“ମୋର ଜନ୍ମଦିନ ହେଉଛି ୧୪ ଫେବୃଆରୀ । ସେଥିପାଇଁ ବୋଧେ ମୁଁ ଟିକେ ଅଧିକ ରୋମାଣ୍ଟିକ ଛୋଟବେଳେ ଖାଲି ଝିଅଙ୍କୁ ଚାଁହୁଥିଲି” ।

ତେବେ ବନ୍ଧୁଗଣ “ଓ ମାଇ ଲଭ” ଚଳଚିତ୍ରରେ ହିରୋ ଭୂମିକାରେ ନଜର ଆସିଥିବା ରାଜଦୀପଙ୍କୁ ଆଜି ବି ଲୋକେ ମନେ ପକାନ୍ତି । ଏପରିକି ତୁଳସୀ ମେଗା ଧାରାବାହିକରେ ବହୁ ଚର୍ଚିତ ରାଜେନ୍ଦ୍ର ଭୂମିକାରେ ମଧ୍ୟ ସେ ଅଭିନୟ କରିଛନ୍ତି । ତେବେ ନିକଟରେ ଗଣମାଧ୍ୟମର ସାକ୍ଷାତକାରରେ ରାଜଦୀପ ନିଜର ପ୍ରତିକ୍ରିୟା ରଖି ଏପରି କିଛି କହିଛନ୍ତି । ତାଙ୍କୁ ଫିଲ୍ମର ଅଫର୍ ମିଳିଲା ନାହିଁ ବୋଲି ଆକ୍ଟିଙ୍ଗ ଲାଇନ୍ ଛାଡ଼ିବାକୁ ପଡ଼ିଲା କି ବୋଲି ପଚରା ଯାଇଥିଲା।

ଏହାର ଉତ୍ତରରେ ରାଜଦୀପ କହିଥିଲେ ଯେ ଫିଲ୍ମ ଅଫର୍ ଆସିଲାନାହିଁ ଯେତେବେଳେ ବହୁତ୍ ମନ ଦୁଃଖ ହେଲା ତାଙ୍କର ବେଳେ ବେଳେ କାନ୍ଦି ମଧ୍ୟ ପକାନ୍ତି । ଆଉ ସବୁଠାରୁ ବଡ଼ ତାଙ୍କର ପାୱାରଫୁଲ୍ ଆସେଟ ହେଉଛି ଯେ ତାଙ୍କୁ ରାଗ ଆସିଲେ ରାଗି ଯାଆନ୍ତି ୨ ମିନିଟ ପାଇଁ । କାନ୍ଦ ମାଡ଼ିଲେ କାନ୍ଦି ଦିଅନ୍ତି ଆଉ ସବୁବେଳେ ଏମିତି ହିଁ ରୁହନ୍ତି । କିନ୍ତୁ ସେତେବେଳେ ତାଙ୍କର ସେହି ବୁଝିବା ଶକ୍ତି ଟା ନଥିଲା । ତେଣୁ ବହୁତ୍ କଷ୍ଟ ହୁଏ ଆଉ ଯାହା କଷ୍ଟ ହୁଏ ତାଙ୍କ ଗାର୍ଲ୍ଫ୍ରେଣ୍ଡ୍ ଥିଲା ରାନୀ ତାକୁ ସବୁ କହି ଦିଅନ୍ତି ।

ଆଉ ବାକି ଯାହା ରହିଯାଏ ତାକୁ ସେ ଜିମରେ ସାରି ଦିଅନ୍ତି । ସେବେ ସେ ଜିମ ଦୁଇ ଅଢେ଼ଇ ଘଣ୍ଟା ଦିନକୁ କରୁଥିଲେ । ଏବେ କିନ୍ତୁ ସେ ଜିମ କରିବାକୁ ଟାଇମ୍ ପାଉନାହାଁନ୍ତି ସେ । କିନ୍ତୁ ତାଙ୍କର ଏବେ ସେଇ ବୁଝିବା ଶକ୍ତିଟା ଏବେ ବଢ଼ିଯିବା ଯୋଗୁଁ ଏବେ ସେ ଫିଟ୍ ଅଛନ୍ତି ଆଉ ଫାଇନ ଅଛନ୍ତି । ରାଜଦୀପ କହିଛନ୍ତି ସେ ଯେବେ “ଓ ମାଇଁ ଲଭ୍” ଫିଲ୍ମ୍ କରିଥିଲେ ସେତେବେଳେ ତାଙ୍କୁ ମାତ୍ର ୨୮ ବୟସ ହୋଇଥିଲା ।

ଆଉ ସେତେବେଳର ଗାର୍ଲ୍ଫ୍ରେଣ୍ଡ୍ ଆଉ ବର୍ତ୍ତମାନର ସ୍ତ୍ରୀ ରାନୀ ସେ ଫିଲ୍ମ୍ ଦୁନିଆକୁ ଆସିବା ପରେ ତାଙ୍କ ଜୀବନରେ ଆସିଥିଲେ । ତାଙ୍କ ପୂର୍ବରୁ ଅଲଗା ଗାର୍ଲ୍ଫ୍ରେଣ୍ଡ୍ ଥିଲେ ବୋଲି ଅତି ମଜାଳିଆ ଢ଼ଙ୍ଗରେ ଉତ୍ତର ଦେଇଥିଲେ ରାଜଦୀପ୍ । ଆହୁରି ମଧ୍ୟ ରାଜଦୀପ କହିଛନ୍ତି ତାଙ୍କର ଜନ୍ମଦିନ ହେଉଛି ୧୪ ଫେବୃଆରୀ ଭାଲେଣ୍ଟାଇନ୍ସ୍ ଡେ ରେ । ସେଥିପାଇଁ ବୋଧେ ସେ ଟିକେ ଅଧିକ ରୋମାଣ୍ଟିକ । ଛୋଟବେଳେ ସେ କ୍ଲାସ୍ କମ୍ କରନ୍ତି ଆଉ ଖାଲି ଝିଅଙ୍କୁ ଚାହିଁ ବସୁଥିଲେ । ତିଥି ଅନୁସାରେ ମାଘ ସପ୍ତମୀରେ ତାଙ୍କର ଜନ୍ମ । ତେଣୁ ସେ ବହୁତ୍ ରୋମାଣ୍ଟିକ ଖୋଲା ମିଜାଜ୍ ର ଲୋକ ପ୍ରଥମରୁ ।

Leave a Reply

Your email address will not be published. Required fields are marked *