ପୁଣି ତେରଛା ବାଣ ମାରିଲେ ମନୋଜ ମିଶ୍ର। ଓଡ଼ିଶାରେ ମୋ ଫିଲ୍ମକୁ ଚଲେଇଦେଲନି ବିଦେଶରେ ମୋ ଫିଲ୍ମକୁ ପ୍ରଶଂସା କରୁଛନ୍ତି।
ମୋ ଫିଲ୍ମକୁ ଓଡ଼ିଶାରେ ଚଳେଇଦେଲନି ହେଲେ ମୁଁ ମୋ ଫିଲ୍ମକୁ ଫରେନରେ ଚଲେଇଲି। ବିଦେଶରେ ମୋତେ ବାହା ବାହା ମିଳୁଛି। ତୁମେ ସବୁ ହଉଛ କୂପ ମଣ୍ଡୁକ। ତୁମେ ସବୁ କୂଅରେ ଖାଇବ କୂଅରେ ପରିଶ୍ରା କରିବି। କୂପ ମଣ୍ଡୁକ ହେଉଛ ତୁମେମାନେ। କୂଅରୁ କେବେ ବାହାରିବାକୁ ଚେଷ୍ଟା କରିନ ବାହାର ଦୁନିଆ କଣ ଦେଖିନ ଏମିତି କିଛି ଭାବନାକୁ ନେଇ ପୁଣି ଥରେ ଟାର୍ଗେଟ କରିଛନ୍ତି ଓଡ଼ିଆ ଅଭିନେତା ମନୋଜ ମିଶ୍ର। ତାଙ୍କ ପୋଷ୍ଟରେ ତାଙ୍କ ଭାବନା ସିଧା ସିଧା ଜଣା ପଡିଯାଉଛି।
ଓଡ଼ିଆ ଫିଲ୍ମକୁ ଓଡିଶାରେ ଚଳେଇଦେଲେଣନି ବୋଲି ସେ ତାଙ୍କ ପୋଷ୍ଟରେ କହିଛନ୍ତି। ଆଉ କହିଛନ୍ତି କି ମୁଁ କିନ୍ତୁ ହାର ମାନିଲିନି। ଓଡ଼ିଆ ଫିଲ୍ମକୁ ଫରେନରେ ଚଲେଇଲି। ସେଠାରେ ଥିବା ଓଡ଼ିଆ ଲୋକ ଏବଂ ସେଠାକାର ବାସିନ୍ଦା ଫିଲ୍ମକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି।
ହଁ ଆଜ୍ଞା ଓଡ଼ିଆ ଫିଲ୍ମ ଜଗତରେ ବିବାଦ ଥମିବାର ନାଁ ହିଁ ଧରୁନାହିଁ। ମନୋଜ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ କଳହର ନିଆଁକୁ ବଢ଼ାଇ ଚାଲିଛି ତେବେ ତାଙ୍କ ଫିଲ୍ମକୁ ନେଇ ଏବେ ପ୍ରଯୋଜକ ଏବଂ ଡିଷ୍ଟିଭୁସନ ସଂସ୍ଥାକୁ ଟାର୍ଗେଟ କରିଛନ୍ତି। ମନୋଜ ଲେଖିଛନ୍ତି ମୋ ମାଇଣ୍ଡ ଗେମ ଫିଲ୍ମକୁ ପଲିଟିସ କରି ଓଡ଼ିଶାରେ ଚଳେଇଦେଲେ ନାହିଁ। ପ୍ରଯୋଜକ ଏବଂ ଡିଷ୍ଟିଭୁସନ ଫିଲ୍ମକୁ ଓଡିଶାରୁ ବାହାରକୁ ବାହାର କରିଦେଲେ। କିନ୍ତୁ କିଛି ବି ଲାଭ ହେଲାନି। ମୁଁ ମୋ ଫିଲ୍ମକୁ ବିଦେଶରେ ପକେଇଲି। ମୋ ଫିଲ୍ମ ଏବେ ବିଦେଶରେ ଥିବା ହଲ ମାନଙ୍କରେ ଚାଲିଛି।
ଆୟର୍ଲ୍ୟାଣ୍ଡ ଏବଂ ଲେଦର୍ଲ୍ୟାଣ୍ଡରେ ଥିବା ଓଡ଼ିଆ ଏବେ ମୋ ଫିଲ୍ମକୁ ଦେଖୁଛନ୍ତି। ମୋ ଫିଲ୍ମକୁ ଦେଖି ମୋତେ ବହୁତ ପ୍ରଂସଶା କରୁଛନ୍ତି। କହୁଛନ୍ତି ମନୋଜ ତମେ ବହୁତ ଆକ୍ଟିଂ କରିଛ ଏବଂ ଓଡ଼ିଶାରେ ଏଭଳି ଫିଲ୍ମ ବାହାରିବା ନିହାତି ଦରକାର। ଆହୁରି ମଧ୍ୟ ଲେଖିଛନ୍ତି କି ଭାବିଥିଲି ଆମ ଫିଲ୍ମକୁ ସାରା ଭାରତର ଲୋକେ ଦେଖିବେ ବୋଲି ହେଲେ କଥା କଥିତ ପ୍ରଯୋଜକ ଏହାକୁ ସଫଳ କରାଇ ଦେଲେନାହିଁ ବୋଲି ଟାର୍ଗେଟ କରିଛନ୍ତି ମନୋଜ ମିଶ୍ର। ଯାହାକୁ ଶୁଣିବା ପରେ ପୁଣି ଥରେ ଜୋର ଧରିପାରେ କଳହର ନିଆଁ।
ବିବାଦ ଆରମ୍ଭ ହେବା ଠାରୁ ସୋସିଆଲ ମିଡିଆକୁ ମାଧ୍ୟମ କରିଛନ୍ତି ମନୋଜ। ଗଣମାଧ୍ୟମ ଆଗରେ କିଛି ନକହି ସୋସିଆଲ ମିଡିଆ ମାଧ୍ୟମରେ କହୁଛନ୍ତି। ସେ ଜାଣିଛନ୍ତି ସୋସିଆଲ ମିଡିଆ ମାଧ୍ୟମରେ ହିଁ ସେ ସବୁ କଥା ଲେଖି କହିପାରିବେ। ସେଥିପାଇଁ ସେ ସୋସିଆଲ ମିଡିଆରେ ସକାଳ ହେଲା ମାତ୍ରେ ପ୍ରଯୋଜକ ଏବଂ ଫିଲ୍ମ ଡିଷ୍ଟିଭୁସନକୁ ଟାର୍ଗେଟବକରି ନୂଆ କିଛି ଭିଡିଓ ଉପସ୍ଥାପନ କରି ଦେଉଛନ୍ତି। ତେବେ ମନୋଜ ମିଶ୍ର ଓଡ଼ିଆ ଫିଲ୍ମ ମଧ୍ୟରେ ବିବାଦ ଥମି ନଥିବା ବେଳେ ମନୋଜଙ୍କର ଏଭଳି ପୋଷ୍ଟ ପୁଣି ଥରେ ନିଆଁରେ ଘିଅ ଢାଳିବା କାର୍ଯ୍ୟ କରିପାରେ।