ମା’ର ଅଭିନୟ ଧରିଦେଲା ପୋଲିସ । ପକୁଡ଼ି ପାଇଁ ଜନ୍ମକଲା ଝିଅକୁ ନିଜ ହାତରେ ସଫା କରିଦେଲା ମା’ ।

ଝିଅ ମରି ଯାଇଥିଲା ଆଉ ପୋଲସ ପଚାରିଥିଲା ଝଅ କେମିତି ମରିଲା? ମା’ କହିଥିଲା ମୋ ଝିଅ ଜୀବନ ହାରିଦେଲା । ହେଲେ ସନ୍ଦେହ ଥିଲା ଯେ ୪ର୍ଥ ଶ୍ରେଣିରେ ପାଠ ପଢୁଥିବା ଝଅଟି କଣ ଜୀବନ ହାରିପାରିବ । ଆଉ ଏବେ ମା’ର ଅସଲ ଚେହେରା ଧରା ପଡ଼ିଗଲା । ସାଧାରଣ ପକୁଡ଼ି ପାଇଁ ଝଅକୁ ମାରି ଦେଇଥିଲା । କେମିତି ଏମିତି ଏତେ ନିଷ୍ଠୁର ହୋଇଗଲା ମା’ ନିଜ ଜନ୍ମ କଲା ଝିକୁ କେମିତି ମାରିପାରିଲା । ନିଆଁରେ ପୋଡ଼ି ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ପର୍ଦାଫାସ କରିଛି ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସ ।

ଖୋଦ୍ ମାଁ ନିଜର ଝିଅକୁ ହତ୍ୟା କରିଛି । ଏପରିକି ପ୍ରମାଣ ନଷ୍ଟ କରିବାକୁ ଡିଜେଲ ଢାଳି ନିଆଁ ଲଗେଇ ପୋଡ଼ି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲା । ତେବେ ପୋଲିସ ସନ୍ଦେହରେ ମାଁ ତ୍ରିବେଣୀଙ୍କୁ ଅଟକ ରଖି ପଚରାଉଚୁରା କରିବାରୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ଅଭିଯୁକ୍ତ ମା’ ତ୍ରିବେଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନା ଥାଉକି, ରାଇଘର ବ୍ଲକ ହଳଦୀ ଗ୍ରାମର ଲକ୍ଷ୍ମୀଧର ମାଝୀ ଓ ତ୍ରିବେଣୀ ମାଝୀଙ୍କ ୯ ବର୍ଷର ଝିଅ ତୁଳାବାଇ ମାଝୀଙ୍କ ଅର୍ଦ୍ଧଦଗ୍ଧ ଶବକୁ ରାଇଘର ପୁଲିସ ଗତ ୧୬ ତାରିଖରେ ଉଦ୍ଧାର କରିଥିଲା । ଚତୁର୍ଥ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣାକୁ ପୁଲିସ ସହଜରେ ଗ୍ରହଣ କରିପାରି ନଥିଲା । ତ୍ରିବେଣୀଙ୍କୁ ଥାନାକୁ ଆଣି ପଚରା ଉଚୁରା କରିବାରୁ ତୁଳବାଇକୁ ହତ୍ୟା କରିଥିଲା ସ୍ୱୀକାର କରିଥିଲା ।

ଘଟଣା ଦିନ ସନ୍ଧ୍ୟାରେ ତ୍ରିବେଣୀ ଘରକୁ ପକୁଡ଼ି ଆଣି ତିନି ପୁଅ ଝିଅଙ୍କୁ ଖାଇବାକୁ ଦେଇଥିଲେ । ତୁଳାବାଇ ଅଧିକ ପକୁଡି ମାଗିବାରୁ ପାଖରେ ଥିବା ଠେଙ୍ଗାରେ ମୁଣ୍ଡରେ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତୁଳାବାଇର ମୃତ୍ୟୁ ହୋଇଥିଲା । ତେବେ ତ୍ରିବେଣୀ ପ୍ରମାଣ ଲୁଚାଇବାକୁ ଯାଇ ତୁଳାବାଇର ମର ଶରୀରକୁ ପଛ ପାଖରେ ଥିବା ନାଳରେ ପକେଇ ଡିଜେଲ ଢାଳି । ନିଆଁ ଲଗେଇ ଦେଇଥିଲେ । ଶେଷରେ ରାଇଘର ଥାନାଧିକାରୀ ରଘୁନାଥ ମାଝୀ ଏକ ଟିମ୍ ଗଠନ କରି ଅପରାଧୀକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *