ଇତିହାସ ପରୀକ୍ଷା ଖାତାରେ ଛାତ୍ର ଏମିତି ଉତ୍ତର ଲେଖିଲେ ସାର ଦେଖି ଚୌକିରୁ ପଡିଗଲେ ଏବେ ଏହି ଉତ୍ତର ସାରା ଓଡିଶାରେ ଭାଇରାଲ ।

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଦ୍ୟାଳୟରେ ପରୀକ୍ଷା ହେଲା ଶିକ୍ଷକ ପରୀକ୍ଷା ଖାତା ଯାଞ୍ଚ କରିଲେ । ଏବଂ ଖାତାର ଉତ୍ତର ଦେଖି ହଠାତ ବେହୋସ ହୋଇଗଲେ । ତେବେ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣ ଜଣାଇଲେ ଆପଣଙ୍କର ମଧ୍ୟ ହୋସ ଉଡିଯିବ । ତେବେ ନବମ ଶ୍ରେଣୀର ଏକ ପିଲାଟି ଇତିହାସ ପରୀକ୍ଷା ସମୟରେ ଏହିଭଳି କିଛି ପ୍ରଶ୍ନର ଉତ୍ତର ଲେଖିଛି,- ପ୍ରଶ୍ନଟି ଥିଲା ଭାରତକୁ କାହିଁକି ଏକ ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯାଏ ?

ତେବେ ପରୀକ୍ଷାର୍ଥୀ ଜଣକ ଉତ୍ତରକୁ ପ୍ରଥମରୁ ତୋ ସଠିକ ଭାବରେ ଆରମ୍ଭ କରିଥିଲେ ମାତ୍ର ଗୋଟିଏ ଲାଇନ ପରେ ଯାହା ଲେଖା ହୋଇଛି ତାହା ଆପଣ ଦେଖିଲେ ହସି ହସି ଗଡିଯିବେ । ଉତ୍ତରରେ ପିଲାଟି ଲେଖିଛି,- ଭାରତ ଏକ ଧର୍ମ ନିରପେକ୍ଷତା ରାଷ୍ଟ୍ର । ଏଥିରେ ଏନେକ ଧର୍ମାଲମ୍ବୀ ବସବାସ କରନ୍ତି । ତମ ସାଙ୍ଗେ ଆମ୍ଭ ଯୋଡିଟା ଯେମିତି ଗୁଆ ଘିଅ ସାଙ୍ଗେ ଅରୁଆ ଭାତ, ତମରି ଭଳିଆ ସୁନ୍ଦରୀ ରମଣୀ ବାହା ହେବା ପାଇଁ ଛଟ ପଟ । ମୁଁ ମୁଢି ହେଲେ ତମେ ମିକଶ୍ଚର, ମୁଁ ଖାତା ହେଲେ ତମେ ବି-ଅର, ମୁଁ ଇଟିଲିକୁ ତମେ ଶମ୍ବର, ମୁଁ ମାଛ ହେଲେ ତମେ ବେସର, ଆରେ ଯେତେ ଝିଅ ଥିଲେ ମା’ ରାଣ ଜମା ତୁମ ପରି କେହି ନୁହଁ, ଗୁଆ ଘିଅ ଗୁଆ ଘିଅ, ଅରୁଆକୁ ଗୁଆଘିଅ ।

ତେବେ ଆଗକୁ ଏହିଭଳି ଅନେକ ଲେଖା ଲେଖା ହୋଇଛି । ପରୀକ୍ଷାର୍ଥୀ ଜଣକ କିନ୍ତୁ ଭାରି ଚାଲାକ ସେ ଏହି ଉତ୍ତରଟିକୁ କିଭଳି ଶେଷ କରିଛନ୍ତି ତାହା ଜାଣିଲେ ପିଲାଟିର ଚାଲାକପଣ ସମ୍ବ-ନ୍ଧରେ ଜାଣି ପାରିବେ । ଭାରତରେ ବିଭିନ୍ନ ପୂଜା ତଥା ପର୍ବପର୍ବାଣି ହୋଇଥାଏ । ଏଥିରେ ସବୁ ଧର୍ମର ଲୋକେ ସାମିଲ ହୋଇଥାନ୍ତି । ଆଉ ବାସ ଏତିକି ଲେଖି ଉତ୍ତର ଶେଷ କରିଛନ୍ତି ନବମ ଶ୍ରେଣୀ ଛାତ୍ର । ମାତ୍ର ଏହିଭଳି ଯଦି ପରୀକ୍ଷା ଖାତାରେ ପିଲାମାନେ ଉତ୍ତର ଲେଖିବେ ତେବେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବେହୋସ ହେବା ସୁନିଶ୍ଚିତ ।

ତେବେ ଏହି ପରୀକ୍ଷାର୍ଥୀ ଜଣକ ପରୀକ୍ଷାରେ ଥିବା ପ୍ରଶ୍ନ ଗୁଡିକର ସଠିକ ଉତ୍ତର ଜାଣିନଥିବା ଭଳି ଦୃଶ୍ୟ ହେଉଛି । ଯଦି ଇତିହାସ ସଠିକ ମନେଥାନ୍ତା ତେବେ ଭାରତର ଇତିହାସ ବଦଳରେ ଗୁଆଘିଅର ଇତିହାସ ଲେଖି ନଥାନ୍ତେ ।ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ମହାନ ପରୀକ୍ଷାର୍ଥୀ ଜଣକ କିଏ ସେ ବିଷୟରେ ଲୋକଲୋଚନକୁ ପ୍ରକାଶ କରାଯାଇନାହିଁ ।

Leave a Reply

Your email address will not be published. Required fields are marked *