ଅନୁଭବଙ୍କ ଉପରେ ପଡ଼ିଲା ବର୍ଷାଙ୍କ ଅଭିଶାପ

ଅନୁଭବ ଷ୍ଟାର ହୁଅନ୍ତୁ କିଛି ଆମର ଆପତ୍ତି ନାହିଁ। ଅନୁଭବ ସୁପର୍ ଷ୍ଟାର ହୁଅନ୍ତୁ କେହି କିଛି କହିବାର ନାହିଁ। କିନ୍ତୁ ଭଲ ନେତା ହେବାକୁ ହେଲେ ସୋସାଇଟିରେ ପ୍ରଥମେ ଭଲ ମଣିଷ ହେବା ଦରକାର। ବର୍ଷା ତାଙ୍କ ଲାଇଫରେ ଯେଉଁ ପ୍ରକାର ଏଠି ଧୋକା ଖାଇଲେ ମୁଁ ଭାବୁଛି ଯଦି ବଡ଼ଚଣାରେ ତାଙ୍କୁ ଲୋକମାନେ ଅଧିକ ସଂଖ୍ୟାରେ ଭୋଟ ଦେଇ ଜିତାନ୍ତି। ତାହାଲେ ମୁଁ ଭାବୁଛି ନବୀନ ପଟ୍ଟନାୟକ ତାଙ୍କୁ ଅନେକ କାର୍ଯ୍ୟକ୍ଷେତ୍ରରେ ସାମିଲ୍ କରିବେ।

ମୁଁ ଭାବୁଛି ବର୍ଷା ଜଣେ ଭଲ ବିଧାୟିକା ହିସାବରେ ପରିଗଣିତ ହେବେ ଯଦି ନିର୍ବାଚନରେ ଜିତିଯିବେ। ପ୍ରାୟତଃ ସବୁବେଳେ କୁହା ଯାଇଛି ସ୍ତ୍ରୀମାନଙ୍କ ଅଭିଶାପରେ ନିଶ୍ଚିତ ଭାବେ ତାର ଗୋଟେ ପ୍ରଭାବ ଅଛି। ନିଶ୍ଚିତ ଭାବରେ ବର୍ଷାର ଅଭିଶାପ ପଡ଼ିଲା। ଅନେକ ଲୋକ ଆମେ ଯଦି ସଠିକ୍ ଭାବରେ ସଠିକ୍ ତର୍ଜମା କରିବା ତାହାଲେ ବର୍ଷା ଅନୁଭବଙ୍କ ପାରିବାରିକ ଗଣ୍ଡଗୋଳ ଯାହାବି ହେଉ ନା କାହିଁକି,ସେ ଯେତେ ସଫେଇ ଦିଅନ୍ତୁ ନା କାହିଁକି,ସେ ଯାହାବି ସବୁ କରୁଥିଲେ ବର୍ଷାଙ୍କ ସହିତ ଥିଲା ବେଳେ ମଧ୍ୟ ଗୋଟେ ଆଉ ଜଣେ ଝିଅଙ୍କ ସହିତ ସମ୍ପର୍କ ସ୍ଥାପନ କରି ।

ଯଦିଓ ଲିଗାଲାଇଜ୍ ଅଛି କୋର୍ଟ ଦ୍ୱାରା ଯେ ସହମତିରେ ଅନେକ ଲୋକଙ୍କ ସହିତ ତୁମେ ରହି ପାରିବ। କିନ୍ତୁ ଆମର ଓଡ଼ିଶାର ପରିପ୍ରେକ୍ଷୀରେ ଏଇଟା କୌଣସି ଗୋଟେ ବିବାହିତା ଝିଅ କିମ୍ଵା ସ୍ତ୍ରଲୋକ ଏଇଟାକୁ କେବେ ଟଲରେଟ୍ କରି ପାରିବନି।ଯେତେବେଳେ ଇଲେକ୍ସନ ଆସିଲା ରାମଙ୍କ କଥା ତାଙ୍କର ମନେ ପଡ଼ିଲା। ହନୁମାନ ଚାଳିଶା ପଢ଼ିଲେ। ପ୍ରଡ୍ୟୁସର୍ ହେଲେ ଜାଗୃତି ଶୁକ୍ଳା। ଏଗୁଡା ହେଉଛି ଲୋକଙ୍କୁ ଆପଣ କଳାକାର ଅଭିନୟ ମାଧ୍ୟମରେ କାନ୍ଦି ପକେଇବେ। କିନ୍ତୁ ନିର୍ବାଚନରେ ଠିଆ ହେବେ ଲୋକ ଠିକ୍ ଷ୍ଟଡି କରିକି ଭୋଟ ଦିଅନ୍ତି। ଲୋକ ଏତେ ବୋକା ନୁହଁନ୍ତି। ଯେ ମାଛ,ମାଂସ ଖାଇଦେଲେ ଏପଟେ ଢ଼ଳି ହେଇଯିବେ ଏକଥା ଆଦୌ ଗ୍ରହଣ କରିବା କଥା ନୁହେଁ।

ଅନେକ ଉଦାହରଣ ଅଛି। ଅନେକ କାର୍ଯ୍ୟକ୍ରମ ଅଛି। ଲୋକେ ସବୁବେଳେ ଭଲ ଲୋକଙ୍କୁ ଭୋଟ ଦିଅନ୍ତି।ଗୋଟେ ନାରୀକୁ ତା ପଛରେ ଜଣେ ରାଜନୀତିକ ଦଳର ବଡ଼ ଶକ୍ତି କାର୍ଯ୍ୟ କରେ ସେ ନିଶ୍ଚିତ ଭାବେ ଆଗକୁ ଯିବେ। ଧୋକା କିଏ କାହାକୁ ଦେଇଛି ସେଇଟା ଆମେ କୋର୍ଟରେ ଗାଲୁ ମାରିକି କହିବା ସେଇଟା ଅଲଗା କଥା। ସାଧାରଣ ଲୋକ ସବୁ ଜାଣିଛନ୍ତି। ଏ ଜନତାକୁ ଏତେ ବୋକା ବୋଲି ଭାବନି।

Leave a Reply

Your email address will not be published. Required fields are marked *