ହୋଇଗଲା 4 ମାଆଙ୍କ କୋଳ ଶୁନ୍ୟ, ଏକାସାଙ୍ଗରେ ଚାଲିଗଲା 4 ମାଆଙ୍କ 4 ପୁଅ।:-

4 ମାଆଙ୍କ 4 ପୁଅ, ଆଜି ସବୁଦିନ ପାଇଁ ଏହି ଦୁନିଆ ଛାଡି ଚାଲିଯାଇଛନ୍ତି। କା-ନ୍ଦ ବୋବାଳିରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ ପରିସର। କୋଉ ମାଆ ତାର ରାଜକୁମାର ପୁଅକୁ ଖୋଜୁଛି ତ ଆଉ କୋଉ ମାଆ ତାର ଲବଣି ଚୋ-ରକୁ ଖୋଜୁଛି।

ଆଜ୍ଞା ହଁ ଭୁବନେଶ୍ଵର ଉପକଣ୍ଠ କୁଆଖାଇ ନଦୀରେ ବୁଡି 4 ଛାତ୍ରଙ୍କ ଦୁଃ-ଖଦ ମୃ-ତ୍ୟୁ ଘଟିଛି। ମଙ୍ଗଳବାର ଦୁଇ ଜଣଙ୍କ ମୃ-ତଦେ-ହ ମିଳିଥିବା ହୋଇଥିବା ବେଳେ ବୁଧବାର ସକାଳୁ ଆଉ ଦୁଇ ଜଣଙ୍କ ମୃ-ତଦେ-ହ ଉ-ଦ୍ଧାର କରାଯାଇଛି। ଆଜି ଉ-ଦ୍ଧାର ହୋଇଥିବା ଦୁଇ ମୃ-ତ ହେଲେ କଟକ ମାଲଗୋଦାମ ଅଞ୍ଚଳର ପ୍ରତୀକ ଏବଂ ବାଲେଶ୍ଵରର ରୋହିତ ଧଳ ସାମନ୍ତ।

ଗତକାଲି ଉ-ଦ୍ଧାର ହୋଇଥିବା ଦୁଇ ମୃ-ତକ ହେଉଛନ୍ତି କଟକ ଯୋବ୍ରାର କୁମାର ଅବିନାଶ ଏବଂ ଜାମସେଦପୁରର ଆରିଆନ। ସମ୍ପୁର୍ଣ୍ଣ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଧବଳାହାର ନିକଟ କୁଆଖାଇ ନଦୀକୁ ଏକ ଘରୋଇ କଲେଜର 9 ଜଣ ଛାତ୍ର ଗାଧୋଇବା ପାଇଁ ଯାଇଥିଲେ।

ସେଠାରେ 2 ଜଣ ନଦୀର ଗଭୀର ଗଣ୍ଡରେ ବୁଡ଼ିଯାଉଥିବା ବେଳେ ସେମାନଙ୍କୁ ଉ-ଦ୍ଧାର କରିବାକୁ ଯାଇ ଅନ୍ୟ 3 ଜଣ ଛାତ୍ର ନଦୀ ଭିତରକୁ ଡେଇଁଥିଲେ। କିନ୍ତୁ ସମସ୍ତେ ନଦୀରେ ବୁଡ଼ି ଯାଇଥିଲେ। ଜଣେ ଯୁବକ ନଦୀରୁ ନିଜ ଜୀବନ ବଞ୍ଚାଇ ଫେରି ଆସିବାରେ ସକ୍ଷମ ହୋଇଥିଲେ। ଘଟ-ଣାରେ 4 ଜଣଙ୍କ ମୃ-ତ୍ୟୁ ଘଟିଛି।

କୁଆଖାଇ ନଦୀରେ ବୁଡ଼ି ମୃ-ତ୍ୟୁ ଘ-ଟଣା ସଂପ୍ରତି ନିତିଦିନିଆ ଘଟ-ଣାରେ ପରିଣତ ହୋଇଗଲାଣି। ଗତ 5 ବର୍ଷ ମଧ୍ୟରେ ନଦୀରେ ବୁଡି 27 ଜଣଙ୍କର ମୃ-ତ୍ୟୁ ଘଟି ସାରିଛି। ମୃ-ତକ ମଧ୍ୟରେ ଅଧିକାଂଶ ଛାତ୍ର ଏବଂ ନାବାଳକ। ନଦୀରେ କୌଣସି ସୂଚନା ଫଳକ ନଥିବାରୁ ପାଣିର ଗଭୀରତା ଜଣାପଡୁନି।

ଏଣେ ବେଆଇନ ବାଲି ଖନନ ଯୋଗୁ ନଦୀ ଗର୍ଭରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ବାଲିଘାଟରୁ ପ୍ରତିଦିନ ଡଙ୍ଗା ଏବଂ ମେସିନ ଲଗାଇ ହଜାର ହଜାର ଟ୍ରିପ୍ ବାଲି ଚାଲାଣ ହେଉଛି। ଫଳରେ ନଦୀରେ ଗଣ୍ଡ ସୃଷ୍ଟି ହୋଇଛି। ଯାହା ଫଳରେ ଲୋକଙ୍କ ପ୍ରାଣହାନୀ ଘଟୁଛି।

Leave a Reply

Your email address will not be published. Required fields are marked *