ସ୍ୱାମୀକୁ ଅପେକ୍ଷା କରି ଚତୁର୍ଥୀ ସେଜରେ ବସିଥିଲା ନବବିବାହିତା ପତ୍ନୀ,ହେଲେ ପ୍ରଥମେ ପଶିଲେ ଶଶୁର।

ବିବାହ ପରେ ଅନେକ ସ୍ବପ୍ନ ନେଇ ଶାଶୁଘରକୁ ଆସିଥିଲା ବୋହୁଟି। କିନ୍ତୁ ଚତୁର୍ଥୀ ରାତିରେ ଶେଷକୁ ଗଣଦୁଷ୍କର୍ମର ଶିକାର ହେଲେ ନବ ବିବାହିତା। ଶାଶୂଘର ଲୋକ ଆଉ ଶଶୁର ମିଶି ଘଟାଇଲେ ଏପରି କାଣ୍ଡ। ଆଜ୍ଞା ହଁ ରାଜସ୍ଥାନର ଅଲବର ଜିଲ୍ଲାରେ 17 ବର୍ଷର ନାବାଳିକା ନବବଧୂ ଚତୁର୍ଥୀ ରାତିରେ ଗଣଦୁଷ୍କର୍ମର ଶିକାର ହୋଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଏହି ଦୁଷ୍କର୍ମଘଟଣାରେ ସମ୍ପୃକ୍ତ ଥିବା ନବବଧୂଙ୍କ ସ୍ବାମୀ, ଦେଢ଼ଶୁର ଏବଂ ନଣଦୋଇଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏଥିସହିତ ଶ୍ବଶୁର ବି ଅସଦାଚରଣ କରିଥିବା ନେଇ ନବବଧୂ ରାମଗଢ଼ ଥାନାରେ ମାମଲା ରୁଜୁ କରିଛନ୍ତି। ପୋଲିସ ଏହାର ଯାଞ୍ଚ ଆରମ୍ଭ କରି ଦେଇଛି।

ସୂଚନା ଅନୁସାରେ ଗତ ମାସ ଜୁନ 11 ତାରିଖରେ ଉକ୍ତ ଯୁବତୀଙ୍କର ବିବାହ ହୋଇଥିଲା। ବିବାହ ପରେ ସେ ଶାଶୁଘରକୁ ଆସିଥିଲେ। ଶାଶୁଘର ଲୋକ ତାଙ୍କୁ ଏକ ରୁମରେ ବସାଇଥିଲେ। ଏହି ସମୟ‌ରେ ତାଙ୍କ ପାଖରେ ତିନିଜଣ ମହିଳା କିଛି ସମୟ ବସିବା ପରେ ଉଠି ଚାଲି ଯାଇଥିଲେ।

ଏହାପରେ ଶ୍ବଶୁର ଆସି ତାଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିଥିଲେ। ସେ ଯେମିତି ରୁମରୁ ବାହାରି ଯାଇଥିଲେ ସ‌ଙ୍ଗେସଙ୍ଗେ ସ୍ବାମୀ, ଦେଢ଼ଶୁର ଏବଂ ନଣଦେଇ ଆସି ଜଣକ ପରେ ଜଣେ ମୋ ସହିତ ଦୁଷ୍କର୍ମ କରିଥିଲେ। ଏହି ଘଟଣାକୁ ନେଇ ସେ ପୂରାପୂରି ସ୍ତବ୍ଧ ହୋଇଯାଇଥିଲେ।

କଣ କରିବି କିଛି ବୁଝି ପାରି ନଥିଲେ। ଦ୍ବିତୀୟ ଦିନ ବି ସମାନ ଘଟଣା ତାଙ୍କ ସହିତ ଘଟିଥିଲା। ଏହାପରେ ସେ ଅଚେତ ହୋଇପଡ଼ିଥିଲେ।ତାଙ୍କ ଅବସ୍ଥା ଦେଖି କାଳେ ଘଟଣା ସାମ୍ନ‌ାକୁ ଆସିଯିବ ସେଥିପାଇଁ ଶାଶୁଘର ଲୋକ ଭୂତ-ପ୍ରେତର ପ୍ରଭାବ ବୋଲି କହିଥିଲେ।

କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯିବା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ସେ ତାଙ୍କର ପରିବାରଲୋକଙ୍କୁ ତାଙ୍କ ସହିତ ଘଟିଥିବା ଯନ୍ତ୍ରଣାଦାୟକ ଘଟଣା ବଖାଣିବା ପରେ ସତ ସାମ୍ନାକୁ ଆସିଥିଲା।

Leave a Reply

Your email address will not be published. Required fields are marked *