ଜେ-ଲ୍ ରୁ ଫେରି ସିନେମା ବନେଇବେ ଟୁଟୁ ନାୟକ ୩୫୪ ଆଇପିସି : ବ୍ୟୋମକେଶ ତ୍ରିପାଠୀ ।
ବନ୍ଧୁଗଣ ବର୍ତମାନ ସମୟରେ ହରଡ଼ ଘଣାରେ ପଡ଼ିଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ସିନେ ପ୍ରଯୋଜକ ଟୁଟୁ ନାୟକ । ଗୋଟାଏ ପଟେ ସିନେମା କଳି ଥମି ନଥିବା ବେଳେ ଅନ୍ୟ ପଟରେ ଜଣେ ମହିଳା ସାମ୍ବାଦିକାଙ୍କୁ ମା-ଡ ମା-ରିବା ଘଟ-ଣାରେ ଗି-ରଫ ହୋଇ ଏବେ ଜେ-ଲ୍ ଯାଇଛନ୍ତି ଟୁଟୁ ନାୟକ । ଆଜ୍ଞା ହଁ ବିବାଦ ବଢ଼ିବାରୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗି-ରଫ କଲା ଭୁବନେଶ୍ୱର କମିଶନରେଟ୍ ପୁ-ଲିସ୍ । ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସ-ଦାଚରଣ ଅଭି-ଯୋଗରେ ତାଙ୍କୁ ପୁ-ଲିସ୍ ଗି-ରଫ କରିଛି । ଏବେ ଟୁଟୁ ନାୟକଙ୍କ ବିରୋ-ଧରେ ଲାଗିଛି ସବୁ ସଙ୍ଗୀନ ଦଫା ।
୩୫୪, ୨୯୪, ୩୪୧, ୩୨୩ ଦଫାରେ ଗି-ରଫ କରାଯାଇଛି ।ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚା-ପୁଡ଼ା ମା-ରିବା ଅଭି-ଯୋଗରେ ସେ ଗି-ରଫ ହୋଇଛନ୍ତି । ସୂଚନାଯୋଗ୍ୟ ଶୁକ୍ରବାର ପ୍ରଥା ଫିଲ୍ମର ପ୍ରିମିୟର ସମୟରେ ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଜଣେ ମହିଳା ସାମ୍ବାଦିକାଙ୍କୁ ମା-ଡ ମା-ରିଥିବା ଅଭି-ଯୋଗ ହେଇଥିଲା । ତେବେ ଅଭି-ଯୋଗ ପରେ ଏନେଇ ସମ୍ପୃକ୍ତ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ପୋ-ଲିସ ।
ତେବେ ବର୍ତମାନ ଟୁଟୁ ନାୟକ ଜେ-ଲ୍ ଗଲାପରେ ଆଇନଜିବୀ ବ୍ୟୋମକେଶ ତ୍ରିପାଠୀ ନିଜର ପ୍ରତି-କ୍ରିୟା ଦେଇ କହିଛନ୍ତି, “ଟୁଟୁ ନାୟକଙ୍କ ଇଗୋ ହିଁ ତାଙ୍କୁ ବର୍ତ୍ତମାନ୍ ରସାତଳକୁ ନେଇଗଲା । ତାଙ୍କର ବନ୍ଧନ ଯୋଗ ଥିଲା । ଦୈବ ଚଡ଼କ ପକେଇଲା ତାଙ୍କ ଉପରେ ଆଉ ବର୍ତ୍ତମାନ୍ ଯାଇ ସେ ଜେ-ଲ୍ ରେ ଭାବିବେ ଯେ ସେଆଡୁ ଆସିଲା ପରେ ଗୋଟେ ପୁରୁଷ ନିର୍ଯ୍ୟା-ତନା ଉପରେ ଗୋଟେ ଫିଲ୍ମଟେ ନିହାତି କରିବେ ।
ବର୍ତ୍ତମାନ୍ ଟୁଟୁ ନାୟକଙ୍କ ଗୋଟେ ସମୟ ଆସିଛି, ସେ ବର୍ତ୍ତମାନ୍ ଯେଉଁ ୪ ଦିନ କାଳ ଯାଇ ଥିଓରୀ ଶୁଣୁଥିଲେ ଏବେ ଜେ-ଲ୍ ଭିତରକୁ ଗଲେ ପ୍ରାକ୍ଟିକାଲ ତା ଭିତରେ ଦେଖିବେ ଆଉ ଆସିଲା ପରେ ଗୋଟେ ଫିଲ୍ମ ତିଆରି କରିବେ ଆଉ ତା ନାଁ ଦିଆହେବ ୩୫୪ ଆଇପିସି । ତେବେ ବର୍ତ୍ତମାନ୍ ଯେଉଁ ସାମ୍ବାଦିକା ଦେବସ୍ମିତା ଓ ଟୁଟୁ ନାୟକଙ୍କ ଘ-ଟଣା ସମ୍ପର୍କରେ କହିବା ତାହେଲେ ଏଇଟା ଗୋଟେ ସେନସିଟିଭ୍ ମ୍ୟାଟର ।
ରାଜଧାନୀରେ ଏବେ ଚାଲିବାକୁ ହେଲେ ମାପିଚୁପି ଚାଲିବାକୁ ପଡିବ । ଟୁଟୁ ନାୟକଙ୍କ ଆଜି ଯେଉଁ ଅବସ୍ଥା ହୋଇଛି ସେଥିପାଇଁ ସେ ନିଜେ ହିଁ ଦାୟୀ । ତାଙ୍କ କ୍ଷେତ୍ରରେ କୁହାଯିବ ଓଭର କନ୍ଫିଡେନ୍ସ । ତେବେ ମୋତେ ଗୋଟାଏ ଜିନିଷ ଏଠି ଆଶ୍ଚର୍ୟ୍ଯ କରୁଛି ଏଇ ପର୍ଟିକୁଲାର ଅଫେନ୍ସ ଗୁଡ଼ାକରେ ପୋ-ଲିସ୍ ୪୧ ନୋଟିସ୍ ସର୍ଭ କରିବା କଥା ତାକୁ ଡାକିକରି । ଆଉ ଯଦି ସମ୍ପର୍କ ହେଇ ପାରୁନାହିଁ ତାହେଲେ ୨ ସପ୍ତାହ ପ୍ରତୀକ୍ଷା କରିବା କଥା ତପୂର୍ବରୁ ଆ-ରେଷ୍ଟ କରିବା କଥା ନୁହେଁ” ।