ରୂପା ପିଣ୍ଟୁ ଙ୍କ ସହ ଝଗଡ଼ା କଥା ଖୋଲି କହିଦେଲେ ଜଗା-ସସ୍ମିତା

ମୋର କଷ୍ଟଟା ମୁଁ ଯେଉଁମାନଙ୍କ ପାଖରୁ ପାଇଛି, ଯଦି ମୁଁ ତାଙ୍କ ନାଁ ନେବି ତାଙ୍କୁ କଷ୍ଟ ହେବ। ଯେ ସେ ମୋ କଥା ପାଇଁ କଷ୍ଟ ନ ପାଆନ୍ତୁ। କିନ୍ତୁ ସମୟ ଆସିଲାଣି ମୋତେ ଏବେ ପ୍ରତ୍ୟେକ ଜିନିଷକୁ ଗୋଟି ଗୋଟି କରି କହିକି ଯିବା ପାଇଁ ପଡ଼ିବ। ସମସ୍ତେ କଣ ୟୁଟୁବ୍ କରୁଛନ୍ତି। ତିନି ଲକ୍ଷ, ସାଢ଼େ ଚାରି ଲକ୍ଷ ଛୁଇଁଲାଣି ସବସ୍କ୍ରାଇବର୍। ମାସକୁ ପ୍ରବଳ ପଇସା ଆଣୁଥିବେ। ନା ଆଜ୍ଞା ସେମିତି କିଛି ନାହିଁ। ଭିତରର ଦୁଃଖ,କଷ୍ଟକୁ ବହୁତ୍ କମ୍ ଲୋକ ଜାଣନ୍ତି।

କଣ ପାଇଁ ସସ୍ମିତା,ରୂପାଙ୍କ ମଧ୍ୟରେ ପଡ଼େନି। ଏଇଟା ପୁରା ସତ କଥା କିନ୍ତୁ କିଛି ଲୋକ ବୁଝି ପାରନ୍ତିନି। ମୁଁ ମୋ ବୋଉକୁ କହିଲି ବୋଉ ଦେଖ ତୁ ମୋ ପାଖରୁ ଗୋଟାଏ ଜିନିଷ ଏବେ ଶୁଣିଥା ଆଉ ଏଇଟା ବି ସବୁଦିନ ପାଇଁ ମନେ ରଖିଥିବୁ । ତୁ ତିନିଟା ପୁଅ ଜନ୍ମ କରିଛୁ। ତୋ ପାଖରେ ତୋ ତିନିଟା ପୁଅ କେହି ନଥିବେ। ମୁଁ ମୋ ରୋଜଗାରରେ ଯିବି। ମୁଁ ଖଟିଲେ ଆଣିଲେ ମୋ ହାଣ୍ଡିରେ ଦିଇଟା ଭାତ ଫୁଟିବ। ଆମେ ଆଣିଲେ ଖାଇବା। ବଡ଼ ପୁଅ,ବଡ଼ ବୋହୂ ଚାକିରୀ କରିଛି ସିଏ ସିଆଡ଼େ ।

ଆଉ ସାନ ପୁଅକୁ ବାହାଘର କରିବୁ ତାର ବୋହୂ ଯଦି ଭଲ ପଡ଼ିଲା ତାହାଲେ ସେ ଘରଟିକୁ ତୁଲେଇବ। ଆଜିକାଲିକା ସମୟରେ ଆପଣମାନେ ଦେଖୁଛନ୍ତି ଯେଉଁ ପ୍ରକାରର ଚାଲିଛି ସମସ୍ୟା ଯଦି ତାର ବୋହୂ ପିଲାଟି ପଡ଼ିଗଲା ଉଦ୍ଧତ ଆମେ ବି ‘ଆଲୋ ସଖି ଆପଣା ମହତ ଆପେ ରଖି’। ଆମେ ଆମ ହିସାବରେ ରହିବାକୁ ପଡିବ। ମୋର ବନ୍ଧୁ ବାନ୍ଧବ କେହି ଏଇ ଘଟଣାରେ ମୁଣ୍ଡ ପୁରେଇଲେଣି। କଥାଟି ଅଛି ବାପା ଯଦି ମରିଯାଏ ତାର ମାଆର ସାହା ଭରଷା ଥାଏ ତା ବାପା ଭାଈ। ଯେହେତୁ ତାର ବାପା ନାହିଁ ଭାଈ ଅଛନ୍ତି କେହି ବି ମୁଣ୍ଡ ପୁରେଇଲେଣି। ଯେ ମୁଁ ସମସ୍ତଙ୍କ ଆଗରେ ଦୋଷୀ ହେଇ ଗଲି ଆଉ ଇଏ ସମସ୍ତଙ୍କ ଆଗରେ ଛୋଟ ହୋଇ ଗଲା।

ଏମିତି ବି ଘଟଣା ଘଟିଛି ସମସ୍ତେ ଆସି କହିଛନ୍ତି ତାଙ୍କୁ କାହିଁକି ଘରେ ରଖିଛ ତାକୁ ବିଦା କରିଦିଅ। ଏଇଟା ନୀଚ୍ଚ ଶ୍ରେଣୀର ଝିଅଟିଏ। ମୁଁ ଭଲପାଇ ଥିଲି ଆଉ ନେଇ ଆସି ବାହା ହେଇ ପଡ଼ିଛି। ଯେଉଁଥି ପାଇଁ ମୁଁ ସମସ୍ତଙ୍କ ଆଗରେ ଖରାପ ହେଇ ଯାଇଛି। ମୋ ବନ୍ଧୁ ବାନ୍ଧବ ସମସ୍ତଙ୍କ ଆଗରେ ଖରାପ। କେବଳ ମୋ ମାଆ ଆଗରେ ମୁଁ ଭଲ। ମୋ ମାଆର ଆଶୀର୍ବାଦ, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ଆମେ ଆଜି ଅଛୁ। ସମସ୍ତଙ୍କ ସହିତ ସମସ୍ତଙ୍କର ଭଲ ସମ୍ପର୍କ। ଏବେ ସମସ୍ତଙ୍କୁ ସମୟ ହିଁ ଅଭାବ।

Leave a Reply

Your email address will not be published. Required fields are marked *