ଲାଇଫ ହେବ ତୋ ଏମିତି । ସୁନାପ୍ରିୟ ସୁଲତାନଙ୍କର ଯୁଆଡ଼େ ଚାହିଁବ ଖାଲି ସୁନା ଆଉ ସୁନା,ପାଖରେ ଅଛି ୭୦୦୦ଟି କାର,ଚୁଟି କଟାରେ ଖର୍ଚ କରୁଛନ୍ତି ୧୪ ଲକ୍ଷ ଟଙ୍କା

ଯଦିଓ ଏହି ପୃଥିବୀରେ ଅନେକ ଧନୀ ଲୋକ ଅଛନ୍ତି, କିନ୍ତୁ ବ୍ରୁନେଇ ଦେଶର ସୁଲତାନଙ୍କ କଥା ସମସ୍ତଙ୍କ ଠାରୁ କିଛି ଅଲଗା । ସେ ଯେଉଁଭଳି ଭାବେ ଜୀବନ ଅତିବାହିତ କରୁଛନ୍ତି, ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଲୋକଙ୍କ ପାଖରେ ଗୋଟେ କି ଦୁଇଟି ବିଳାସପୂର୍ଣ୍ଣ ଗାଡ଼ି ଥିବା ବେଳେ ତାଙ୍କ ପାଖରେ ରହିିଛି ୭୦୦୦ଟି ବିଳାସପୂର୍ଣ୍ଣ ଗାଡ଼ି ।

ଆଜ୍ଞା ହଁ, ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ । ଏଠାରେ ଆମେ ବ୍ରୁନେଇର ସୁଲତାନ ହସନଲ ବୋଲକିୟାଙ୍କ କଥା କହୁଛୁ । ସେ ଦୁନିଆର ସବୁଠାରୁ ଧନୀ ସୁଲତାନମାନଙ୍କ ମଧ୍ୟରେ ଜଣେ । ହସନଲ ବୋଲକିୟାଙ୍କ ସମ୍ପତ୍ତି ୧୪,୭୦୦ କୋଟିରୁ ଅଧିକ ବୋଲି ଜଣାପଡ଼ିିଛି । ଏକ ରିପୋର୍ଟ ଅନୁଯାୟୀ, ତାଙ୍କ ଆୟର ସବୁଠାରୁ ବଡ଼ ଉତ୍ସ ହେଉଛି ତୈଳ ଭଣ୍ଡାର ଏବଂ ପ୍ରାକୃତିକ ଗ୍ୟାସ ।

ବ୍ରୁନେଇର ଏହି ସୁଲତାନଙ୍କ କାହାଣୀ ଅତ୍ୟନ୍ତ ଅନନ୍ୟ । ତାଙ୍କ ପାଖରେ ଏବେ ୬୦୦ ରୋଲ୍ସ ରୋଏସ୍, ୩୦୦ ଫରାରୀ ଗାଡି ସହିତ ୭୦୦୦ ବିଳାସପୂର୍ଣ୍ଣ କାର ଅଛି । ଏହା ସହ ସେ ରହୁଥିବା ମହଲରେ ସୁନା ଖଚିତ ହୋଇଛି । ଏହି ମହଲର ମୂଲ୍ୟ ୨୫୫୦କୋଟିରୁ ଅଧିକ ହୋଇଥିବା ବେଳେ ଆସନ୍ତୁ ଜାଣିବା ଏହା ମଧ୍ୟରେ କଣ କଣ ଅଛି ।

ତେବେ ଏହି ମହଲରେ ୧୭୦୦ରୁ ଅଧିକ କୋଠରୀ, ୨୫୭ଟି ଗାଧୁଆ ଘର, ପାଞ୍ଚଟି ସୁଇମିଂ ପୁଲ, ଗାଡି ରଖିବା ପାଇଁ ୧୧୦ଟି ଗ୍ୟାରେଜ ବ୍ୟତୀତ ୨୦୦ ଘୋଡା ପାଇଁ ଶୀତତାପ ନିୟନ୍ତ୍ରିତ ଷ୍ଟଲ ମଧ୍ୟ ଅଛି । ତାଙ୍କ ଗାଡ଼ି କଥା ଯଦି କୁହାଯିବ ଏହି କାରଗୁଡିକର ମୂଲ୍ୟର ଅନ୍ଦାଜ୍‌ କରାଗଲେ କୁହାଯିବ ଯେ ଦୁନିଆର ଅନେକ ଗରିବ ଦେଶକୁ କିଣା ଯାଇପାରିବ ।

ହସନଲ ତାଙ୍କ ଗ୍ୟାରେଜରେ ଅଧିକରୁ ଅଧିକ ମୂଲ୍ୟର ଦୁଇ ହଜାର କାର ରହିଛି । ଆଜିକାଲି ଏଭଳି ଜୀବନ ବଞ୍ଚୁଥିବା ଲୋକଙ୍କ ସଂଖ୍ୟା କମ ଥିବା ବେଳେ ସୁଲତାନଙ୍କ ଏଭଳି ଜୀବନ ବଞ୍ଚିବା ଶେ‌ୖଳୀ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁନିଆରେ ଏଭଳି ବି ଲୋକ ଅଛନ୍ତି ଯିଏ ରୋଜଗାରରେ କମାଇଥିବା ଟଙ୍କାରେ ବହୁତ କିଛି କିଣିଥାନ୍ତି । ହେଲେ କିଛି କିଛି ଏମିତି ଧନୀ ଥାନ୍ତି ଯିଏ  ତାଙ୍କ ଜୀବନଶୈଳୀ ସହ ସେମାନଙ୍କ ସୈଉକ୍‌ ପୁରା କରିବା ପାଇଁ ଏଭଳି କିଣା କିଣି କରନ୍ତି ଯେ ସୀମା ବାହାରକୁ ଟପି ଯାଆନ୍ତି ।

Leave a Reply

Your email address will not be published. Required fields are marked *