ମତେ ବହୁତ ଜଣ ପ୍ରପୋଜ କରିଛନ୍ତି, କିନ୍ତୁ ମୋର ଏକାଥରେ ମ୍ୟାରେଜ ହେବ

ଆପଣ ଓଡ଼ିଆ ହିରୋଇନ ନିଲାଖି ପାତ୍ରଙ୍କୁ ତ ଜାଣିଥିବେ। ଯିଏ ଓଡ଼ିଆ ଧାରାବାହିକ ଏବଂ ଓଡ଼ିଆ ଫିଲ୍ମ ରେ ଅଭିନୟ କରି ଅନେକ ଲୋକଙ୍କର ଭଲ ପାଇବା ପାଇଛନ୍ତି। ଆଜି ସେ ମିଡିଆ ଆଗରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛି କହିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କର କାହାଣୀ।

ସେ କହିଛନ୍ତି ଯେ,” ମତେ ଅଭିନୟ କରିବାକୁ ବହୁତ ଭଲ ଲାଗେ। ମୁଁ ଯେତିକି ବି ସିରିଏଲ କିମ୍ବା ଫିଲ୍ମରେ ଅଭିନୟ କରିଛି ମୁଁ ମୋର ପୁରା 100%ଦେଇଛି। ଆଉ ତାହା ଲୋକଙ୍କୁ ଭଲ ମଧ୍ୟ ଲାଗିଛି। ତ୍ରିଲୋଚନ ଗୌରୀ ନାମକ ସିରିଏଲରୁ ମୋ କ୍ୟାରିଅର ଆରମ୍ଭ ହୋଇଥିଲା।

ସେବେଠାରୁ ଆଜି ପର୍ଯ୍ୟନ୍ତ ମୁଁ ଅନେକ ସିରିଏଲ ଏବଂ ଫିଲ୍ମ କରିସାରିଛି। ମୋ କ୍ୟାରିଅରକୁ ନେଇ ମତେ ଘରଲୋକ ବହୁତ ସପୋର୍ଟ କରନ୍ତି। କୌଣସି କଥାରେ ମନା କରନ୍ତି ନାହିଁ। ମୁଁ ମୋର ବାପାମାଆଙ୍କୁ ବହୁତ ଭଲ ପାଏ। ମୁଁ ଆଜି ଯାଏଁ କୌଣସି ଜୀବନ ସାଥି ମୋ ପାଇଁ ଖୋଜି ନାହିଁ।

ମତେ ଅନେକ ଲୋକ ପ୍ରପୋଜ କରିଛନ୍ତି କିନ୍ତୁ ମୁଁ ତାକୁ ସ୍ୱୀକାର କରେନାହିଁ।କାରଣ ମୁଁ ସିଧା ବାହାଘରକୁ ବିଶ୍ୱାସ କରେ। ଯଦି ବି କେହି ମୋର ଜୀବନସାଥୀ ହେବ ସିଏ ଯେପରି ନିଜ ଗୋଡରେ ଠିଆ ହୋଇଥିବ। ବାପା-ମାଆଙ୍କ ସେବା କରୁଥିବ।

ନିଜ ପରିଶ୍ରମରେ ଗାଡି ଘର କିଣିଥିବ। କେଵଳ ମୁଁ ଏହିପରି ଏକ ପୁଅକୁ ବାହା ହେବାକୁ ଚାହେଁ। ସେ ଯାହା ହେଉ ପଛେ ଏବେ ତ ମୋର ବୟସ ହୋଇନି ସେଥିପାଇଁ ସେଗୁଡ଼ିକ ଭାବି କିଛି ଏବେ ଲାଭ ନାହିଁ। ମୁଁ କେବଳ ଏତିକି ଚାହୁଁଛି ମତେ ସମସ୍ତେ ଏମିତି ଭଲ ପାଉଥାନ୍ତୁ।”

Leave a Reply

Your email address will not be published. Required fields are marked *