“ମୋହନ ଭାଇ ବହୁତ ଭଲ ଲୋକ, ସେ ସରପଞ୍ଚ ଥିଲେ । ଆମ ଗାଁରୁ ବହୁତ ଲୋକ ଏଠିକୁ ଆସିଛନ୍ତି” ।

ବନ୍ଧୁଗଣ ବର୍ତ୍ତମାନ ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ । ‘ନବୀନ ଯୁଗ’ ରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ଆରମ୍ଭ ହେଉଛି ‘ମୋହନ ଯୁଗ’ । ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶା ପାଇଛି ଆଉ ଜଣେ ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପି ବିଧାୟକ ଦଳର ନେତା ମୋହନ ମାଝୀ । ବିଜେପି ସରକାରରେ ଆଜିଠାରୁ ମୋହନ ମାଝୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପାଇଛି ସାରା ଓଡ଼ିଶା । ନୂଆ ମୁଖ୍ୟମନ୍ତ୍ରୀ ପାଇଥିବାରୁ ଓଡ଼ିଶାବାସୀ ମଧ୍ୟ ବହୁତ ଖୁସି ଅଛନ୍ତି । ଲୋକମାନଙ୍କ ସେବା କରିବା ପାଇଁ ତାଙ୍କୁ ବଛାଯାଇଛି ।

ତେବେ ବର୍ତମାନ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଗଲା କେନ୍ଦୁଝର ରାଇକଳା ଗାଁ । କିଏ ଜାଣିଥିଲା ଏହି ଅଖ୍ୟାତପଲ୍ଲୀର ପୁଅ ରାତାରାତି ବିଖ୍ୟାତ ହେବେ ବୋଲି । ପ୍ରତିଟି ପ୍ରତିବନ୍ଧକ ଓ ଗରିବୀର ତାଡ଼ନାକୁ ଅତିକ୍ରମ କରି ମୁଖ୍ୟମନ୍ତ୍ରୀ ହେବା ସହ ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ସେ ଏବେ ବନିଛନ୍ତି ଭାଗ୍ୟବିଧାତା । ଆଜି ଯିଏ ଶୁଣୁଛନ୍ତି ତାଙ୍କରି କଥା, ଆତ୍ମବିଭୋର ହେଉଛନ୍ତି । ପରିବାର ଲୋକଙ୍କ ସମେତ ଆତ୍ମୀୟ ସ୍ବଜନ, ବନ୍ଧୁ ପରିଜନ, ପାଠ ପଢ଼ାଇଥିବା ଗୁରୁଜନ ଓ ଗାଆଁ ଲୋକେ ସମସ୍ତଙ୍କ ମନ ଆଜି କୁଣ୍ଢେମୋଟ

ତେବେ ନିକଟରେ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଗାଁ’ ଲୋକଙ୍କ ସହିତ ଏକ ସାକ୍ଷାତକାର ସମୟରେ ସେମାନେ କହିଛନ୍ତି ଯେ ମୋହନ ଭାଇଙ୍କୁ ସେମାନେ ବହୁତ ଛୋଟ ବେଳୁ ହିଁ ଜାଣିଛନ୍ତି । ସେ ଆଗରୁ ଝୁମ୍ପପୂରା ଶିଶୁମନ୍ଦିରରେ ଗୁରୁଜୀ ଥିଲେ । ଆଉ ଗୁରୁଜୀରୁ ସେ ରାଜନୀତିକୁ ଆସିଛନ୍ତି । ପ୍ରଥମେ ଗାଁର ସରପଞ୍ଚ ହେଲେ ତାପରେ ବିଧାୟକ ହେଲେ ୨୦୦୦ ମସିହାରୁ । ସେ ବହୁତ୍ ଭଲ ବିଧାୟକ ଥିଲେ ଆଉ ମୋହନ ଭାଇ ବହୁତ୍ ଭଲ ଲୋକ ବୋଲି କହିଛନ୍ତି ମୂଖ୍ୟମନ୍ତ୍ରୀଙ୍କ ଗାଁରୁ ଆସିଥିବା ସାଙ୍ଗସାଥୀ ଭାଇ ମାନେ । ସେମାନେ ତାଙ୍କ ସହିତ ବହୁତ୍ ମିଶନ୍ତି । ମୂଖ୍ୟମନ୍ତ୍ରୀଙ୍କ ଗାଁ ଆଉ ତାଙ୍କ ଗାଁ ୩/୪ କିଲୋମିଟର୍ ବ୍ୟବଧାନରେ ।

ଆଉ ତାଙ୍କର ଭଲ ମନ୍ଦ କାମରେ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କଲେ ସେମାନେ ସବୁ ଯାଆନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କର ଭଲମନ୍ଦ କାମରେ ନିମନ୍ତ୍ରଣ କଲେ ତାଙ୍କ ଘରକୁ ଯାଇଥାନ୍ତି । ତେବେ ମୁଖ୍ୟମନ୍ତ୍ରୀ ପ୍ରଥମେ ଗୁରୁଜୀ ଥିଲେ ହେଲେ ସେ କେମିତି ପଢ଼ାଉଥିଲେ ତ ସେ କହିପାରିବେନି କାରଣ ସେ ତାଙ୍କର ଷ୍ଟୁଡେଣ୍ଟ୍ ନୁହଁନ୍ତି କିନ୍ତୁ ଲୋକ ହିସାବରେ ବହୁତ୍ ଭଲ ବୋଲି କହିଛନ୍ତି ଗାଆଁ ଲୋକେ । ଆହୁରି ମଧ୍ୟ ସେମାନେ ଭାବୁଥିଲେ ମଧ୍ୟ ମୋହନ ଭାଇ ମୂଖ୍ୟମନ୍ତ୍ରୀ ସେ ହୋଇ ପାରନ୍ତି ବୋଲି କାରଣ ତାଙ୍କର ଇମେଜ ଅଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *