ସାଂସଦ ହେବାର ସ୍ୱପ୍ନ ଏବେ ପୂରଣ ହେଲାନି…ନିର୍ବାଚନ ହାରିବା ପରେ କ’ଣ କରିବେ ମନୋଜ ମିଶ୍ର।

ଅଭିନେତା ମନୋଜ ମିଶ୍ରଙ୍କ କଥାକୁ ନେଇ ବଡ଼ ଚର୍ଚ୍ଚା ହେଉଛି। କାରଣ ମନୋଜ ମିଶ୍ର ଯେଉଁ ଜୋଶରେ ସବୁ ପ୍ରିପାରେସନ ଆରମ୍ଭ କରିଥିଲେ ଜଣା ପଡୁଥିଲା ହୁଏତ ମନୋଜ ମିଶ୍ର ଜିତିଯାଇ ପାରନ୍ତି। କାରଣ ମନୋଜ ମିଶ୍ର ଯେଉଁ ସବୁ କଥାକୁ ନେଇ ବଲାଙ୍ଗୀର ଲୋକଙ୍କ ପାଖରେ ପହଞ୍ଚିଥିଲେ ଦେଖିବାକୁ ମିଳୁଥିଲା ଲୋକେ ମଧ୍ୟ ତାଙ୍କୁ ବହୁତ ସପଟ କରୁଥିଲେ। ଏମିତିକି ଜୟ କୃଷ୍ଣଙ୍କ ନାମ ନେଇ ଆଗକୁ ବଢ଼ୁଥିଲେ ମନୋଜ ମିଶ୍ର।

ତେବେ ମନୋଜ ମିଶ୍ରଙ୍କର ଏହି ପୋଷ୍ଟଟିକୁ ଦେଖି ପାରୁଥିବେ। ଭୋଟ ଗଣତି ଆଗରୁ ମନୋଜ କଣ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଥିଲେ। ଲେଖିଥିଲେ କୋଶଲ ବାସୀଙ୍କୁ ବହୁତ ବହୁତ ଶୁଭ କାମନା ଆମେ ଜିତିବା ଜୟ କୋଶଲ। ଆଉ ସେପଟେ ଚାଲିଥିଲା ଭୋଟ ଗଣତି।

ବୋହୁ ଆଶା ବାନ୍ଧିଥିଲେ ମନୋଜ ମିଶ୍ର। କାରଣ ରାଜନୀତିରେ କଂଗ୍ରେସରୁ ସାଂସଦ ପ୍ରାର୍ଥୀ ଭାବେ ଛିଡା ହେବା ଆଗରୁ ଯେଉଁ ସବୁ ଘଟଣା ଘଟିଯାଇଥିଲା ତାଙ୍କ ଜୀବନରେ ମନୋଜ ମିଶ୍ର ସେହି କଥାରୁ ଧୀରେ ଧୀରେ ରାଜନୀତିରେ ପାଦ ଦେଇଥିଲେଓଡ଼ିଆ ଫିଲ୍ମର ପାତର ଅନ୍ତର ନୀତିକୁ ନେଇ ବହୁ ତର୍କ ବିତର୍କ ହୋଇଥିଲା। ଆଉ ଏସବୁ ସହ କୋଶଲକୁ ମଜବୁତ କରିବା ପାଇଁ ଲୋକଙ୍କ ପାଖରେ ପହଞ୍ଚିଥିଲେ ଭୋଟ ମାଗିଥିଲେ।

ସେପଟେ ପ୍ରତିଦ୍ୱନ୍ଦୀ ଭାବେ ବିଜେପିରୁ ସଂଗୀତା କୁମାରୀ ସିଂ ଦେଓ ଏବଂ ବିଜେଡିରୁ ସୁରେନ୍ଦ୍ର ସିଂ ଭୋଇ ଛିଡା ହୋଇଥିଲେ। ଆଉ ଶେଷରେ ଭୋଟ ଗଣତି ସରିଥିଲା ଆଉ ଜିତି ଯାଇଥିଲେ ବିଜେପି ପ୍ରାର୍ଥୀନୀ ସଂଗୀତା କୁମାରୀ ସିଂ ଦେଓ। ଆଉ ମନୋଜ ମିଶ୍ର ୧ ଲକ୍ଷ ୩୨ ହଜାରରୁ ଭୋଟରେ ହାରି ଯାଇଥିଲେ। ଆଉ ମନୋଜଙ୍କ ସ୍ୱପ୍ନ ଯେମିତି ଅଧୁରା ରହି ଯାଇଥିଲା। କାରଣ ଜିତିବା ପାଇଁ ମନୋଜ ଅନେକ ସ୍ୱପ୍ନ ଦେଖିଥିଲେ। ଲୋକଙ୍କ ପାଇଁ ଛିଡା ହେବେ। ଅଞ୍ଚଳରେ କେମିତି କଳାକାରଙ୍କ ପାଇଁ ଭଲ ଭବିଷ୍ୟତଟେ ଗଢିପାରିବେ ତାକୁ ନେଇ ଚିନ୍ତା କରିଥିଲେ ଯାହାକି ସବୁ ଅଧୁରା ରହିଗଲା। ତେବେ ନିର୍ବାଚନ ହାରିବା ପରେ ମଧ୍ୟ ମନୋଜ ମିଶ୍ର ଏଭଳି କିଛି କହିଛନ୍ତି।

ମନୋଜ ମିଶ୍ର କହିଛନ୍ତି ମୋର ହାରିବା ଜିତିବାରେ କୋଶଲ ବାସୀଙ୍କୁ କିଛି ଫରକ ପଡେନି। ଆଗକୁ ମଧ୍ୟ କୋଶଲ ଲଢେଇ ପାଇଁ ଲଢେଇ ଜାରି ରହିବ। ତେବେ ଦେଖିବାକୁ ବାକି ରହିଲା ମନୋଜ ମିଶ୍ର ରାଜନୀତିରୁ ଓହରି ଯାଉଛନ୍ତି ନାଁ ରାଜନୀତି ଛାଡି ପୁଣି ଅଭିନୟ ଦୁନିଆକୁ ଚାଲି ଯାଉଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top