଉ ଲିପାଙ୍କ ମୃତ୍ୟୁକୁ ନେଇ ପ୍ରଥମେ ଖବର ଦେଇଥିଲା। ତେବେ ଲିପାଙ୍କର ବେକରେ ରହିଛି ଗୋଟିଏ ଦାଗ। କେମିତି ମରିଲା ଲିପା। ଲିପାଙ୍କୁ ସେଇ ଅଜଣା ଲୋକଟି ମାରିଦେଇଥିବା କଥା ଅଭିଯୋଗ କରୁଛନ୍ତି ଲିପାଙ୍କର ମାମୁଁ। ହେଲେ କିଏ ସେଇ ଅଜଣା ବ୍ୟକ୍ତି ଯିଏ କଲ କରିଥିଲା। ତେବେ ମେଡିକାଲରେ ଅଭିଯୋଗ ପରେ ଘଟଣାକୁ ନେଇ ପୋଲିସ ଛାନବିନ କରିବା ସହିତ ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *