ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚ୍ୟାଲେଞ୍ଜ କରି ଏମିତି କିଛି କହିଲେ କାଳୁ ଖଣ୍ଡାୟତରାୟ ।
ବନ୍ଧୁଗଣ ଚଳିତ ୨୦୨୪ ନିର୍ବାଚନ ରାଜ୍ୟରେ ଦିନକୁ ଦିନ ରୋଚକ ମୋଡ଼ ନେଉଛି । ମତଦାନ ଦିନ ଯେତେ ପାଖଉଛି, ରାଜନୈତିକ ମହଲରେ ସେତେ ଚର୍ଚ୍ଚା ବଢୁଛି । ଏରିକି କେତେକ ଆସନରେ ସ୍ୱାଧୀନ ପ୍ରାର୍ଥୀଙ୍କ ଉଭା ଏହି ଚର୍ଚ୍ଚାରେ ଘିଅ ଢାଳୁଛି । ଦଳ ଟିକେଟ୍ ନ ଦେବା ପରେ ନିରାଶ ହୋଇଛନ୍ତି ଅନେକ ନେତା । ଫଳରେ ସ୍ୱାଧୀନ ରାସ୍ତା ଆପଣେଇଛନ୍ତି । ତେବେ ସ୍ୱଧୀନ ପ୍ରାର୍ଥୀ କେବଳ ଭୋଟ୍ ଭାଗ କରିବେ ନା ସମ୍ପୂର୍ଣ୍ଣ ବାଜି ପଲଟେଇଦେବେ ତା ଉପରେ ବି ରହୁଛି ସମସ୍ତଙ୍କ ନଜର ।
ଏମିତିକି କେତେକ ଆସନରେ ଅଙ୍କ ବିଗିଡ଼ିବା ନେଇ ଆକଳନ କରାଯାଉଛି । ଏମିତିକି ଦଳୀୟ ପ୍ରାର୍ଥୀ ହାରିଯିବାର ଭୟ ମଧ୍ୟ ଘାରିଛି । ତେବେ କହି ରଖିବୁ ଯେ ଖୋର୍ଦ୍ଧାରେ ବେଶ୍ ଦବଜବା ରଖୁଥିବା ତଥା ସଙ୍ଗଠନ କରିଥିବା କାଳୁ ଖଣ୍ଡାୟତ ଏଥର ବିଜେପି ପାଇଁ କଣ୍ଟା ହୋଇପାରନ୍ତି । ଏତେ ଦିନ ଧରି ଦଳ ପାଇଁ କାମ କରିବା ସହ ନିଜ ସଙ୍ଗଠନକୁ ମଜଭୁତ କରିଥିବା କାଳୁଙ୍କୁ ଟିକେଟ୍ ନ ଦେଇ ବିଜେପି ଆମଦାନୀ ନେତା ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ୍ ଦେଇଛି ।
ଏହା ପରେ ଅସନ୍ତୁଷ୍ଟ କାଳୁ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ନଷ୍ପତ୍ତି ନେଇଛନ୍ତି । ଏମିତି କି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସିଧା ସଳଖ ଟାର୍ଗେଟ୍ କରିବା ସହ ତାଙ୍କୁ ହରାଇବାକୁ ପ୍ରଚାର କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି । ଗତଥର ୭୪ ହଜାରରୁ ଅଧିକ ଭୋଟ୍ ପାଇଥିବା କାଳୁ ଖଣ୍ଡାୟତରାୟ ଏଥର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାସ୍ତାର କଣ୍ଟା ହୋଇପାରନ୍ତି । ଏପରିକି ଲୋକସଭା ଆସନର କିଛି ଭୋଟ୍ ସେ କାଟି ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ଇତି ମଧ୍ୟରେ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚ୍ୟାଲେଞ୍ଜ କରି ଏମିତି କିଛି କହିଥିଲେ କାଳୁ ଖଣ୍ଡାୟତ । କାଳୁ କହିଛନ୍ତି ନବୀନ ପଟ୍ଟନାୟକଙ୍କ ପାଇଁ ସେ ଆଜି ନେତା । ସେ ଆଜି ବେଗୁନିଆରୁ ଠିଆ ହେଲେ କାଲି ଚିଲିକାରୁ ଠିଆ ହେଲେ ଆଉ ଆଜି ଭି ଆସିକି ଆଉ ଗୋଟେ ଦଳକୁ ଡିଆଁ ମାରିକି ଖୋର୍ଦ୍ଧାରୁ ଠିଆ ହୋଇଛନ୍ତି । ସେ ସେହି ଦଳକୁ ଛାଡ଼ି ଆସନ୍ତୁ କିନ୍ତୁ ଆମେ ଯଦି ଠିକ୍ ପ୍ରକୃତରେ ନେତା ହୋଇଥିବା ଆମେ ୨ଜଣ ଯାକ ଲଢ଼େଇ କରିବା ତୁମେ କେତେ ଭୋଟ ପାଉଛ ଆଉ ମୁଁ କେତେ ଭୋଟ ପାଉଛି ତାହା ଜଣା ପଡ଼ିବ ବୋଲି ଚ୍ୟାଲେଞ୍ଜ କରି କାଳୁ ଖଣ୍ଡାୟତ ପ୍ରଶାନ୍ତ ଜଗଦ୍ଦେବଙ୍କୁ କହିଛନ୍ତି ।