ସୁରଙ୍କ ଭୋଟ ପାଇଁ ଜିତିଥିଲେ ଅପରାଜିତା ହେଲେ ଏଥର!
ଗତ ପାଞ୍ଚ ବର୍ଷ ଭିତରେ ଅପରାଜିତା ଷଡ଼ଙ୍ଗୀ ମିତ୍ର ତୁଳନାରେ ବହୁତ ଅଧିକ ଶତ୍ରୁ ତିଆରି କରିଛନ୍ତି। ବେଗୁନିଆରେ ସେମିତି ଗୋଟେ ବିଜେପିରେ ଟାଣୁଆ ନେତୃତ୍ୱ ଗ୍ରୋ କରୁନାହିଁ ଏବଂ ମିଡିଲ୍ ଯେଉଁଟା ରହିଲା ଉତ୍ତର,ମଧ୍ୟ ଆଉ ଏକାମ୍ର ଯେଉଁଠି ଅପରାଜିତାଙ୍କର ସେମିତି ବଡ଼ ଦବଦବା ନାହିଁ।
ଦେଖନ୍ତୁ ଅପରାଜିତା ଭୁବନେଶ୍ୱର ରେ ଜିତିବେ କି ନାହିଁ ସେ ସମ୍ପର୍କରେ ୨୦୧୯ ରେ ସ୍ଥିତି ବଡ଼ ସ୍ପଷ୍ଟ ଥିଲା। ଅପରାଜିତା ୨୦୧୯ ରେ ଆଇଏସ୍ ଛାଡ଼ିକି ଆସିଥିଲେ ନୂଆ ମୁହଁ ଥିଲେ ଯଦିଓ ବିପେଜିରେ ସେ ଦେଇଥିଲେ କିନ୍ତୁ ବିଜେପି ର ଯେଉଁ ଅର୍ଥୋଡକ୍ସ ପଲିଟିକ୍ସ ସେଥିରେ ସେ ବିଶ୍ଵାସ କରନ୍ତି ନାହିଁ ସେତେବେଳେ ତାଙ୍କର ଜିତିବାର ସମ୍ଭାବନା ଉଜ୍ବଳ ଥିଲା। ଏବଂ ତାଙ୍କ ବିରୋଧରେ ଅରୂପ ପଟ୍ଟନାୟକ ଯାହାଙ୍କୁ ପ୍ରାର୍ଥୀ ଦେଖିଥିଲା ବିଜେଡ଼ି ସେ ସେତେ ଲୋକ ସମ୍ପର୍କରେ ନଥିଲେ ଲୋକଙ୍କ ପାଖକୁ ଯାଉନଥିଲେ ଯାହା ଫଳରେ ବିଜେଡ଼ି ର କର୍ମୀ ମଧ୍ୟ ତାଙ୍କୁ ସମର୍ଥନ କରିଲେ ନାହିଁ।
ତେଣୁ ଗତଥର ଅପରାଜିତା ଷଡ଼ଙ୍ଗୀ ଙ୍କର ଜିତିବା ଟା ସହଜ ହେଇଗଲା, ତାହା ସହିତ ଅପରାଜିତା ଷଡ଼ଙ୍ଗୀ ଙ୍କୁ ସେତେବେଳେ ଗୋଟେ ଅନ୍ୟୁଜାଲ୍ ସର୍ସ ରୁ ସପୋର୍ଟ ମିଳିଲା ତାହା ହେଉଛି ଜଟଣୀ ରୁ ସୁର ରାଉତରାୟ ଯେଉଁ ଭୋଟ୍ ଗୁଡ଼ିକ ପାଇଲେ ସେଇ ଭୋଟ୍ ଗୁଡ଼ିକ ମଧ୍ୟ ବିଜେପି କୁ ଚାଲି ଆସିଲା।କଂଗ୍ରେସ ପ୍ରାର୍ଥୀ ଗତଥର ନଥିଲେ ଗତଥର କଂଗ୍ରେସର ଜନାର୍ଦ୍ଦନ ପତି ସିପିଏମ୍ ର ସେଇଠି ଲଢ଼ିଥିଲେ, ସେ କିଛି ଭୋଟ୍ ପାଇଲେନି ମାତ୍ର ୨୩ ହଜାର ଭୋଟ୍ ପାଇଲେ। ତେଣୁ ସେ ଯେଉଁ କଂଗ୍ରେସର ଭୋଟ୍ ଗୁଡ଼ିକ ବେଗୁନିଆ, ଆପଣ ଯଦି ଦେଖିବେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ରେ ବେଗୁନିଆରେ କଂଗ୍ରେସ ନମ୍ବର ୨ ରେ ଥିଲା ଏବଂ ନମ୍ବର ୧ ରେ ଥିଲା ଜଟଣୀରେ। ଏ ଦୁଇଟି ଯାକ ଆସନରେ ଅପରାଜିତା ଙ୍କୁ ବେସ୍ ଭଲ ଭୋଟ୍ ମିଳିଲା ଯେଉଁଟା ତାଙ୍କୁ ଜିତିବା ପାଇଁ ସହାୟକ ହେଲା।
ଏଥର ସୁର ରାଉତରାୟ ଙ୍କ ପୁଅ ତାଙ୍କର ପ୍ରତିଦ୍ବନ୍ଦୀ, ବେଗୁନିଆ ରେ ଜାନକୀ ପଟ୍ଟନାୟକଙ୍କ ପୁଅ କଂଗ୍ରେସ ପ୍ରାର୍ଥୀ ଏବଂ କଂଗ୍ରେସ ର ୟାସିର୍ ନୱଆଜ୍ ଜଣେ ଯୁବ ଚେହେରା ସେ ମଧ୍ୟ ଅଛନ୍ତି। କଂଗ୍ରେସ ଭୋଟ୍ ଏଥର ଜମାବି ଟ୍ରାନ୍ସପର୍ ହେବାର ସମ୍ଭାବନା ନାହିଁ ଅପରାଜିତା ଙ୍କ ପାଖକୁ। ତେଣୁ ସେଇଟା ହେଉଛି ତାଙ୍କ ପାଇଁ ସବୁଠୁ ବଡ଼ ରୋଡ୍ ବ୍ଲକ୍।