ସତ କହୁଛି କାରରେ ମୋ ସ୍ତ୍ରୀ ଜଗିଛି – “ଯେବେଠୁ ମୋତେ ମୋ ସ୍ତ୍ରୀ ଜଗିଛି ମୁଁ ଆଉ ବାଳୁଙ୍ଗାମି କରୁନାହିଁ”

ମୁଁ ଆଉ ବାଳୁଙ୍ଗାମି କରୁ ନାହିଁ। କାରରେ ମୋ ସ୍ତ୍ରୀ ବସିଛି। ସବୁ ଭୁଲିଯିବି, ସ୍ତ୍ରୀ ମାଡ଼ ଭୁଲିବି ନାହିଁ। ଗୋଟିଏ ଛେକରେ ଡାହା ବାଳୁଙ୍ଗାରୁ ପୁରା ସୁନାପିଲା ହେଇଗଲି। ଦର୍ଶକ ବନ୍ଧୁ ଯିଏ ବାବୁସାନଙ୍କୁ ଭଲ ପାଆନ୍ତି ଚିହ୍ନିଛନ୍ତି, ଜାଣିଛନ୍ତି ସେମାନେ ବାବୁସାନଙ୍କ ସେ ଘଟଣା ଜାଣିଛନ୍ତି। ସେଦିନ ଯାହା ଘଟିଲା ରାଜରାସ୍ତା ଉପରେ ସମସ୍ତେ ଦେଖିଛନ୍ତି। ଘଟଣା ତାପରେ ବି କଣ ହେଲା,ଖବରର ଶିରୋନାମା କଣ ପାଲଟିଲା , ତାକୁ ନେଇ କଣ ଖବର ହେଲା ଆଉ ତାପରେ ଘଟଣା କଣ ସବୁ ହେଲା ଆମେ ସମସ୍ତେ ଜାଣିଛେ। କିନ୍ତୁ ଏ ସବୁ ଭିତରେ ବାବୁସାନ୍ ଆଜି ଏମିତି ଏକ କଥା କହିଦେଲେ ଯାହାକୁ ଶୁଣିଲେ ଲାଗୁଛି ବାବୁସାନ୍ ସତରେ ସ୍ତ୍ରୀ ମାଡ଼ ରେ ପୁରା ବଦଳିଗଲେ।

ପୁରା ଡାହା ବାଳୁଙ୍ଗାରୁ ପୁରା ସୁନାପିଲା ପାଲଟି ଗଲେ। ଲାଗୁଛି କୁଆଡ଼େ ଆଗକୁ ଯେଉଁ ସିନେମା ହେବ ବାବୁସାନଙ୍କର ତା ନାଁ ଦିଆ ହେବ ସୁନାପିଲା। ସମ୍ବଲପୁର ମହାନଗର ନିଗମ ମଣ୍ଡଳିଆ ପଡ଼ିଆରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦିନ ତମାମ ଏହି ଅନୁଷ୍ଠାନ ଚାଲିଥିଲା। ପୂର୍ବାହ୍ନରେ ଆମ ଓଡ଼ିଶା, ନବୀନ ଓଡ଼ିଶା ତଥା ଫାଇଭ୍.ଟି. ର ଅଧକ୍ଷ ଭି.କେ. ପାଣ୍ଡିଆନ୍ ଯୋଗ ଦେଇଥିଲେ। ଯୋଗ ଦେଇ ଛାତ୍ର ଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଆଉ ଜୀବନର ସଫଳତା କିଭଳି ପାଇବ ସେ ନେଇ ମାର୍ଗ ଦର୍ଶନ ଦେଇଥିଲେ।

ଆଉ ଏଇ ମାର୍ଗ ଦର୍ଶନ ଭିତରେ କିନ୍ତୁ ବାବୁସାନ୍ କହିଥିଲେ ଗାଡ଼ିରେ ମୋ ସ୍ତ୍ରୀ ବସିଛି , ଆଉ ମୁଁ ଦୁଷ୍ଟାମୀ ହଉନି।ବାବୁସାନ୍ ଗୀତ ଗାଇଥିଲେ ଆଉ ଡାଇଲୋଗ୍ ମାରିଥିଲେ।ଆଉ ଡାଇଲୋଗ୍ ମାରୁ ମାରୁ ତାଙ୍କର ଗୋଟେ ଡାଇଲୋଗ୍ ଥିଲା ମୋ ବାପା ନାଁ ଉତ୍ତମ ମହାନ୍ତି ସେ ଥିଲେ ଦଣ୍ଡା ବାଳୁଙ୍ଗା।

ଆଉ ମୁଁ ତାଙ୍କ ପୁଅ ବାବୁସାନ୍ ମହାନ୍ତି ମୁଁ ଡାହା ବାଳୁଙ୍ଗା। ତାଙ୍କର ଏକ ସିନେମାର ଡାଇଲୋଗ୍ । ଆଉ ଡାହା ବାଳୁଙ୍ଗା କହୁ କହୁ କହିଲେ ନାଁ ମୁଁ ଆଉ ବାଳୁଙ୍ଗାମି କରୁନି। କାରଣ ମୋ ଗାଡ଼ିରେ ସ୍ତ୍ରୀ ବସିଛି। ଯିଏ ବୁଝିବା କଥା ସିଏ ବୁଝିଛି ,କାରଣ ଏକା ଛେକ ମାଡ଼ରେ ପୁରା ନିଶା ଉତୁରି ଯାଇଛି। ବାଳୁଙ୍ଗାମିରୁ ପୁରା ସୁନାପିଲା ହୋଇ ଯାଇଛନ୍ତି ବାବୁସାନ୍ ମହାନ୍ତି। କିନ୍ତୁ ଏକଥା ବି ସମସ୍ତେ ଚର୍ଚ୍ଚା କରୁଛନ୍ତି ସେ ଘଟଣା ପରେ ବାବୁସାନଙ୍କୁ ଅନେକ ସଫଳତା ମିଳିଛି। ଏଇ ଯେମିତି ଦମନର , ଏଇ ଯେମିତି ମାଲ୍ୟଗିରିର ଆହୁରି କେତେ କଣ।

Leave a Reply

Your email address will not be published. Required fields are marked *