ଏ କି ସ୍ୱାମୀ। ୨ମାସ ହୋଇଥିଲା ସୀମାରାଣୀଙ୍କ ବିବାହ, ଏବେ ରାମ ନାମ ସତ୍ୟ ହେ କହି ବୋହୂ ଯିବ ମଶାଣି।

ଯୌତୁକ ଜୁଇରେ ଶୋଇଗଲେ ଆଉ ଜଣେ ନବବଧୂ। ବାହାଘରକୁ ମାତ୍ର ମାସେ କି ଦେଢ଼ମାସ ହୋଇଛି। ଦାଣ୍ଡ ପିଣ୍ଡାରେ ବାହା ଚିତା ଏବେବି ଦାଉ ଦାଉ ଦିଶୁଛି। ଆଉ ହୁଳ ହୁଳି କରି ଯେଉଁ ବୋହୂକୁ ପାଛଟି ଆଣିଥିଲେ ହେଲେ ଆଜି ସେଇ ପାଟିରେ ରାମ ନାମ ସତ୍ୟ ହେ କହି ବୋହୂକୁ ମଶାଣୀକୁ ନେଉଛନ୍ତି। ଯୌତୁକ ରୂପୀ ରାକ୍ଷସ ଆଜି ନବବିବାହିତା ବୋହୂର ଜୀବନ ନେଇଯାଇଛି। ଆଉ ମୃତ୍ୟୁର ଶେଯରେ ପଡି ବୋହୂର ଆତ୍ମା ଆଜି କଇଁ କଇଁ କାନ୍ଦୁଛି।

ଆଉ କାନ୍ଦି କାନ୍ଦି କହୁଛି ବାପା ତୁମେ ମୋତେ କାହିଁକି ତୁମ ଠାରୁ ଦୂରେଇ ଦେଲ। କଣ ପାଇଁ ମୋତେ ବାହା କରିଦେଲ। କଣ ଏଡିକି ଟିଏରୁ ଏତେ ବଡ଼ କରିଥିଲ ମଶାଣୀକୁ ପଠେଇ ଦେବା ପାଇଁ। ଯାହା ଦେହରେ ତୋମେ ଟିକେ ଧୂଳି ପକେଇବାକୁ ଦେଉନଥିଲ ଆଜି ସେ ରାକ୍ଷସ ଗୁଡାକ ତମ ଝିଅକୁ ଟଙ୍କା କେଇଟା ପାଇଁ ମାରିଦେଇଛନ୍ତି। ଯୋଉ ଝିଅ ନଖାଇଲେ ତୋମେ ଖାଉ ନଥିଲା ସେଇ ଝିଅକୁ ଖାଇବା ପିଇବା ବିନା ମାରିଦେଲେ ବାପା। ଯେଉଁ ଝିଅ ଦେହରେ ତୋମେ ଦିନେ ଟିପ ଟିଏ ବି ମାରିନଥିଲ ସେଇ ଝିଅକୁ ଯୌତୁକ ଲୋଭି ରାକ୍ଷସ ମାନେ ପିଟି ପିଟି ମାରିଦେଲେ। ମୋତେ କାହିଁକି ଏତେ ବଡ଼ ଦଣ୍ଡ ଦେଲ ବାପା। କାହିଁକି ମୋ ପ୍ରତି ଏତେ ନିଷ୍ଠୁର ହୋଇଗଲ।

ଆଜ୍ଞା ହଁ ବନ୍ଧୁଗଣ ଏ ହେଉଛନ୍ତି ଯାଜପୁର ଜିଲ୍ଲା ସୀମାରାଣୀ ଯାହାଙ୍କର ମୃତ୍ୟୁ ହୋଇଛି। ପ୍ରାୟ ମାସେ ଦେଢ଼ ମାସ ହୋଇଥିଲା ବାହା ହୋଇଥିଲେ। ପ୍ରଥମ ଥର ପାଇଁ ପାଳିଥାନ୍ତେ ସାବିତ୍ରୀ ବ୍ରତ। ସ୍ୱାମୀକୁ ସତ୍ୟବାନ ଭାବି ରଖିଥାନ୍ତେ ନିର୍ଜଳା ଉପବାସ। ହେଲେ ସଇତାନ ପାଲଟି ଗଲେ ଶାଶୂଘର ଲୋକ।ଶାଶୂଘର ଲୋକେ ସୀମାରାଣୀକୁ ମାରି ଦେଇଥିବା କଥା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୀମାଙ୍କ ପରିବାର ଲୋକ।

ଅନେକ ସ୍ୱପ୍ନ ନେଇ ନୂଆ ନୂଆ ଶାଶୂଘରକୁ ଯାଇଥିଲେ ସୀମାରଣୀ। ହେଲେ ଶାଶୂଘରକୁ ନିଜର ଭାବିବା ବେଳକୁ ସୀମାରଣୀଙ୍କର ମୃତ୍ୟୁ ହୋଇଛି। ଯାହାକୁ ନେଇ ବିଶ୍ୱାସ କରି ପାରୁନାହାନ୍ତି ପରିବାର ଲୋକ।ଏପରି ଏକ ଦୁଃଖଦ ଖବର ଯାଜପୁର ଜିଲ୍ଲା ଧନେଶ୍ୱର ପଞ୍ଚାୟତ ମୃତ୍ୟଞ୍ଜୟ ପୁର ମାଳିବା ଗ୍ରାମରୁ ଆସିଛି। ସେଇ ଗ୍ରାମର ଦୀପକ କୁମାର ନାଥଙ୍କ ପତ୍ନୀ ଥିଲେ ସୀମାରଣୀ।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ରାତିରେ କୌଣସି କାରଣରୁ ତାଙ୍କ ସ୍ବାମୀଙ୍କ ସହ ଝଗଡା ହୋଇଥିବା ବେଳେ ସକାଳୁ ସୀମାରାଣୀଙ୍କ ମୃତ୍ୟୁ ଅବସ୍ଥାରେ ପରିବାର ଲୋକେ ଡାକ୍ତରଖାନାରେ ପାଇଥିଲେ। ସୀମାରାଣୀଙ୍କ ମୃତ୍ୟୁକୁ ନେଇ ଶାଶୂଘର ଲୋକେ ଅନ୍ୟ କିଛି ଅଭିଯୋଗ କରୁଥିବା ବେଳେ ସୀମାରଣୀଙ୍କ ଭାଇ ହତ୍ୟା ନେଇ କୋରେଇ ଥାନାରେ ଅଭିଯୋଗ କରିଛନ୍ତି।ପୋଲିସ ଉକ୍ତ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ତେବେ ସୀମାରାଣୀଙ୍କ ସହ ଏମିତି କାହିଁକି ହେଲା ତାହାର ଖୋଲତାଡ଼ କରିବ ପୋଲିସ। ତେବେ ଜାଣିବାକୁ ବାକି ରହିଲା ସୀମାଙ୍କ ମୃତ୍ୟୁ ପଛରେ କାହାର ରହିଛି ହାତ।

Leave a Reply

Your email address will not be published. Required fields are marked *